Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି୨୦, ସିରିଜ୍ ଜିତିବା ଲକ୍ଷ୍ୟରେ ରହିବ ବିରାଟ ସେନା

6/12/2020 at 7:57 AM

ସିଡନୀ ୦୬।୧୨: ପ୍ରଥମ ମ୍ୟାଚ୍‌ରେ ଦମଦାର ବିଜୟ ପରେ ରବିବାର ଭାରତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ମଧ୍ୟ ମ୍ୟାଚ୍‌ରେ ଭାରତର ପଲ୍ଲା ଭାରି ରହିବ। ଦଳ ଦ୍ଵିତୀୟ ଟି-୨୦ ଜିତି କଙ୍ଗାରୁଠାରୁ ଦିନିକିଆ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଟେଷ୍ଟ ସିରିଜ ପୂର୍ବରୁ ଟି-୨୦  ଶୃଙ୍ଖଳା ଜିତିଲେ ଭାରତୀୟ ଦଳର ମନୋବଳ ବୃଦ୍ଧି ପାଇବ।

କାନବେରାରେ ତୃତୀୟ ଦିନିକିଆ ଓ ପ୍ରଥମ ଟି-୨୦ ଜିତିବା ପରେ ଏବେ ଭାରତୀୟ ଦଳ ପୁଣି ଥରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡକୁ ଫେରିଛି। ଏଠାରେ ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ଦିନିକିଆ ଜିତି ସିରିଜ୍ ହାତେଇଥିଲା। ପ୍ରଥମ ଟି-୨୦ ମୁକାବିଲାରେ ଜାଡେଜାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ବିକଳ୍ପ ଭାବେ ଖେଳିଥିବା ୟୁଜବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରି ୩ ଓ୍ଵିକେଟ୍ ନେଇ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଭାରତକୁ ନିମ୍ନ ଅର୍ଡରରେ ଜାଡେଜାଙ୍କ ଅନୁପସ୍ଥିତି ଅନୁଭବ ହେବ। ତଥାପି ଦଳର ମନୋବଳ ଉର୍ଦ୍ଧ୍ଵରେ ରହିଛି। ଗତ ମ୍ୟାଚ୍‌ରେ ଜାଡେଜା ୨୩ ବଲରୁ ୪୪ ରନର ଅପରାଜିତ ଇନିଂସ ଖେଳି ଭାରତକୁ ଭଲ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ତେଣୁ କୋହଲି ଦ୍ୱିତୀୟ ଟି୨୦ରେ ଆଶା କରିବେ ଯେ, ଶୀର୍ଷ ୫ ବ୍ୟାଟସମ୍ୟାନ ଏମିତି ବ୍ୟାଟିଂ କରନ୍ତୁ ଯେ, ନିମ୍ନ କ୍ରମ ପର୍ଯ୍ୟନ୍ତ ପହଞ୍ଚିବାର ଆବଶ୍ୟକ ରହିବ ନାହିଁ।

ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର ଫିଟ୍ ନାହାନ୍ତି। ଅନ୍ୟପଟେ ଅଧିନାୟକ ଆରୋନ ଫିଞ୍ଚ ମଧ୍ୟ ସଂପୂର୍ଣ୍ଣ ଫିଟ୍ ନାହାନ୍ତି, ଯାହା ଅଷ୍ଟ୍ରେଲିଆ ପାଇଁ ଚିନ୍ତାର ବିଷୟ ପାଲଟିଛି। ଡାର୍ସି ସଟ୍‌ ପ୍ରଥମ ଟି-୨୦ ମ୍ୟାଚ୍‌ରେ ବ୍ୟାଟିଂ ବେଳେ ସହଜ ନଜର ଆସିନଥିଲେ। ଷ୍ଟିଭ୍ ସ୍ମିଥ୍ ଟେଷ୍ଟ ଓ ଦିନିକିଆରେ ମହାନ ବ୍ୟାଟସମ୍ୟାନ ହୋଇଥିଲେ ମଧ୍ୟ ଟି-୨୦ରେ ସେହି ପ୍ରଦର୍ଶନକୁ ଦୋହରାଇ ପାରୁନାହାନ୍ତି।

ଅଧିନାୟକ କୋହଲି ଅସାଧାରଣ ପ୍ରଦର୍ଶନ କରି ପାରି ନାହାନ୍ତି, ଯାହାର ପ୍ରଭାବ ଦଳ ଉପରେ ପଡିଛି। ତାଙ୍କଠୁ ଦଳ ଦମଦାର ଇନିଂସର ଆଶା କରୁଛି। ଦେଖିବା ବାକି ରହିଲା ଯେ, ରବିବାର ମୁକାବିଲାରେ ମନିଷ ପାଣ୍ଡେଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଉଛି ନା ନାହିଁ। ସଞ୍ଜୁ ସାମସନ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶେଷ ଓଭରରେ ଫାଇଦା ଉଠାଇବାକୁ ହେବ। ଅନ୍ୟପଟେ ଅଷ୍ଟ୍ରେଲିଆ ଅନୁଭବୀ ଟେଷ୍ଟ ବିଶେଷଜ୍ଞ ନାଥନ ଲିୟୋନଙ୍କୁ ଟି-୨୦ରେ ସାମିଲ କରିଛି।

   Related Posts