Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବାରବାଟୀ କାଉଣ୍ଟଡାଉନ୍ : ଆଜି ଭୁବନେଶ୍ବରରେ ପହଞ୍ଚିବେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ଟିମ୍

19/12/2019 at 8:18 AM

ଭୁବନେଶ୍ବର ୧୯।୧: ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଆଜି ଅପରାହ୍ନ ସାଢେ ଗୋଟାଏରେ ଉଭୟ ଦଳର ଖେଳାଳି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ମେ ଫେୟାର ହୋଟେଲକୁ ନିଆଯିବ ।

ଖେଳାଳିଙ୍କୁ ସ୍ବାଗତ କରିବାକୁ ସବୁ ପ୍ରସ୍ତୁତି କରାଯାଇଛି । ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ଖେଳାଳିଙ୍କୁ ହୋଟେଲରେ ସ୍ବାଗତ କରାଯିବ। ମେ ଫେୟାରରେ ୮୫ଟି ରୁମ୍ ବୁକ୍ କରାଯାଇଛି । ମନ ପସନ୍ଦର ରୁମ୍ ଖେଳାଳିଙ୍କ ପାଇଁ ଆଲର୍ଟ କରାଯାଇଛି । ଯେମିତି ମେନ୍ ଇନ୍ ବ୍ଲୁ ଦଳର ଅଧିନାୟକ ବିରାଟ କୋହଲି ରହିବେ ୧୩୪ ନମ୍ବର ରୁମରେ ।

ହୋଟେଲର ସ୍ବତନ୍ତ୍ର ମେନ୍ୟୁ ବି ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ସି ଫୁଡ୍ ସହ ହେଲଥ ଡ୍ରିଙ୍କ୍ସ ଓ କିଛି ସ୍ପେଶାଲ ଡେଜର୍ଟ ଆଇଟମକୁ ସାମିଲ କରାଯାଇଛି । ଶୁକ୍ରବାର ଖେଳାଳିମାନେ ଅଭ୍ୟାସ କରିବାକୁ ଷ୍ଟାଡିୟମକୁ ଆସିବେ। ସକାଳ ୯ଟାରେ ଓ୍ବେଷ୍ଟଇଣ୍ଡିଜ୍  ଓ ଅପରାହ୍ନ ୨ଟାରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିବାକୁ ସୂଚୀ ପ୍ରସ୍ତୁତ ହୋଇଛି । ଏଥିପାଇଁ ଅଭ୍ୟାସ ପିଚ୍ର ପ୍ରସ୍ତୁତି ପର୍ଯ୍ୟାୟ ଶେଷ ହୋଇଛି।

କମିସନରେଟ ପୁଲିସ୍ ପକ୍ଷରୁ ବୁଧବାର କାରକେଡ୍ ରିହରସାଲ କରାଯାଇଥିଲା। ଭୁବନେଶ୍ବର କମିସନରେଟ ପୁଲିସ୍ ପକ୍ଷରୁ ଖେଳାଳିମାନଙ୍କୁ ସୁରକ୍ଷା ବଳୟ ମଧ୍ୟରେ ଷ୍ଟାଡିୟମକୁ ଅଣାଯିବ। ତ୍ରିଶୁଳିଆ ରାସ୍ତାରେ ସୁରକ୍ଷା ଜନିତ ସମସ୍ୟା ଥିବାରୁ ଖେଳାଳିମାନଙ୍କୁ ଜାତୀୟ ରାଜପଥ ପଟେ ଅଣାଯିବ। ସୁରକ୍ଷାକର୍ମୀଙ୍କ ମଧ୍ୟରେ କମାଣ୍ଡୋ ନିୟୋଜିତ ହୋଇଛନ୍ତି।

   Related Posts