ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି୨୦ : ବିରାଟ ବାହିନୀକୁ ୧୮୭ ରନ୍‌ର ଟାର୍ଗେଟ୍

Published By : Prameya-News7 Bureau | December 08, 2020 IST

ସିଡନୀ, ୦୮/୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୮୬ ରନ୍ କରିଛି । ଏହାସହ ଭାରତକୁ ୧୮୭ ରନର ଟାର୍ଗେଟ୍ ଦେଇଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ମାତ୍ର ୧୪ ରନରେ ପ୍ରଥମ ଓ୍ୱିକେଟ୍ ହରାଇଥିଲା । ଆରୋନ ପିଞ୍ଚ ବିନା କୌଣସି ରନରେ ଆଉଟ ହୋଇଥିଲେ । କିନ୍ତୁ ଅନ୍ୟତମ ଓପନର ଏମ୍ ଓ୍ୱାଡେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୫୩ ବଲରୁ ୮୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭ୍ ସ୍ମିଥ୍ ୨୪ ରନ୍ କରିଥିବା ବେଳେ ଗ୍ଲେନ୍ ମାକ୍ସଓ୍ୱେଲ ୩୬ ବଲରୁ ଦ୍ରୁତ ୫୪ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ୍ ହରାଇ ୧୮୬ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଭାରତ ପକ୍ଷରୁ ଓ୍ୱାଶିଂଟନ ସୁନ୍ଦର ୨ଟି ଓ୍ୱିକେଟ୍ ନେଇଥିବା ବେଳେ ଟି ନଟରାଜନ, ସାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.