Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଚୀନକୁ ଚ୍ୟାଲେଞ୍ଜ୍: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବଡ ସାମରିକ ବୁଝାମଣା, ପରସ୍ପର ସେନା ଘାଟିକୁ ବ୍ୟବହାର କରିବେ ଦୁଇ ଦେଶ

4/06/2020 at 4:13 PM

ନୂଆଦିଲ୍ଲୀ, ୦୪|୦୬:   ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଏକ ବଡ ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି । ଏବେ ଉଭୟ ଦେଶ ପରସ୍ପରର ସାମରିକ ଘାଟିକୁ ବ୍ୟବହାର କରିପାରିବେ । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି ।

ଏସ ଜୟଶଙ୍କର କହିଛନ୍ତି ଯେ, ଏବେ ଉଭୟ ଦେଶ ଭାରତ ଓ ପ୍ରଶାନ୍ତ ମାହାସାଗର ଅଞ୍ଚଳରେ ଦୁଇଦେଶ ପରସ୍ପରକୁ ସାମରିକ ସହଯୋଗ କରିବେ । ଏହି ଚୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ ଦସ୍ତଖତ କରିଛନ୍ତି ।

ମୋଦୀ ଗୁରୁବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାରିସନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ଶିଖର ସମ୍ମିଳନୀରେ ଚର୍ଚ୍ଚା କରିଥିଲେ । ଏଥିରେ ଉଭୟ ନେତା ସ୍ୱାସ୍ଥ୍ୟ ସେବା, ବ୍ୟବସାୟ ଭଳି ଦ୍ୱିପାକ୍ଷିକ ସମ୍ଭନ୍ଧ ବାବଦରେ ସୂଚନା ଦେଇଥିଲେ । ମୋଦୀ କହିଥିଲେ ଯେ, ଏହା ହେଉଛି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ମଜବୁତ କରିବା  ସମୟ । ଏହାକୁ ଆହୁରି ମଜବୁତ କରିବା ପାଇଁ ଅନେକ ସମ୍ଭାବନା ରହିଛି । ଭାରତ ଅଷ୍ଟ୍ରେଲିଆ ସହ ସମ୍ପର୍କକୁ ବ୍ୟାପକ ଓ ଅଧିକ ମଜବୁତ କରିବା ପାଇଁ ପ୍ରତିବଦ୍ଧ ଅଟେ । ଏହା କେବଳ ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଭାରତ ମହାସାଗର ସହ ବିଶ୍ୱ ପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ ।

ସୂଚନାଯୋଗ୍ୟ, ୨୦୧୭ରେ ବିଦେଶ ନୀତି ଉପରେ ଆଧାରିତ ଏକ ଶ୍ୱେତପତ୍ରରେ ଅଷ୍ଟ୍ରେଲିଆ ଭାରତକୁ ଭାରତ ମହାସାଗରରେ ଥିବା ଦେଶରେ ମହତ୍ୱପୂର୍ଣ୍ଣ ନୌସେନା ଶକ୍ତି ଏବଂ ଅଷ୍ଟ୍ରେଲିଆର ପ୍ରଥମ ସହଯୋଗୀ ଭାବେ ମାନ୍ୟତା ଦେଇଥିଲା ।  

   Related Posts