Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଅକ୍ଟୋବରରେ ଭାରତ- ଅଷ୍ଟ୍ରେଲିଆ ଟି୨୦ ସିରିଜ୍, ଜାନୁଆରୀରୁ ଦିନିକିଆ, ଘୋଷଣା ହେଲା ତାରିଖ ଓ ଭେନ୍ୟୁ

28/05/2020 at 5:03 PM

ସିଡନୀ, ୨୮|୦୫:   କରୋନା ଆତଙ୍କ ମଧ୍ୟରେ କ୍ରିକେଟ ଷ୍ଟାଡିୟମ ଖାଲି ପଡିଛି । କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ହେଉନାହିଁ । ଏହା ମଧ୍ୟରେ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି । ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ଘରୋଇ ସିରିଜ୍ ପାଇଁ ମ୍ୟାଚସୂଚୀ ଘୋଷଣା କରିଛି । ଭାରତର ଅଷ୍ଟ୍ରେଲିଆ ଗସ୍ତ ଅକ୍ଟୋବରରୁ ଆରମ୍ଭ ହେବ । ଏଥିରେ ତିନୋଟି ଟି୨୦, ୪ଟି ଟେଷ୍ଟ୍ ଓ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ । ଅକ୍ଟୋବର ୧୧ରୁ ଟି୨୦ ସିରିଜ୍ ଆରମ୍ଭ ହେବ । ସେହିପରି ଡିସେମ୍ବର ୩ରୁ ଟେଷ୍ଟ୍ ସିରିଜ ଆରମ୍ଭ ହେବ ଓ ଜାନୁଆରୀ ୧୨ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ ।

ପ୍ରଥମ ଟି୨୦ ମୁକାବିଲା ବ୍ରିସବେନରେ ଅକ୍ଚୋବର ୧୧ରୁ ଆରମ୍ଭ ହେବ । ଦ୍ୱିତୀୟ ଟି୨୦ କାନବେରାରେ ୧୪ ଓ ତୃତୀୟ ଟି୨୦ ଅକ୍ଟୋବର ୧୭ରେ ଆଡିଲେଡରେ ଖେଳାଯିବ ।

ସେହିପରି ଦିନିକିଆ ସିରିଜ୍ ଜାନୁଆରୀ ୧୨ରୁ ଆରମ୍ଭ ହେବ । ପ୍ରଥମ ଦିନିକିଆ ଜାନୁଆରୀ ୧୨ରେ ପର୍ଥରେ ଖେଳାଯିବ । ସେହିପରି ଦ୍ୱିତୀୟ ଦିନିକିଆ ୧୫ ତାରିଖରେ ମେଲବର୍ଣ୍ଣ ଓ ତୃତୀୟ ଦିନିକିଆ ଜାନୁଆରୀ ୧୭ରେ ଖେଳାଯିବ ।  

କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଜାରି କ୍ରୀଡାସୂଚୀ ଅନୁଯାୟୀ ପ୍ରଥମ ଟେଷ୍ଟ ଡିସେମ୍ବର ୩ରେ ବ୍ରିସବେନ୍‌ରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍ ଡିସେମ୍ଵର ୧୧ରେ ଆଡିଲେଡ୍, ତୃତୀୟ ଟେଷ୍ଟ ଡିସେମ୍ବର ୨୬ରେ ମେଲବର୍ଣ୍ଣରେ ଖେଳାଯିବ। ଏହି ପରି ଶୃଙ୍ଖଳାର ଶେଷ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୩ରେ ସିଡନୀରେ ଖେଳାଯିବ।

   Related Posts