ସାବଧାନ ଧୋକାବାଜ୍ ଚୀନ: ଏଲଏସିରେ ସ୍ଥଳ ସେନା ଓ ବାୟୁସେନାର ଯୁଦ୍ଧାଭ୍ୟାସ, ଗର୍ଜିଲା ସୁଖୋଇ ଓ ମି-୧୭ ହେଲିକପ୍ଟର

Published By : Prameya-News7 Bureau | June 26, 2020 IST

ନୂଆଦିଲ୍ଲୀ ୨୬।୦୬: ଚୀନ ସହ ଲଦାଖର ଏଲଏସିରେ ଜାରି ଉତ୍ତେଜନା ମଧ୍ୟରେ ଲେହରେ ଭାରତୀୟ ସେନା ଓ ବାୟୁସେନା ମିଳିତ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଯୁଦ୍ଧାଭ୍ୟାସ‌ରେ ଲଢୁଆ ବିମାନ ଓ ପରିବହନକାରୀ ବିମାନ ସାମିଲ ରହିଛି। ଯୁଦ୍ଧାଭ୍ୟାସ‌ର ଉଦ୍ଦେଶ୍ୟ ଦୁଇ ସେନା ମଧ୍ୟରେ ଉତ୍ତମ ସମନ୍ଵୟ ସ୍ଥାପନ କରିବା ଥିଲା। ଏହି ଯୁଦ୍ଧାଭ୍ୟାସ‌ରେ ସୁଖୋଇ ଲଢୁଆ ବିମାନ ଓ ଚିନୁକ ହେଲିକପ୍ଟର ସାମିଲ।

ଉଲ୍ଲେଖନୀୟ ଭାରତୀୟ ସେନା ବର୍ତ୍ତମାନ ଏଲଏସିରେ ଜାରି ଗତିରୋଧ କାରଣରୁ ନିଜର ରକ୍ଷା କବଚ କମ କରିବାକୁ ଚାହୁଁନାହିଁ। ଅନ୍ୟପକ୍ଷେ ଏବେ ମଧ୍ୟ ଗଲଓ୍ଵାନ ଘାଟି, ପାଙ୍ଗଙ୍ଗ ସୋ ହ୍ରଦ ଓ ଦଉଲତ ବେଗ ଓଲଡି  ଅଞ୍ଚଳରେ ଚୀନ ନିଜର ସୈନ୍ୟ ସଂଖ୍ୟା ଓ ଯୁଦ୍ଧାସ୍ତ୍ର ବଢାଇବାରେ ଲାଗିଛି। ତେଣୁ ଭାରତ ମଧ୍ୟ କୌଣସି ପରିସ୍ଥିତିରେ ନିଜର ସୈନ୍ୟ ସଂଖ୍ୟା କମ କରିବାକୁ ଚାହୁଁ ନାହିଁ। ଲଦାଖରେ ମଧ୍ୟ ଭାରତୀୟ ସେନା ନିଜର ସ୍ଥିତି ମଜବୁତ କରି ରଖିଛନ୍ତି।

wp:html /wp:html

ଚୀନ ସହ କୌଣସି ପରିସ୍ଥିତିର ଦୃଢ ମୁକାବିଲା ଲାଗି ଲଦାଖର ଲେହ କ୍ଷେତ୍ରରେ ଭାରତୀୟ ସେନା ଓ ବାୟୁସେନା ମିଳିତ ଯୁଦ୍ଧାଭ୍ୟାସ୍‌ ଚଳାଇଛନ୍ତି। ଏଥିରେ ଭାରତୀୟ ସେନାର ସୁଖୋଇ-୩୦ ଏମକେଆଇ ଅତ୍ୟାଧୁନିକ ଲଢୁଆ ବିମାନ ସାମିଲ। ଏହା ସହିତ ସୈନ୍ୟ ସରଞ୍ଜାମ ଓ ସୈନିକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଶୀଘ୍ର ସ୍ଥାନାନ୍ତର ପାଇଁ ହରକ୍ୟୁଲେସ ଓ ଅଲଗା ମାଲବାହୀ ବିମାନ ମଧ୍ୟ ସାମିଲ।

wp:html /wp:html

ଏହି ଯୁଦ୍ଧାଭ୍ୟାସ‌ରେ ଚିନୁକ ହେଲିକପ୍ଟର, ମି-୧୭ ହେଲିକପ୍ଟର ମଧ୍ୟ ଯୋଗ ଦେଇଛି। ଯୁଦ୍ଧାଭ୍ୟାସ ସମୟରେ ସୁଖୋଇ-୩୦ ଆକାଶରେ ସୁରକ୍ଷା ଘେର ତିଆରି କରିଥିଲା ଏବଂ ଏହା ପରେ ସେନାର ମାଲବାହୀ ବିମାନ ସରଞ୍ଜାମ, ତୋପୋ ଓ ସୈନିକଙ୍କୁ ଗୋଟିଏ  ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବାର ଅଭ୍ୟାସ୍ କରିଥିଲା।

ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଉତ୍ତେଜନା ଚରମରେ ରହିଛି। ଏହି ସମୟରେ ବାୟୁସେନାର ଯୁଦ୍ଧାଭ୍ୟାସ୍‌ ବହୁ ଗୁରୁତ୍ଵ ବହନ କରୁଛି। କୁହାଯାଉଛି ଯେ, ସେନାର ଏହି ଯୁଦ୍ଧାଭ୍ୟାସ୍ ନିୟମିତ ଜାରି ରହିବ। ଗତ ଦିନରେ ଚୀନ ସେନାର ଯୁଦ୍ଧାଭ୍ୟାସ୍‌ର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.