Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କ ଅପେକ୍ଷାର ଅନ୍ତ, ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ରେ ସାମିଲ

20/02/2021 at 9:01 PM

ନୂଆଦିଲ୍ଲୀ ୨୦/୦୨ : ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ମାର୍ଚ୍ଚ ୧୨ ତାରିଖରୁ ଭ୍ରମଣକାରୀ ଇଂଲଣ୍ଡ ଏବଂ ଘରୋଇ ଭାରତ ମଧ୍ୟରେ ଆରମ୍ଭ ହେବ ଟ୍ବେଣ୍ଟି ଟ୍ବେଣ୍ଟି ଧମାକା । ପ୍ରଥମ ଥର ପାଇଁ ଦଳରେ ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ୍ କିଶାନ୍‌ଙ୍କୁ ସୁଯୋଗ ମିଳିଛି । ଏହା ବାଦ ସ୍ପିନର ବରୁଣ ଧାଓ୍ବନ ମଧ୍ୟ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଆଇପିଏଲ ୨୦୨୦ରେ ଦମଦାର ପ୍ରଦର୍ଶନ ଦେଖାଇଥିବା ମିଷ୍ଟ୍ରି ସ୍ପିନର୍‌ ବରୁଣ ଚକ୍ରବର୍ତ୍ତୀଙ୍କୁ ଏହା ପୂର୍ବରୁ ଅ​‌େ​‌ଷ୍ଟ୍ରଲିଆ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଥିଲା । କିନ୍ତୁ ଆହତ ସମସ୍ୟା କାରଣରୁ ସେ ଅ​‌େ​‌ଷ୍ଟ୍ରଲିଆ ଗସ୍ତରେ ଯାଇପାରିନଥିଲେ । ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଓ୍ବିକେଟ୍‌ କିପର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଇଶାନ୍ କିଶାନ୍‌ଙ୍କୁ ଏବଂ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଥମ ଥର ପାଇଁ ଦଳରେ ସାମିଲ କରାଯାଇଛି ।

IPL ୨୦୨୦ରେ ରାଜସ୍ଥାନକୁ ନିଜ ଦମ​‌ରେ ବିଜୟ ଭେଟି ଦେଇଥିବା ଅଲରାଉଣ୍ଡର ରାହୁଲ ତେଓ୍ବାତିଆଙ୍କୁ ମଧ୍ୟ ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ ପାଇଁ ଦଳରେ ସାମିଲ କରାଯାଇଛି । ୨୦୨୦ ଆଇପିଏଲରେ ସେ ୨୫୫ ରନ୍‌ କରିବା ସହିତ ୧୦ଟି ଓ୍ବିକେଟ୍‌ ମଧ୍ୟ ନେଇଥିଲେ । ଆଇପିଏଲରେ ଓ୍ବେଷ୍ଟଇଣ୍ଡିଜ୍‌ର ସେଲ୍ଡନ୍‌ କୋଟରେଲ୍‌ଙ୍କ ଓଭରରେ ପାଞ୍ଚଟି ବଲରେ ଲଗାତାର ୫ଟି ଛକା ମାରି ଚର୍ଚ୍ଚାକୁ ଆସିଥିଲେ ରାହୁଲ ତେଓ୍ବାତିଆ ।

ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେଏଲ ରାହୁଲ, ଶିଖର ଧାଓ୍ବନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ଋଷଭ ପନ୍ତ (ଓ୍ବିକେଟ୍‌ କିପର), ଇଶାନ କିଷାନ୍ (ଓ୍ବିକେଟ୍‌ କିପର), ଯୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଓ୍ବାଶିଂଟନ୍‌ ସୁନ୍ଦର, ରାହୁଲ ତେଓ୍ବାତିଆ, ଟି. ନଟରାଜନ୍‌, ଭୁବନେଶ୍ବର କୁମାର, ଦୀପକ ଚହର, ନବଦୀପ ସାଇନୀ ଏବଂ ଶାର୍ଦ୍ଦୁଳ ଠାକୁର  

   Related Posts