Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଭାରତ ଓ ଶ୍ରୀଲଙ୍କା ସିରିଜ୍ ଜୁଲାଇ ୧୩ରୁ ଆରମ୍ଭ, ଧାଓ୍ଵନଙ୍କୁ ମିଳିପାରେ ଗୁରୁ ଦାୟିତ୍ଵ

7/06/2021 at 6:13 PM

ନୂଆଦିଲ୍ଲୀ ୦୭।୦୫: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇରେ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳାଯିବ। ଆଇପିଏଲ୍ ପୂର୍ବରୁ ଏହି ସିରିଜ୍ ଖେଳାଯିବ। ବିସିସିଆଇ ପକ୍ଷରୁ ଏ ପର୍ଯ୍ୟନ୍ତ ସିରିଜ୍‌ର କାର୍ଯ୍ୟସୂଚୀ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ମାତ୍ର ଅଫିସିଆଲ ବ୍ରଡକାଷ୍ଟର ସିରିଜ୍‌ କାର୍ଯ୍ୟକ୍ରମ ଘୋଷଣା କରିଛି। ଏହା ଅନୁଯାୟୀ, ଜୁଲାଇ ୧୩ରୁ ସିରିଜ୍ ଆରମ୍ଭ ହେବ ଏବଂ ଜୁଲାଇ ୨୫ରେ ଅନ୍ତିମ ମୁକାବିଲା ଖେଳାଯିବ।

ପ୍ରସାରଣକର୍ତ୍ତା ଟେନ ସ୍ପୋର୍ଟ୍ସ ଏହି ସିରିଜ୍‌ର ପୂରା କାର୍ଯ୍ୟକ୍ରମ ଘୋଷଣା କରିଛି। ଭାରତର ଗସ୍ତ ଦିନିକିଆ ସିରିଜ୍‌ରୁ ଆରମ୍ଭ  ହେବ। ପ୍ରଥମ ଦିନିକିଆ ଜୁଲାଇ ୧୩, ଦ୍ଵିତୀୟ ଦିନିକିଆ ଜୁଲାଇ ୧୬ ଏବଂ ତୃତୀୟ ଦିନିକିଆ ଜୁଲାଇ ୧୮ରେ ଖେଳାଯିବ। ଅନ୍ୟପଟେ ଟି-୨୦ ମୁକାବିଲା ଜୁଲାଇ ୨୧, ଜୁଲାଇ ୨୩ ଏବଂ ଜୁଲାଇ ୨୫ରେ ଖେଳାଯିବ। ସୂଚନା ଅନୁଯାୟୀ, ସମସ୍ତ ମୁକାବିଲା ଗୋଟିଏ ଷ୍ଟାଡିୟମରେ ଖେଳାଯିବ। କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଏହି ସିରିଜ୍ ଖେଳାଯିବ।

ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ସମୟରେ ବରିଷ୍ଠ ଖେଳାଳି ଇଂଲଣ୍ଡ ଗସ୍ତରେ ଥିବେ। ତେଣୁ ଶ୍ରୀଲଙ୍କା ଗସ୍ତ ପାଇଁ ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ଦିଆଯିବ। ଓପନର ଓ ବରିଷ୍ଠ ବ୍ୟାଟସମ୍ୟାନ ଶିଖର ଧାଓ୍ଵନଙ୍କୁ ଏହି ଗସ୍ତ ପାଇଁ ଅଧିନାୟକ ଦାୟିତ୍ଵ ଦିଆଯାଇପାରେ। ଆହତ ଶ୍ରେୟସ ଆୟରଙ୍କ ଖେଳିବା ନେଇ ସଂଶୟ ରହିଛି। ପୃଥ୍ଵୀ ସ, ଦେବଦତ୍ତ ପାଡିକଲ, ନୀତିଶ ରାଣାଙ୍କ ପରି ବ୍ୟାଟସମ୍ୟାନଙ୍କୁ ଦଳରେ ସାମିଲ କରାଯାଇପାରେ। ଅନ୍ୟପଟେ ଚଳିତ ବର୍ଷ ବିଶ୍ଵ କପ୍‌ ଖେଳାଯିବ।

   Related Posts