ଭାରତ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ : ଫେରିଲେ ହେନରିକସ, ଗ୍ରୀନ୍ ନୂଆ ମୁହଁ

Published By : Prameya-News7 Bureau | October 29, 2020 IST

ଦୁବାଇ, ୨୯୧୦ଭାରତ ବିପକ୍ଷରେ ଦିନିକିଆ ଓ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷଣା କରାଯାଇଛି । ୧୮ ସଦସ୍ୟ ବିଶିଷ୍ଟ ଟିମରେ ୨୧ ବର୍ଷୀୟ ଅଲରାଉଣ୍ଡର କ୍ୟାମରନ୍ ଗ୍ରୀନଙ୍କୁ ସୁଯୋଗ ମିଳିଛି । ଏହାସହ ୩ ବର୍ଷ ପରେ ମୋଇସେସ୍ ହେନରିକସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆହତଜନିତ କାରଣରୁ ମିଚେଲ୍ ମାର୍ଶଙ୍କ ବଦଳରେ ହେନରିକସଙ୍କୁ ଏହି ସ୍ଥାନ ମିଳିଛି । ସୂଚନାଯୋଗ୍ୟ, ୨ ଦିନପୂର୍ବରୁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଥିଲା ।

ଦଳକୁ ଫେରିଲେ ହେନରିକସ-

୩ ବର୍ଷ ପରେ ଦଳକୁ ଫେରିଛନ୍ତି ମୋଇସେସ୍ ହେନରିକସ । ସେ ସିଡନୀ ସିକ୍ଲରକୁ ଗତ ବର୍ଷ ବିଗ୍ ବସ୍ ଚାମ୍ପିଅନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଅଷ୍ଟ୍ରେଲିଆ ଦଳ-

ଆରୋନ ଫିଞ୍ଚ, ସିନ୍ ଅବଟ, ଆଟସନ୍ ଆଗର, ଆଲେକ୍ସ କେରୀ, ପେଟ୍ କମିନ୍ସ, କ୍ୟାମରନ୍ ଗ୍ରୀନ, ଜୋସ ହେଜଲବୁଡ, ମୋଇସେସ ହେନରିକସ, ମାରନସ୍ ଲାବ୍ୟୁସନ, ଡାନିଏଲ ସାମ୍ସ, କେନ୍ ରିଚାର୍ଡସନ, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନସ, ମାଥ୍ୟୁ ଓ୍ୱେଡ୍, ଡେଭିଡ୍ ଓ୍ୱାର୍ଣ୍ଣର ଓ ଆଡମ ଜାମ୍ପା ।

wp:html /wp:html

ଏହି ଗସ୍ତରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଟି-୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ୍‌ର ଶୃଙ୍ଖଳା ଖେଳିବ। ଆଡିଲେଡ୍‌ର ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଖେଳାଯିବ, ଯାହା ଦିବାରାତ୍ର ରହିଛି। ଏହି ପରି ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ ପରମ୍ପରାଗତ ଭାବେ ମେଲବର୍ଣ୍ଣରେ ହେବ।

ଅଷ୍ଟ୍ରେଲିଆ ବନାମ ଭାରତ ଦିନିକିଆ ଶୃଙ୍ଖଳା

୨୦୨୦ ନଭେମ୍ଵର ୨୭- ପ୍ରଥମ ଦିନିକିଆ, ସିଡନୀ

୨୦୨୦ ନଭେମ୍ବର ୨୯- ଦ୍ଵିତୀୟ ଦିନିକିଆ, ସିଡନୀ

୨୦୨୦ ଡିସେମ୍ବର ୨- ତୃତୀୟ ଦିନିକିଆ, କାନବେରା

ଅଷ୍ଟ୍ରେଲିଆ ବନାମ ଭାରତ ଟି-୨୦ ଶୃଙ୍ଖଳା

୨୦୨୦ ଡିସେମ୍ବର ୪- ପ୍ରଥମ ଟି-୨୦ ମ୍ୟାଚ୍‌, କାନବେରା

୨୦୨୦ ଡିସେମ୍ବର ୬- ଦ୍ଵିତୀୟ ଟି-୨୦, ସିଡନୀ

୨୦୨୦ ଡିସେମ୍ବର ୮- ତୃତୀୟ ଟି-୨୦, ସିଡନୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.