Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଭାରତ ଓ ଋଷ ମଧ୍ୟରେ ୨୮ଟି ରାଜିନାମା ସ୍ୱାକ୍ଷର, ଦୁଇ ଦେଶର ବଢିବ ସାମରିକ ଶକ୍ତି

7/12/2021 at 8:05 AM

ନୂଆଦିଲ୍ଲୀ ୦୭/୧୨: ଦିଲ୍ଲୀ ହାଇଦ୍ରାବାଦ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଏହି ଅବସରରେ ମୋଦି କହିଛନ୍ତି, କୋଭିଡ୍ ମହାମାରୀ ସ୍ଥିତି ସତ୍ବେ ଭାରତ ଏବଂ ରୁଷ ୨ ଦେଶ ଭିତରେ ସଂପର୍କ ମଜଭୁତ ହୋଇଛି । ଭାକସିନ୍ ପରୀକ୍ଷଣ ଏବଂ ଉତ୍ପାଦନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କିଛି ବର୍ଷ ଭିତରେ ଅନେକ ନୂଆ ସମୀକରଣ ସାମ୍ନାକୁ ଆସିଛି । ଏହାସତ୍ବେ ଭାରତ ଏବଂ ରୁଷ ଭିତରେ ସଂପର୍କ ଦୃଢ଼ ରହିଛି । ଆର୍ଥିକ ସଂପର୍କ ବୃଦ୍ଧି ନେଇ ଭାରତ ଦୀର୍ଘମିଆଦି ରଣନୀତି ଉପରେ ଜୋର ଦେଉଛି । ୨୦୨୫ ସୁଦ୍ଧା ୩୦ ଅରବ ଡଲାର ବ୍ୟବସାୟ ଏବଂ ୫୦ ଅରବ ଡଲାର ନିବେଶ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ସହ ପ୍ରତିରକ୍ଷା ସଂପର୍କ ବଢ଼ାଇବୁ ବୋଲି ମୋଦି କହିଛନ୍ତି । ସେପଟେ ପୁଟିନ୍ କହିଛନ୍ତି, ରୁଷର ଦୀର୍ଘସ୍ଥାୟୀ ଏବଂ ନିର୍ଭରଯୋଗ୍ୟ ବନ୍ଧୁ ଭାରତ । ୨ ଦେଶର ସାମରିକ ସହଯୋଗ ବଢ଼ାଯିବ, ଭାରତ ସହ ବାଣିଜ୍ୟ ୩୮ ପ୍ରତିଶତ ବୃଦ୍ଧି କରାଯିବ ବୋଲି ପୁଟିନ୍ କହିଛନ୍ତି । ୨ ଦେଶ ମଧ୍ୟରେ ପ୍ରତିରକ୍ଷା, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଛି । ଭାରତ-ରୁଷ ମଧ୍ୟରେ୧୦ ବର୍ଷିଆ ସାମରିକ ସହଯୋଗ ଚୁକ୍ତି ସହ ୨୮ ଟି ରାଜିନାମା ସ୍ୱାକ୍ଷର ହୋଇଛି ।

ଭାରତରେ ତିଆରି ହେବ ୬ ଲକ୍ଷ କଲସନିକୋଭ୍ ଆସଲ୍ଟ ରାଇଫଲ । ସେହିପରି ପାରାଦୀପ ଠାରେ IOCL ଓ ଋଷ କଂପାନୀ ସିବୁର ମିଶି ଡୁଆଲ୍ ଫିଡ୍ କ୍ରାକର ୟୁନିଟ୍ ପ୍ରତିଷ୍ଠା କରିବେ । ମୋଦିି-ପୁଟିନ୍ ସାକ୍ଷାତ ଆଗରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ଏସ୍ .ଜୟଶଙ୍କର ରୁଷ ପ୍ରତିପକ୍ଷଙ୍କ ସହ ବୈଠକ କରିଛନ୍ତି । ଏହି ଅବସରରେ ଆଫଗାନିସ୍ତାନ, ଚୀନ ଏବଂ ଆତଙ୍କବାଦଜନିତ ବର୍ଦ୍ଧିତ ବିପଦ ଏବଂ ସାମଗ୍ରିକ ଭାବରେ ବିଶ୍ୱ ପରିସ୍ଥିତି ଭଳି ବିଭିନ୍ନ ପ୍ରସଙ୍ଗ ଆଲୋଚନା ହୋଇଛି ।…

   Related Posts