Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଭାରତ ନ୍ୟୁଜିଲାଣ୍ଡ ଟେଷ୍ଟ Day-2 : ଓପନରଙ୍କ ଦମଦାର ବ୍ୟାଟିଂ ବଳରେ ଦୃଢ ସ୍ଥିତିରେ ନ୍ୟୁଜିଲାଣ୍ଡ

26/11/2021 at 4:56 PM

କାନପୁର ୨୬/୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରର ଗ୍ରୀନ୍ ପାର୍କ​‌ରେ ଜାରି ରହିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦୃଢ ସ୍ଥିତିରେ ରହିଛି କିଓ୍ବି ଟିମ । ଭାରତର ପ୍ରଥମ ଇନିଂସ ୩୪୫ ରନ ପରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୫୭ ଓଭର ଖେଳି କୌଣସି ଓ୍ବିକେଟ ନହରାଇ ନ୍ୟୁଜିଲାଣ୍ଡ ସଂଗ୍ରହ କରିଛି ୧୨୯ ରନ । ଦୁଇ ଓପନର ଟମ୍‌ ଲାଥାମ୍‌ ଏବଂ ଓ୍ବିଲ୍‌ ୟଙ୍ଗ୍‌ ଦମଦାର ବ୍ୟାଟିଂକରି କିଓ୍ବି ଟିମକୁ ଦୃଢ ସ୍ଥିତିରେ ରଖିଛନ୍ତି । ଟମ୍‌ ଲାଥାମ୍‌ ୫୦ ରନ ଏବଂ ଓ୍ବିଲ୍‌ ୟଙ୍ଗ୍‌ ୭୫ ରନ କରି ଅପରାଜିତ ଅଛନ୍ତି ।

ପ୍ରଥମ ଦିନ ଭାରତ ୮୪ ଓଭର ଖେଳି ୪ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୨୫୮ ରନ । ଦ୍ବିତୀୟ ଦିନ କିନ୍ତୁ ଭାରତର ଇନିଂସ ଭୁଶୁଡି ପଡିଥିଲା । ଦଳ ମାତ୍ର ୮୭ରନରେ ଅବଶିଷ୍ଟ ୬ଟି ଓ୍ବିକେଟ ହରାଇଥିଲା । ଭାରତ ପକ୍ଷରୁ ଶ୍ରେୟସ୍‌ ଆୟର ଡେବ୍ୟୁ ମ୍ୟାଚରେ ଶତକୀୟ ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଥମ ଦିନରେ ଭାରତ ମୟଙ୍କ ଅଗ୍ରଓ୍ବାଲ ୧୩, ଶୁଭମାନ ଗିଲ ୫୨ରନ, ଚେତେଶ୍ବର ପୁଜାରା ୨୬ରନ ଏବଂ ଅଧିନାୟକ ଅଜିଙ୍କ୍ୟ ରାହାଣେ (୩୫ରନ)ଙ୍କ ଓ୍ବିକେଟ ହରାଇଥିଲା । ଶ୍ରେୟସ ଆୟର ଏବଂ ରବିନ୍ଦ୍ର ଜାଡେଜା ଅପରାଜିତ ଥିଲେ ।

ତେବେ ଦ୍ବିତୀୟ ଦିନରେ ଦଳ ସହଳ ଜାଡେଜାଙ୍କ ଓ୍ବିକେଟ ହରାଇଥିଲା । ଜାଡେଜା ବ୍ୟକ୍ତିଗତ ଭାବେ ୫୦ ରନ କରି ଆଉଟ ହୋଇଥିବା ବେଳେ, ଶ୍ରେୟସ୍‌ ଆୟର ୧୦୫ର ଶତକୀୟ ଇନିଂସ ଖେଳି ଆଉଟ ହୋଇଥିଲେ । ରିଦ୍ଧିମାନ ଶାହା (୧ରନ) ଫେଲ ମାରିଥିଲେ । ରବିଚନ୍ଦ୍ରନ ଅଶ୍ବିନ ଉପଯୋଗୀ ଇନିଂସ ଖେଳି ୩୮ରନର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଅକ୍ଷର ପଟେଲ ୩ରନ ଏବଂ ଇଶାନ୍ତ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଉମେଶ ଯାଦବ ୧୦ ରନ କରି ନଟ୍‌ ଆଉଟ ଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦୀ ୨୭.୪ ଓଭରରେ ୫୯ ରନ ଦେଇ ୫ଟି ଓ୍ବିକେଟ ନେଇଥିବା ବେଳେ, କାଇଲ ଜିମିସନ୍‌ ୨୩.୨ ଓଭରରେ ୯୧ ରନ ଦେଇ ୩ ଓ୍ବିକେଟ, ଆଜାଜ୍‌ ପଟେଲ ୨୯.୧ ଓଭରରେ ୯୦ ରନ ଦେଇ ୨ ଓ୍ବିକେଟ ନେଇଛନ୍ତି । ଓ୍ବିଲ୍‌ ସମରଭିଲ୍ଲେ ୨୪ ଓଭରରେ ୬୦ରନ ଏବଂ ରଚିନ୍‌ ରବୀନ୍ଦ୍ର ୭ ଓଭରରେ ୨୮ରନ ଦେଇଥିଲେ ।

   Related Posts