Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଭାରତୀୟ କ୍ଷେପଣାସ୍ତ୍ର ଏବେ ଆହୁରି ଶକ୍ତିଶାଳୀ, ହେବ ଘାତକ: ବିଇସି ଚୁକ୍ତିରେ ମୋହର ମାରିଲେ ଭାରତ ଓ ଆମେରିକା

27/10/2020 at 4:00 PM

ନୂଆଦିଲ୍ଲୀ ୨୭।୧୦: ଭାରତ ଓ ଆମେରିକା ନିଜର ସଂପର୍କକୁ ନୂତନ ଦିଗ ଦେଇ ମଙ୍ଗଳବାର ବେସିକ ଏକ୍ସଚେଞ୍ଜ ଆଣ୍ଡ କର୍ପୋରେସନ ଏଗ୍ରୀମେଣ୍ଟ(ବିଇସିଏ) ଉପରେ ହସ୍ତାକ୍ଷର କରିଛନ୍ତି। ତୃତୀୟ ‘2+2’ ବାର୍ତ୍ତା ପାଇଁ ଭାରତ ଆସିଥିବା ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପାମ୍ପିଓ ଓ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସ୍ପର ଭାରତୀୟ ସମକକ୍ଷ ଏସ ଜୟଶଙ୍କର ଓ ରାଜନାଥ ସିଂହଙ୍କୁ ସାକ୍ଷାତ କରିବା ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପର ଘୋଷଣା କରିଛନ୍ତି।

ଟୁ ପ୍ଲସ ଟୁ ଆଲୋଚନା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆମେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ। ଆମେରିକା ସହିତ ବିଇସିଏ ରାଜିନାମା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏଥିସହ ଦୁଇ ଦେଶ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶାନ୍ତି ଓ ସୁରକ୍ଷା ପାଇଁ ପୁଣି  ଥରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।

ଭାରତ ଓ ଚୀନ ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ମାସ ମାସ ଧରି ଜାରି ଉତ୍ତେଜନା ମଧ୍ୟରେ ଆମେରିକା ସହିତ ଏହି ରାଜିନାମା ଭାରତ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି। ଦ୍ଵିପାକ୍ଷିକ ପ୍ରତିରକ୍ଷା ସଂପର୍କକୁ ଆହୁରି ମଜବୁତ କରିବା ପାଇଁ ଦୀର୍ଘ ସମୟରୁ ବିଇସିଏ ରାଜିନାମା ଅଟକି ରହିଥିଲା। ଏବେ ଏହି ରାଜିନାମା ଉପରେ ଦୁଇ ଦେଶ ମୋହର ମାରିବା ପରେ ଦୁଇ ଦେଶର ଅତ୍ୟାଧୁନିକ ସୈନ୍ୟ ଅଦୌଗିକି, ଉପକରଣ ଓ ଭୁ-ସ୍ଥାନିକ ମାନଚ୍ଚିତ୍ର(ଜିଓସ୍ପେଶାଲ ମ୍ୟାପ୍ସ)ର ଆଦାନ ପ୍ରଦାନ କରି ପାରିବେ

ବିଇସିଏ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଚାରୋଟି ରାଜିନାମା ମଧ୍ୟରୁ ସବୁଠୁ ବଡ। ଏଥିରେ ଦୁଇ ଦେଶ ମଧ୍ୟରେ ରଣନୀତି ଏବଂ ସୈନ୍ୟ ସହଯୋଗ ସୁଦୃଢ ହେବ। ଏଥି ମଧ୍ୟରୁ ପ୍ରଥମ ଚୁକ୍ତିନାମା ୨୦୦୨ରେ ହୋଇଥିଲା ଯାହା ସୈନ୍ୟ ସୂଚନାର ସୁରକ୍ଷା ଉପରେ ସମ୍ବନ୍ଧିତ ଥିଲା। ଦୁଇ ଅନ୍ୟ ରାଜିନାମା ୨୦୧୬ ଓ ୨୦୧୮ରେ ହୋଇଥିଲା। ଏହା ରଣନୀତି ଓ ସୁରକ୍ଷା ପ୍ରସଙ୍ଗ ଉପରେ ପର୍ଯ୍ୟବେଷିତ ଥିଲା।

ଏହି ରାଜିନାମା କାରଣରୁ ଏବେ ଭାରତ ଆମେରିକାର ଜିଓସ୍ପେଶାଲ ମ୍ୟାପ୍ସର ବ୍ୟବହାର କରି ପାରିବ। ଯାହା ଫଳରେ ଅଟୋମେଟେଡ ହାର୍ଡଓ୍ଵୟର ସିଷ୍ଟମ ଓ କ୍ରୁଜ ବାଲିଷ୍ଟିକ ମିଜାଇଲ ସହିତ ଅସ୍ତ୍ର ଅସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ଅଧିକ ବୃଦ୍ଧି ପାଇବ।

   Related Posts