ଭାରତ ମହାସାଗରରେ ପୁଣି ଥରେ ବୃହତଶକ୍ତିଙ୍କ ସହ ସମରଭ୍ୟାସ କରିବ ଭାରତୀୟ ସେନା , ସେପଟେ ପିଓକେରେ ଗୁପ୍ତ ଯୁଦ୍ଧାଭ୍ୟାସ କରୁଛି ପାକିସ୍ତାନ

Published By : Prameya-News7 Bureau | July 26, 2020 IST

ନୂଆଦିଲ୍ଲୀ ୨୬।୦୭: କରେନା ପାଇଁ ଚାରିଆଡେ ଚିନ୍ତା । କରୋନା ସଂକ୍ରମଣ ଯୋଗୁ ଗତ ଚାରି ମାସ ହେଲା ବିଦେଶୀ ରାଷ୍ଟ୍ରଙ୍କ ସହ ଭାରତର ମିଳିତ ଯୁଦ୍ଧାଭ୍ୟାସ ବନ୍ଦ ରହିଛି । କିଛି ଦିନ ତଳେ ଭାରତ-ଆମେରିକା ସହିତ ଯୁଦ୍ଧଭ୍ୟାସ କରିଛି । ତେବେ ଏବେ ପୁଣି ଥରେ ସହଯୋଗୀ ଦେଶଙ୍କ ସହ ଯୁଦ୍ଧଭ୍ୟାସ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ବିଦେଶୀ ରାଷ୍ଟ୍ରମାନେ ଏଥିପାଇଁ ଅଧିକ ଆଗ୍ରହ ଦେଖାଉଛନ୍ତି । ଆଉ କିଛି ମାସ ପରେ କରୋନା ସଂକ୍ରମଣ ହ୍ରାସ ପାଇବ ବୋଲି ସମସ୍ତେ ମନେ କରୁଛନ୍ତି । ତେଣୁ ସେମାନେ ଏପରି ଆଭିମୁଖ୍ୟ ଦେଖାଉଛନ୍ତି । ତେଣୁ ଭାରତ ବି ଏଥିପ୍ରତି ଅନୁକୂଳ ମତ ପୋଷଣ କରୁଛି ।

{"id":305659,"sizeSlug":"large"}

ଜାପାନର ନୌସେନା ଭାରତୀୟ ନୌସେନା ସହିତ ଭାରତ ମହାସାଗରରେ ଯୁଦ୍ଧାଭ୍ୟାସ କରିବାକୁ ଚାହୁଁଛି । ଜାପାନର ତିନୋଟି ଯୁଦ୍ଧଜାହାଜ ଏଥିରେ ଭାଗ ନେବେ । ଆସନ୍ତା ସେପ୍ଟେମ୍ୱର ମାସରେ ଏହା ଅନୁଷ୍ଠିତ ହେବ । ଫ୍ରାନ୍ସ ବି ଭାରତ ସହିତ ବରୁଣ ନାମରେ କରାଯାଉଥିବା ଯୁଦ୍ଧାଭ୍ୟାସକୁ ପୁଣି ଥରେ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି । ଏଥରକ ଆରବ ସାଗରରେ ଏହି ଯୁଦ୍ଧାଭ୍ୟାସ ହେବ ।

{"id":305661,"sizeSlug":"large"}

ସେହିପରି ୟୁରୋପୀୟାନ ମାରିଟାଇମ ଆୱାରନେସ ପ୍ରୋଗ୍ରାମରେ ବି ଭାରତ ଭାଗ ନେଉ ବୋଲି ଫ୍ରାନ୍ସ ଚାହୁଁଛି । ଭାରତ ମଧ୍ୟ ଜାପାନ ଓ ଆମେରିକା ସହିତ ମାଲାବାର ଯୁଦ୍ଧାଭ୍ୟାସ କରିପାରେ । ଆସନ୍ତା ନଭେମ୍ୱର ମାସରେ ଏହା ଅନୁଷ୍ଠିତ ହେବ । ତେବେ ଏଥିରେ ଅଷ୍ଟ୍ରେଲିଆକୁ ସାମିଲ କରାଯିବ ବୋଲି ଏବେ ସଂକେତ ମିଳୁଛି । କିନ୍ତୁ ଭାରତ ଏପରତଯନ୍ତ ଏହା ସ୍ପଷ୍ଟ କରିନାହିଁ । ସେପଟେ ପାକିସ୍ତାନକୁ ମଧ୍ୟ ଘାରିଛି ଚିନ୍ତା । ପିଓକେର ଗିଲଗିଟ୍‌-ବାଲତିସ୍ତାନରେ ଥିବା ସ୍କର୍ଦ୍ଦୁ ବିମାନଘାଟିରେ ପାକ୍‌ ବାୟୁସେନା ଅତି ଗୋପନୀୟ ଭାବେ ଏକ ଯୁଦ୍ଧାଭ୍ୟାସ କରୁଛି । ପାକ୍‌ ବାୟୁସେନା ମୁଖ୍ୟ ଶୁକ୍ରବାର ସେଠାକୁ ଗସ୍ତ କରିଥିବାର ସୂଚନା ମଧ୍ୟ ମିଳୁଛି ।

{"id":305662,"sizeSlug":"large"}

ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯିବାର ବର୍ଷେ ପୂରଣ ହେବାକୁ ଯାଉଛି । ସେଦିନ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଅଛି । ତେଣୁ ସେଇ ସମୟରେ ପାକ୍‌ ସେନା କିଛି ହରକତ କରିପାରେ ବୋଲି ଆଶଙ୍କା କରାଯାଉଛି । ନିକଟରେ ମଧ୍ୟ ପାକ୍‌ ସେନାର କର୍ପସ କମାଣ୍ଡରମାନଙ୍କର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏସବୁରୁ ପାକ୍‌ ସେନା ଭାରତ ବିରୋଧରେ କିଛି ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବାର ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.