Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

୩ ସହିଦଙ୍କ ପ୍ରତିଶୋଧ ନେଲା ଭାରତୀୟ ସେନା, ଯବାନଙ୍କ ଗୁଳିରେ ୮ ପାକ୍‌ ସୈନିକ ନିହତ

13/11/2020 at 5:27 PM

ଶ୍ରୀନଗର ୧୩/୧୧: ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ। ଶୁକ୍ରବାର ପୁଣି ପାକିସ୍ତାନ ସେନା ଗୁଳିମାଡ଼ କରିଛି। ଏଲଓସି ପାଖାପାଖି ୩ଟି ସେକ୍ଟରରେ ପାକ୍‌ ସେନା ଗୁଳିମାଡ଼ କରିବା ଫଳରେ ୩ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୩ ସାଧାରଣ ଲୋକଙ୍କ ଜୀବନ ଯାଇଛି।

ପାକ୍‌ ସେନାକୁ ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାର ପ୍ରତି ଆକ୍ରମଣରେ ୮ ପାକ୍‌ ସୈନିକ ନିହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନ ପକ୍ଷରୁ ମୃତ୍ୟୁବରଣ କରିଥିବା ସୈନିକଙ୍କ ମଧ୍ୟରୁ ୨-୩ ଏସଏସଜି କମାଣ୍ଡର ସାମିଲ ଅଛନ୍ତି। ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ପାକ୍‌ ସେନା ଉସୁକାଇବା ପାଇଁ ଗୁଳି ଚାଳନା କରିଥିଲା। ପାକିସ୍ତାନ ଉରିରୁ ଗୁରେଜ ପର୍ଯ୍ୟନ୍ତ ସିଜ୍‌ଫାୟର ଉଲ୍ଲଂଘନ କରିବା ପ​‌ରେ ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଇଛି।

ପ୍ରଥମେ ପାକିସ୍ତାନ କରିଥିବା ଗୁଳି ମାଡ଼ରେ ଜଣେ ବିଏସଏଫ ଏସଆଇଙ୍କ ସମେତ ୩ ଯବାନ ପ୍ରାଣ ହରାଇଥିଲେ। ୩ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପାକିସ୍ତାନ ପକ୍ଷରୁ ବାରମୁଲା ଜିଲ୍ଲାର ହାଜିପୁର ଅଞ୍ଚଳରେ ଗୁଳି ବର୍ଷା ହୋଇଥିଲା। ଏହା ବ୍ୟତୀତ ତଂଗଧାର ସେକ୍ଟର ଓ ଗୁରେଜ ସେସକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହି ସମୟରେ ପାକ୍‌ ସେନ ଗୁଳିମାଡ଼ କରିବା ସହ ମୋର୍ଟାର ମଧ୍ୟ ମାଡ଼ କରିଥିଲା। ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା।

   Related Posts