Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ

27/11/2020 at 9:07 AM

ସିଡନୀ,୨୭|୧୧:  ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଦିନିକିଆ । ଐତିହାସିକ ସିଡନୀ ଗ୍ରାଉଣ୍ଡରେ ଭାରତୀୟ  ସମୟାନୁସାରେ ସକାଳ ୯ଟା ୩୦ରେ ଏହି ମୁକାବିଲା ଖେଳାଯିବ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଅଷ୍ଟ୍ରେଲିଆ । ଅଧିନାୟକ ଆରୋନ ଫିଞ୍ଚ୍  ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ଫିଲ୍ଡିଂ କରିବ ଭ୍ରମଣକାରୀ ଦଳ ଭାରତ ।  

ଗତ କିଛି ମାସ ହେଲା କରୋନା ମହାମାରୀ ପାଇଁ ଭାରତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟଠୁ ଦୂରେଇ ରହିଥିଲା। ଦୀର୍ଘ ୮ ମାସ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ଟିମ୍ ଇଣ୍ଡିଆ । କିନ୍ତୁ ଅଷ୍ଟ୍ରେଲିଆ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ସିରିଜ୍‌ ଖେଳି ସାରିଛି।

ଏହି ସିରିଜରେ ଆହ ଜନିତ କାରଣରୁ ଥିବାରୁ ଓପନର ରୋହିତ ଶର୍ମା ମ୍ୟାଚ୍ ଖେଳିବେ ନାହିଁ। ତଥାପି ତାଙ୍କ ଅନୁପସ୍ଥିତିରେ ବିରାଟ ବାହିନୀ ପୂର୍ବ ଗସ୍ତର ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିବ। ଆଇପିଏଲ୍‌ ଶେଷ ହେବା ପରେ ଭାରତୀୟ ଦଳ ୟୁଏଇରୁ ସିଧା ଅଷ୍ଟ୍ରେଲିଆ ଯାତ୍ରା କରିଥିଲା। ସେଠାରେ ପହଞ୍ଚି ଖେଳାଳି କ୍ୱାରେଣ୍ଟାଇନରେ ରହିଥିଲେ, ମାତ୍ର ଏହି ସମୟରେ ସେମାନେ ଅଭ୍ୟାସ କରିବାର ସୁଯୋଗ ପାଇଥିଲେ ।

ଭାରତୀୟ ଦଳ ଏହି ଗସ୍ତରେ ଏକ ପୂର୍ଣ୍ଣାଙ୍ଗ ସିରିଜ୍‌ ଖେଳିବ। ପ୍ରଥମେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଶେଷ ହେବାପରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ୱେଣ୍ଟି (୩ଟି ମ୍ୟାଚ୍‌) ଖେଳିବ। ଏହାପରେ ଡିସେମ୍ବର ୧୭ ତାରିଖରୁ ବର୍ଡ଼ର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ ଆରମ୍ଭ ହେବ।

   Related Posts