ଭାରତ-ଅଷ୍ଚ୍ରେଲିଆ ମଧ୍ୟରେ ସୁପର ମୁକାବିଲା : ଅଷ୍ଟ୍ରେଲିଆ ଆଗରେ ୩୫୩ ରନର ଟାର୍ଗେଟ ଠିଆ କରାଇଲା ଭାରତ

Published By : Prameya-News7 Bureau | June 09, 2019 IST

ସୁପର ସଣ୍ଡେରେ ଲଣ୍ଡନ କେନିଙ୍ଗଟନ ଓଭାଲରେ ଚାଲିଛି ଭାରତ-ଅଷ୍ଚ୍ରେଲିଆ ମଧ୍ୟରେ ସୁପର ମୁକାବିଲା । ବିଶ୍ବକପ ଇତିହାସରେ ଦୁଇ ଟାଇଟଲ ଦାବିଦାର ଦଳ ମୋଟ ୧୧ଥର ମୁହାଁମୁହିଁ ହୋଇଛନ୍ତି । ଅଷ୍ଟ୍ରେଲିଆ ୮ ଥର ଜିତିଥିବା ବେଳେ ଭାରତ ୩ ଥର ବିଜୟୀ ହୋଇଛି । ବିଶ୍ବକପ ହାଇଭୋଲଟେଜ ମ୍ୟାଚରେ ବେଶ ସତର୍କତାର ଇନିଂସ ଆରମ୍ଭ କରିଛି ଭାରତ।

{"id":121462}

ସୁପର ସଣ୍ଡେରେ ବିରାଟ ସେନାର ସୁପର ଷ୍ଟାର୍ଟ। ଅଷ୍ଟ୍ରେଲିଆ ଆଗରେ ୩୫୩ ରନର ଟାର୍ଗେଟ ଠିଆ କରାଇଲା ଭାରତ। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଓଭାଲର ମେଘାଚ୍ଛନ୍ନ ଆକାଶରେ ବେଶ୍ ସତର୍କତାର ସହିତ ପାଳି ଆରମ୍ଭ କରିଥିଲେ ଭାରତର ଦୁଇ ଅଭିଜ୍ଞ ଓପନିଂ ଯୋଡି ରୋହିତ ଶର୍ମା-ଶିଖର ଧୱନ । ମ୍ୟାଚର ପ୍ରଥମ ୧୦ ଓଭରର ଓପନିଂ ଯୋଡି କୌଣସି ୱିକେଟ ନ ହରାଇ ବଡ ସ୍କୋରର ମୁଳଦୂଆ ପକାଇଥିଲେ।

{"id":121463}

ବିଶ୍ବକପ ଟାଇଟଲ ପାଇଁ ଦୁଇ ଦାବିଦାର ଦଳ ମଧ୍ୟରେ କଡା ଟକ୍କର ହିଁ ହେବ।  ଆଉ ଦର୍ଶକ ନିରାଶ ମଧ୍ୟ ହୋଇନାହାଁନ୍ତି। ଦକ୍ଷିଣ ଆଫ୍ରିକା ମଧ୍ୟରେ ଧାୱନଙ୍କ ବ୍ୟାଟ ଗର୍ଜି ନଥିଲା। ହେଲେ ଆଜି କଙ୍ଗାରୁ ଦଳ ବିପକ୍ଷରେ ଚାଲିଥିଲା ଧୱନଙ୍କ ବ୍ୟାଟ। ଚୌକା ପରେ ଚୌକା ମାରି କଙ୍ଗାରୁ ଦଳର ବୋଲରଙ୍ଗ ଲାଇନ ବିଗାଡିବାକୁ ପ୍ରୟାସ କରିଥିଲେ । ଗୋଟିଏ ପଟେ ଧାୱନ ଆକ୍ରମଣାତ୍ମକ ଶୈଳିରେ ଇନିଂସ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ରୋହିତ ଶର୍ମା ଧିରେ ଶୁସ୍ତେ ରନ ଆଗକୁ ବଢ଼ାଇଥିଲେ ।

{"id":121464}

ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଜିତି ଭାରତ ବିଜୟ ସହିତ ବିଶ୍ବକପ ଅଭିଯାନ ଆରମ୍ଭ କରିଥିଲା। ସେପଟେ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜକୁ ହରାଇ ବିଶ୍ବକପରେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ। ଦୁଇ ଦଶନ୍ଧି ଧରି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ବେଶ୍ ସଂଘର୍ଷପୂର୍ଣ୍ଣ ରହି ଆସିଛି। ଆଜି ମଧ୍ୟ ଆଉ ଏକ ଏପିକ୍ ବ୍ୟାଟଲ ଚାଲିଛି।

{"id":121465}

ଓଭାଲରେ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ପାରମ୍ପରିକଭାବେ ଓଭାଲକୁ  ଚେଜିଂ ଗ୍ରାଉଣ୍ଡ ବୋଲି କୁହାଯାଏ। ଯେଉଁ ଦଳ  ଚେଜ୍ କରେ ଅଧିକାଂଶ ସମୟ ସେହି ଦଳ ବିଜୟୀ ହୋଇଥାଏ। ଏଯାଏ ଖେଳାଯାଇଥିବା ୬୮ଟି ମ୍ୟାଚରୁ ୪୦ ଥର ଦ୍ବିତୀୟରେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି। ଓଭାଲର ଆଉ ଏକ ବିଶେଷତ୍ବ ରହିଛି ଏଠାରେ ପ୍ରାୟ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ମିଳେ। ଏହି ପଡିଆରେ ସର୍ବାଧିକ ରନର ରେକର୍ଡ ନ୍ୟୁଜିଲାଣ୍ଡ  ନାଁରେ ରହିଛି।୨୦୧୫ରେ ନ୍ୟୁଜିଲାଣ୍ଡ ୫ ୱିକଟେ ହରାଇ ଏହି ପଡିଆରେ ୩୯୮ ରନ କରିଥିଲା । ପାକିସ୍ତାନ ପେସ ବୋଲର ଉମର ଗୁଲଙ୍କ ବେଷ୍ଟ ଫିଗର ୪୨ରନ ଦେଇ ୬ଟି ୱିକେଟ ।

{"id":121466}

ଓଭାଲର ଚେଜିଂ ଗ୍ରାଉଣ୍ଡରେ  ଅଷ୍ଟ୍ରେଲିଆ ଭାରତର ଟାର୍ଗେଟକୁ ହାସଲ କରିପାରିବ ନା ବିରାଟଙ୍କ ଧୁରନ୍ଦରଙ୍କ ଶାଣିତ ବୋଲିଂରେ କଙ୍ଗାରୁ ଦଳ ଧରାଶାୟୀ ହେବ  ତାହା ଅବଶ୍ୟ ଏବେଠୁ କହିବା ମୁସ୍କିଲ। ଉଭୟ ଦଳ କେହି କାହାରିକୁ ଇଞ୍ଚେ ବି ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ତେଣୁ ଲଢେଇ ଜୋରଦାର ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.