Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

IPUର ବୈଠକରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଅଧ୍ୟକ୍ଷ ପଦରୁ ପାକ୍‌କୁ ମାତ୍‌ ଦେବାକୁ ଭାରତର ଯୋଜନା

2/11/2020 at 10:53 AM

ନୂଆଦିଲ୍ଲୀ ୦୨।୧୧: ଭାରତ ଓ ପାକିସ୍ତାନ ପୁଣି ମୁହାଁମୁହିଁ  ହେବାକୁ ଯାଉଛନ୍ତି । ୨ ପଡୋଶୀ ପ୍ରତିଦ୍ୱନ୍ଦୀ ପୁଣି ଥରେ ହେବେ ମୁହାଁମୁହିଁ । ବିଭିନ୍ନ ସଂସଦ ଓ ସର୍ବୋର୍ଚ୍ଚ ସଂସ୍ଥାର ଇଣ୍ଡର-ପାର୍ଲିଆମେଣ୍ଟ ୟୁନିୟନର ଗର୍ଭଣ୍ଣିଙ୍ଗ (IPU) କାଉନ୍‌ସିଲ୍‌ ବୈଠକରେ ୨ଦେଶ ସାମ୍ନାସାମ୍ନି ହେବେ । ୨ଦେଶ ମଧ୍ୟରେ ପୁଣିଥରେ କୁଟନୈତିକ ଲଢେଇ ଦେଖିବାକୁ ମିଳିପାରେ ।  

ଆଇପିୟୁ (IPU) ସଭାପତି ହେବାକୁ ପାକିସ୍ତାନ ପ୍ରତିଦ୍ୱନ୍ଦ୍ୱିତା କରୁଛି।  ପାକିସ୍ତାନ ଏହାର ଅଧ୍ୟକ୍ଷ ହେବାକୁ ଚାହୁଁଛି । କିନ୍ତୁ ଏଥିରେ ପର୍ତ୍ତୁଗାଲ, କାନାଡା ଏବଂ ଉଜବେକିସ୍ତାନର ତିନିଜଣ ପ୍ରାର୍ଥୀଙ୍କ ସହ ମୁହାଁମୁହିଁ ହେବାକୁ ପଡିବ । ତେବେ ଜଣେ ଅଧିକାରୀଙ୍କ କହିବାନୁସାରେ, ଭାରତ ପାକିସ୍ତାନର ପ୍ରାର୍ଥୀତାକୁ ବିରୋଧ କରିବାକୁ ପ୍ରସ୍ତୁତ ଅଛି। ଭାରତ ପର୍ତ୍ତୁଗାଲର ଡୁରେଥ ପାଚେକୋ କିମ୍ବା ଉଜବେକିସ୍ତାନର ଅକମଲ ସଇଡୋଭଙ୍କୁ ସମର୍ଥନ ଦେଇପାରେ। ସେହିପରି କାନାଡାର ସଲମା ଅଟାଉଲ୍ଲା ଏବଂ ପାକିସ୍ଥାନର ମହମ୍ମଦ ସଞ୍ଜ୍ରାନି ନିର୍ବାଚନୀ ମୈଦାନରେ ଅଛନ୍ତି ।

ଯେପରି ପାକିସ୍ତାନ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରୁଛି ବୋଲି ଭାରତ ଦାବି କରିଆସୁଥିବା ବେଳେ ପାକିସ୍ତାନ ମଧ୍ୟ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ସବୁବେଳେ ଚେଷ୍ଟା କରିଆସିଛି । କିନ୍ତୁ ଏଥିରେ ସେ ବାରମ୍ବାର ବିଫଳ ହୋଇଛି। ଆଇପିୟୁ (IPU) ସଭାପତି ପଦ ପାଇଁ ଛିଡା ହୋଇଥିବା ପ୍ରାର୍ଥୀଙ୍କୁ ଭାରତ ସମର୍ଥନ କରିବାର ଏକ କୂଟନୈତିକ ସ୍ଥିତିକୁ ଦର୍ଶାଉଛି । ଲୋକସଭା ବାଚସ୍ପତି ଓମ ବିର୍ଲା ଭାରତୀୟ ସଂସଦୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ଯେଉଁଥିରେ ସାଂସଦ ପୁନାମ୍ବନ୍ ହେମାଥବାଇ ଏବଂ ସ୍ୱପ୍ନ ଦାସଗୁପ୍ତ ସାମିଲ ଅଛନ୍ତି ।

   Related Posts