ମିଳିତ ଜାତିସଂଘକୁ ୧.୩୫କୋଟି ଡଲାର ଦେବ ଭାରତ, ବିକାଶ କାର୍ଯ୍ୟ ଲାଗି ସହଯୋଗ ଘୋଷଣା

Published By : Prameya-News7 Bureau | November 16, 2019 IST

ନ୍ୟୁୟର୍କ: ମିଳିତ ଜାତି ସଂଘକୁ ୧.୩୫କୋଟି ଟଙ୍କାର ସହଯୋଗ ଘୋଷଣା କରିଛି ଭାରତ। ଜାତିସଂଘ ବିକାଶ କାର୍ଯ୍ୟ ସଂକଳ୍ପ ସମ୍ମିଳନୀରେ ସ୍ଥାୟୀ ମିସନ ପରାମର୍ଶଦାତା  ଅଞ୍ଜନୀ କୁମାର ଏହି ଘୋଷଣା କରିଛନ୍ତି। ୨୦୨୦ ମସିହାରେ ଜାତି ସଂଘ ସମଗ୍ର ବିଶ୍ୱରେ ବିକାଶ କାର୍ଯ୍ୟ ଲାଗି ଚୂଡାନ୍ତ କରିଥିବା ଯୋଜନା ଲାଗି ଭାରତ ଏହି ଆର୍ଥିକ ସହଯୋଗ ପ୍ରଦାନ କରିବ ବୋଲି କହିଛନ୍ତି ଅଞ୍ଜନୀ କୁମାର ।

{"id":185371,"sizeSlug":"large"}

ଏଥିରେ ମିଳିତ ଜାତି ସଂଘ ପାଲେଷ୍ଟାଇନ ଶରଣାର୍ଥୀଙ୍କ ଲାଗି ହାତକୁ ନେଇଥିବା ନିର୍ମାଣ କାର୍ଯ୍ୟକ୍ରମ ଲାଗି ଭାରତ ୫୦ ଲକ୍ଷ ଡଲାର ସହଯୋଗ  କରିବ। ସେହିପରି ଜାତିସଂଘଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଲାଗି ୪୫ଲକ୍ଷ ଡଲାର। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଲାଗି ୧୯.୨ଲକ୍ଷ ଡଲାର, ୟୁନିସେଫ ଲାଗି ୯ଲକ୍ଷ ଡଲାର, ଜନସଂଖ୍ୟା ପାଣ୍ଠି ଲାଗି ୫ଲକ୍ଷ ଡଲାର ପ୍ରଦାନ ଲାଗି ଭାରତ ଘୋଷଣା କରିଛି।

{"id":185372,"width":580,"height":381,"sizeSlug":"large"}

ସେହିପରି ବୈଷୟିକ ସହଯୋଗ ଲାଗି ଜାତିସଂଘ ଇଛାକୃତ ପାଣ୍ଠି ଲାଗି ୨ଲକ୍ଷ ଆମେରିକୀୟ ଡଲାର ଓ ମାନବାଧିକାର ଆୟୋଗ ଲାଗି ୫୦ ହଜାର ଡଲାର ଏହିପରି ଭାରତ ଜାତିସଂଘକୁ ୧.୩୫କୋଟି ଡଲାର ଆର୍ଥିକ ସହଯୋଗ କରିବ ବୋଲି ଅଞ୍ଜନିକୁମାର କହିଛନ୍ତି। ଏହା ଛଡା ଜାତିସଂଘ ପରିବେଶ କାର୍ଯ୍ୟକ୍ରମ, ଅପରାଧ ଓ ନିଶା ସମ୍ପର୍କିତ ଜାତିସଂଘ କାର୍ଯ୍ୟାଳୟ ଲାଗି ମଧ୍ୟ ଭାରତ ୧ଲକ୍ଷ ଡଲାର ଲେଖାଏଁ ସ୍ୱେଛାକୃତ ସହଯୋଗ ଦେବ ବୋଲି ମିଶନ ପରାମର୍ଶଦାତା କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.