କ୍ରିକେଟ୍ ପ୍ରଶଂସକଙ୍କ ଲାଗି ଖୁସି ଖବର: ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା

Published By : Prameya-News7 Bureau | June 12, 2020 IST

କାନବେରା ୧୨।୦୬: କରୋନା ସଂକ୍ରମଣ କାରଣରୁ ସମଗ୍ର  ବିଶ୍ଵରେ ଅନ୍ତରାଷ୍ଟ୍ରୀୟ କ୍ରୀଡା ଆୟୋଜନ ସ୍ଥଗିତ ରହିଛି। କ୍ରିକେଟ୍‌ ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡିଛି। ହେଲେ ଆଇସିସି ଏବେ କ୍ରିକେଟ୍‌ ଖେଳ ଆରମ୍ଭ ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ବର୍ଷ ଶେଷ ଆଡକୁ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହାକୁ ନେଇ ପୂର୍ବରୁ କ୍ରିକେଟ୍ ଅଷ୍ଟ୍ରେଲିଆ କ୍ରୀଡାସୂଚୀ ମଧ୍ୟ ଘୋଷଣା କରିସାରିଛି। ଏହା ମଧ୍ୟରେ କ୍ରିକେଟ୍‌ ପ୍ରସଂଶକ ଲାଗି ଖୁସିର ଖବର ଯେ, ଏହି  ଗସ୍ତରେ ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ମାଟିରେ ଦର୍ଶକଙ୍କ ଉପସ୍ଥିତିରେ ଖେଳିବାର ସୁଯୋଗ ମିଳିପାରେ।  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ଶୁକ୍ରବାର କହିଛନ୍ତି, ଯେଉଁ ଷ୍ଟାଡିୟମରେ ୪୦ ହଜାର ଦର୍ଶକ  ବସିବାର କ୍ଷମତା ରହିଛି, ସେହି ଷ୍ଟାଡିୟମରେ ୧୦ ହଜାର ଦର୍ଶକଙ୍କ ସହିତ ମ୍ୟାଚ୍ ଆୟୋଜନ କରିବାର ଅନୁମତି ଦିଆଯିବ।

ପ୍ରଧାନମନ୍ତ୍ରୀ ନିଜର ଓ୍ଵେବ୍‌ସାଇଟ୍‌ରେ ଆନୁଷ୍ଠାନିକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି, ୪୦ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡୟମରେ ଷ୍ଟେପ୍‌ ୩ ଆଧାରରେ ୨୫ ପ୍ରତିଶତ ଅଧିକ ଦରରେ ଟିକେଟ୍ ଓ ଦର୍ଶକଙ୍କ ସହିତ କ୍ରୀଡା ଆୟୋଜନ କରିବାର  ଅନୁମତି ମିଳିବ।

{"id":285250,"sizeSlug":"large"}

ବିଜ୍ଞପ୍ତି ଅନୁଯାୟୀ ୪୦ ହଜାର କ୍ଷମତା ବିଶିଷ୍ଟ ଆଉଟଡୋର ଆୟେଜନ ସ୍ଥଳକୁ ଏଚପିପିସିଠୁ ଅନୁମତି ନେବାକୁ ପରାମର୍ଶ ଦିଆଯାଇଛି। ଏହି ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବନ୍ଧନ ରାଜ୍ୟ ସରକାରଙ୍କ ଦ୍ଵାରା କରାଯିବ। ଏହି ନିର୍ଣ୍ଣୟ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ ଆଞ୍ଚଳିକ ନେତାଙ୍କ ସହିତ ବୈଠକ ପରେ ନିଆଯିବ।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମରିସନଙ୍କ ସହିତ ମୁଖ୍ୟ ଚିକିତ୍ସା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ କ୍ରିକେଟ୍ ଅଷ୍ଟ୍ରେଲିଆ  ମଧ୍ୟ କହିଥିଲା ଯେ, ଯଦି ସମ୍ଭବ ହୁଏ ତେବେ ଦୁଇଟି ସ୍ଥାନରେ ହିଁ ଟେଷ୍ଟ ମ୍ୟାଚ୍‌ ଆୟୋଜନ ଉପରେ ବିଚାର କରାଯାଇ ପାରିବ। ଭାରତୀୟ ଦଳକୁ ଚଳିତ ବର୍ଷ ଶେଷ ଆଡକୁ ଅଷ୍ଟ୍ରେଲିଆ ଗସ୍ତ କରିବାର ଅଛି। ଏହି ଗସ୍ତରେ ବିରାଟବାହିନୀ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବାର ଅଛି।

{"id":285251,"sizeSlug":"large"}

ଭାରତୀୟ ଦଳକୁ ନିଜର ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବା ଲାଗି ବ୍ରିସବେନ୍‌ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଆରମ୍ଭ କରିବ। ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୩ରୁ ଡିସେମ୍ଵର ୭ ମଧ୍ୟରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍‌ ଡିସେମ୍ବର ୧୧ ରୁ ୧୫ ଆଡିଲେଡ୍‌ରେ ଖେଳାଯିବ। ଏହି ମ୍ୟାଚ୍ ଦିବାରାତ୍ର ଖେଳାଯିବ। ଏହା ପରେ ମେଲବର୍ଣ୍ଣରେ ଡିସେମ୍ଵର ୨୬ ରୁ ୩୦ ମଧ୍ୟରେ ତୃତୀୟ ଟେଷ୍ଟ ଏବଂ ଚତୁର୍ଥ ଟେଷ୍ଟ ସିଡନୀରେ ଜାନୁଆରୀ ୩ରୁ ଖେଳାଯିବ।

ଭାରତୀୟ ଦଳ ବିଦେଶ ମାଟିରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଘରୋଇ ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ଦି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.