Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟ ପରେ ବିଳବିଳେଇଲା ପାକିସ୍ତାନ, ଆଇନା ଦେଖାଇଲା ଭାରତ

9/11/2019 at 9:59 PM

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ଜନ୍ମଭୂମି ବିବାଦକୁ ନେଇ ଦୀର୍ଘ ବର୍ଷରୁ ଚାଲିଆସିଥିବା ମୋକଦ୍ଦମାର ସୁପ୍ରିମକୋର୍ଟ ଶନିବାର ରାୟ ଘୋଷଣା କରିଛନ୍ତି। ତେବେ ଭାରତୀୟ କୋର୍ଟଙ୍କ ରାୟକୁ ନେଇ ପାକ୍  ପୁଣି ଧାରା ୩୭୦ ଭଳି ବିଳବିଳେଇଛି। ଦିନ ତମାମ ଦେଶର ଟେଲିଭିଜନ ଚାନେଲ ମାନଙ୍କରେ ସୁପ୍ରିମକୋର୍ଟଙ୍କ ରାୟର ନିନ୍ଦା କରାଯାଉଥିବା ବେଳେ ଇମ୍ରାନଙ୍କ ସୂଚନା ଓ ପ୍ରସାଣ ମନ୍ତ୍ରୀ ଫିରଦୋଶ ଆଶିକ ଅବାନ ଓ ବିଦେଶ ମନ୍ତ୍ରୀ ଏମ.ଏମ.କ୍ୟୁରେସୀ ନିଜ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ରାୟର ସମାଲୋଚନା କରିଛନ୍ତି।

ସୁପ୍ରିମକୋର୍ଟ୍ ଙ୍କ ନିଷ୍ପତ୍ତିକୁ ପାକିସ୍ତାନ ଭାରତର ଧର୍ମନିରପେକ୍ଷତା ନୀତିରେ ଏକ କଳଙ୍କ ବୋଲି କହିଛି। ଭାରତରେ ଇସ୍ଲାମ ଧର୍ମାବଲମ୍ବୀମାନେ ଏବେ ଚାପରେ ଥିବା ପାକିସ୍ତାନୀ ନେତାମାନେ ନିଜନିଜ ରାସ୍ତାରେ ପ୍ରଚାର କରୁଥିବା ବେଳେ ପ୍ରସଙ୍ଗରେ ଭାରତ ବୈଦେଶିକ ମନ୍ତ୍ରାଳୟ ନିରବତା ଭଙ୍ଗ କରିଛନ୍ତି। ରାମଜନ୍ମଭୂମି ପ୍ରସଙ୍ଗରେ ପାକିସ୍ତାନୀ ନେତା,ମନ୍ତ୍ରୀ ଓ ଗଣମାଧ୍ୟମଙ୍କ ବୁଝାମଣାକୁ ନେଇ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି ମନ୍ତ୍ରାଳୟ ।

ଏହା ଏକ ସିଭିଲ ମାମଲା ଓ ଭାରତର ସମ୍ପୂର୍ଣ୍ଣ ଅନ୍ତରୀଣ ପ୍ରସଙ୍ଗ। ତେବେ ପାକିସ୍ତାନ ସହ ଏହାର କୌଣସି ନେଣଦେଣ ନଥାଇ ମଧ୍ୟ ଏପରି ବିଭ୍ରାନ୍ତମୂଳକ ବୟାନବାଜୀ କରିବା ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ ଓ ଅଗ୍ରହଣୀୟ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି। ଏଣୁ ରାମଜନ୍ମଭୂମି ପ୍ରସଙ୍ଗରେ ପାକିସ୍ତାନର ଏଭଳି ବୟାନବାଜୀ ଭାରତରେ ବିଭ୍ରାନ୍ତି ଓ ଅସ୍ଥିରତା ସୃଷ୍ଟି ଲାଗି ବୋଲି  ଭାରତୀୟ ବୈଦେଶିକମନ୍ତ୍ରାଳୟ କହିଛନ୍ତି। ଏଣୁ ପାକିସ୍ତାନକୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ଲାଗି ମଧ୍ୟ ମନ୍ତ୍ରାଳୟ ଚେତାଇ ଦେଇଛନ୍ତି।  

   Related Posts