Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ଭାରତର ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ଡେପୁଟି ହାଇକମିଶନର ସୟଦ ହାଇଦର ଶାହାଙ୍କୁ ସମନ, ଉଭୟ ପକ୍ଷର ଘନ ଘନ ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ

27/02/2019 at 5:54 PM

ନୂଆଦିଲ୍ଲୀ୨୭|୨: ଭାରତ ପାକିସ୍ତାନରେ ଏବେ ଯୁଦ୍ଧ ଭଳି ସ୍ଥିତି । ପାକ ଓ ଭାରତ ସେନା ମୁହାଁମୁହିଁ । ଆଜି ପାକିସ୍ତାନର ୩ ଟି ଏଫ୍‌-୧୬ ବିମାନ LOC  ଅଞ୍ଚଳକୁ ପଶିଆସିବା ପରେ ଭାରତୀୟ ବାୟୁସେନାର ବିମାନ ସେମାନଙ୍କୁ ଘଉଡାଇଥିଲା  । ଭାରତୀୟ ବାୟୁସେନାର ପ୍ରତିରୋଧ ବେଳେ ପାକିସ୍ତାନର ଗୋଟିଏ ଏଫ୍‌-୧୬ ବିମାନକୁ ମାରି ଖସାଇଦିଆଯାଇଥିବା ଭାରତୀୟ ବାୟୁସେନା ଦାବି କରିଛି । ସେପଟେ ପାକିସ୍ତାନ ଦାବି କରିଛି ଯେ ତାଙ୍କ ଅଞ୍ଚଳକୁ ପଶିବାକୁ ଚେଷ୍ଟା କରୁଥିବା ଭାରତର ଦୁଇଟି ମିଗ୍‌ ବିମାନକୁ ଖସାଇ ଦିଆଯାଇଛି । ଗୋଟିଏ ଭାରତୀୟ ଅଞ୍ଚଳରେ ପଡିଥିବା ବେଳେ ଅନ୍ୟଟି ପାକିସ୍ତାନ ପଟେ ପଡିଛି । ଯେଉଁଥିରେ ଦୁଇ ଜଣ ଭାରତୀୟ ପାଇଲାଟ୍‌ଙ୍କୁ ପାକିସ୍ତାନ ଗିରଫ କରିଥିବା କହିଛି ।

ମୁହାଁମୁହିଁ ଭାରତ ପାକିସ୍ତାନ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି । ଗତକାଲିର ଏୟାରଷ୍ଟ୍ରାଇକ୍‌ ପରେ ଆଜି ଉତ୍ତେଜନା ବଢ଼ିଛି। ଦୁଇ ଦେଶ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି  । ଦିନ ୧୧ଟା।  ପାକିସ୍ତାନର ୩ ଟି F-16 ବିମାନ LOCର ନୌସେରା ସେକ୍ଟରର ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା। ଏତିକି ବେଳେ ଆଲର୍ଟ ଥିବା ଭାରତୀୟ ବାୟୁ ସେନା ପ୍ରତିଜବାବ ଦେଇଥିଲା । ବାୟୁସେନାର ମିଗ୍‌ ବିମାନ ସେମାନଙ୍କ ଗତିପଥ ଅବରୋଧ କରିଥିଲେ । ଏଥିରେ ପାକିସ୍ତାନ ବିମାନ ରଜୌରୀ ସେକ୍ଟରରେ ଜଙ୍ଗଲ ଉପରେ କିଛି ବୋମା ପକାଇ ଥିଲେ । ଭାରତୀୟ ବିମାନ ପ୍ରତି ଆକ୍ରମଣ କରିବାରୁ ପାକିସ୍ତାନର ଏଫ୍‌ -୧୬ ଫେରିଯାଇଥିଲେ। ସୂଚନା ଅନୁଯାୟୀ ପାକିସ୍ତାରନ ଗୋଟିଏ ଏଫ ୧୬ ଧ୍ବଂସ ହୋଇଛି । ତେବେ ଏହି ସମୟରେ ଭାରତର ଗୋଟିଏ ବିମାନ କ୍ରାସ୍‌ ହୋଇଛି। ଏଥିରେ ଜଣେ  ପାଇଲଟ ନିଖୋଜ ହୋଇଛନ୍ତି।

