Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆସନ୍ତାକାଲି ବାରବାଟୀ ବିଗ୍ ଫାଇଟ୍ : ସକାଳ ୧୦ଟାରେ ବିରାଟ ବାହିନୀ ଏବଂ ଦିନ ୨ଟାରେ ୱେଷ୍ଟଇଣ୍ଡିଜ୍ ଟିମ୍‌ର ଅଭ୍ୟାସ

21/12/2019 at 9:09 AM

କଟକ ୨୧।୧: ଆସନ୍ତାକାଲି ବାରବାଟୀରେ ଖେଳାଯିବ ଇଣ୍ଡିଆ-ଇଣ୍ଡିଜ୍ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ । ଉଭୟ ଦଳ ୧-୧ରେ ବରାବର ଥିବାରୁ ବାରବାଟୀ ବିଜେତା ହିଁ ସିରିଜ ହାତେଇବ । ଏଥିପାଇଁ ଉଭୟ ଦଳ ଗୁରୁବାର ଭୁବନେଶ୍ବରରେ ପହଞ୍ଚିଥିବା ବେଳେ ଶୁକ୍ରବାର ବିଶ୍ରାମ ନେଇଛନ୍ତି ।

ଆଜି ଉଭୟ ଦଳ ବାରବାଟୀ ଯାଇ ଅଭ୍ୟାସ କରିବେ । ବିରାଟ ଆଣ୍ଡ କୋ ସକାଳେ ଅଭ୍ୟାସ ପାଇଁ ବାରବାଟୀ ଯିବେ । ସକାଳ ୧୦ଟାରୁ ୧୨ଟା ଯାଏଁ ଭାରତୀୟ ଖେଳାଳି ଷ୍ଟାଡିୟମରେ ଅଭ୍ୟାସ କରିବେ । ପରେ ୱେଷ୍ଟଇଣ୍ଡିଜ ଟିମ୍ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବା ନେଇ ଓସିଏ ସୂଚନା ଦେଇଛି ।

ବାରବାଟୀରେ ମଧ୍ୟ ଖେଳାଳିଙ୍କ ସ୍ବାଗତ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଖେଳାଳିମାନେ ଷ୍ଟାଡିୟମରେ ଏଣ୍ଟ୍ରି କରିବା ସମୟରେ ଯେଉଁ ରାସ୍ତାରେ ଯିବେ ସେହି ରାସ୍ତାରେ ସାଜସଜ୍ଜା କରାଯାଇଛି । ଏଥିସହ ବାରବାଟୀ ଷ୍ଟାଡିୟମରେ ନୂଆରୂପ ପାଇଥିବା ଡ୍ରେସିଂ ରୁମ୍ ଓ କ୍ଲକ୍ ଟାୱାରକୁ ମଧ୍ୟ ଆଜି ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଖେଳାଳିଙ୍କ ସୁରକ୍ଷା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଖାପାଖି ୮୦ ପ୍ଲାଟୁନ ଫୋର୍ସ ଖେଳାଳିଙ୍କ ସୁରକ୍ଷା ଓ ଷ୍ଟାଡିୟମ ନିୟନ୍ତ୍ରଣରେ ନିୟୋଜିତ ହେବେ ।

   Related Posts