ସେପଟେ ପାକିସ୍ତାନ କହିଛି ଯେ LOC ର POK  ପଟକୁ ପଶି ଆସିଥିବା ଭାରତୀୟ ବାୟୁସେନାର ୨ଟି ମିଗ୍‌ ବିମାନକୁ ଆଣ୍ଟି ଏୟାରକ୍ରାଫ୍ଟ ଗନ୍‌ ମାଧ୍ୟମରେ ଉଡାଇ ଦିଆଯାଇଛି । ଯେଉଁଥିରେ ଗୋଟିଏ ବିମାନ ଭାରତ ପଟ ସୀମାରେ ପଡି ଜଳି ଯାଇଥିବାବେଳେ ଆଉ ଗୋଟିଏ ବିମାନ ପାକ୍‌ ଅଧିକୃତ କାଶ୍ମୀର ପଡିଥିଲା । ଯେଉଁଥିରେ ଦୁଇ ଜଣ ପାଇଲଟ୍‌ଙ୍କୁ ଗିରଫ କରାଯାଇଛି । ପାକିସ୍ତାନ ଗଣ ମାଧ୍ୟମ ଜଣେ ପାଇଲ୍‌ଟଙ୍କ ଭିଡିଓ ଜାରି କରିବା ସହ ତାଙ୍କ ନାଁ ଅଭିନନ୍ଦନ ଓ ସେ ଉଇଙ୍ଗ କମାଣ୍ଡର ବୋଲି କହିଛି ।

ପାକିସ୍ତାନ ଭାରତ ସୀମାରେ ଆକ୍ରମଣ  କରିଥିବା ଫାଙ୍କିଥିବା ବେଳେ ଜାମ୍ମୁ ଅଞ୍ଚଳରେ ସ୍ଥାନୀୟ ଲୋକେ କିନ୍ତୁ ବଖାଣିଛନ୍ତି ସତ। ପାକିସ୍ତାନ ବିମାନ ଭାରତ ସୀମାରେ ପ୍ରବେଶ କରିଥିଲା କିନ୍ତୁ ଭାରତୀୟ ବିମାନ ଚେଜ୍‌ କରିବାରୁ ସେମାନେ ଜଙ୍ଗଲ ଓ ପାହାଡ଼ ଉପରେ ବୋମା ପକାଇଥିଲେ।

ଯୁଦ୍ଧ ଭଳି ସ୍ଥିତି ଉପୁଜୁଥିବା ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ଦେଶକୁ ସମ୍ବୋଧନ କରିଛନ୍ତି ।କହିଛନ୍ତି ପାକିସ୍ତାନ ଶାନ୍ତି ଚାହେଁ । ଭାରତ ଯେଉଁଭଲି ସ୍ଥିତି ଉପୁଜାଇଛି ତାହା ଠିକ୍‌ ନୁହେଁ । ଆଜି ଆମେ ଆକ୍ସନ୍‌ ନେଇ ନାହୁଁ , ବରଂ କେବଳ ଆମର ତାକତ ଦେଖାଇବାକୁ ଚାହିଁଛୁ । ଭାରତ ଯଦି ଆମ ଦେଶରେ ପଶିବାକୁ ଚେଷ୍ଟା କରିବ ଆମେ ମଧ୍ୟ ତାଙ୍କ ଦେଶରେ ପଶି ପାରିବୁ । ଏଣେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି ଯେଉଁଭଭଳି ସ୍ଥିତି ଉପୁଜିଛି ଏଥିରେ ଭାରତ କିଛି ବି ଆକ୍ସନ ନେଇପାରେ।

ବଦଳୁଥିବା ପରିସ୍ଥିତି ଏବେ ଉଭୟ ଦେଶ ପାଇଁ ଚିନ୍ତାର କାରଣ ହେଲାଣି। ଅପରାହ୍ନରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ଡେପୁଟି ହାଇକମିଶନର ସୟଦ ହାଇଦର ଶାହାଙ୍କୁ  ସମନ କରିଥିଲା।  ।

   Related Posts