Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୋଧପୁରରେ ଦମ୍ ଦେଖାଉଛନ୍ତି ରାଫେଲ ଓ ସୁଖୋଇ, ପ୍ରାନ୍ସ ସହ ଚାଲିଛି ଯୁଦ୍ଧାଭ୍ୟାସ ‘ଡେଜର୍ଟ ନାଇଟ୍’

21/01/2021 at 8:27 AM

ନୂଆଦିଲ୍ଲୀ, ୨୧|୦୧:  ଚୀନ୍ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଭାରତ ଓ ଫ୍ରାନ୍ସର ବାୟୁସେନା ମିଳିତ ଭାବେ ଯୁଦ୍ଧାଭ୍ୟାସ କରୁଛନ୍ତି । ଉଭୟ ଦେଶର ବାୟୁସେନାର ଯୁଦ୍ଧଭ୍ୟାସ ଡେଜର୍ଟ ନାଇଟ୍ ବୁଧବାର ରାଜସ୍ଥାନର ଯୋଧପୁରରେ ଆରମ୍ଭ ହୋଇଛି । ଏଥିରେ ରାଫେଲ ବିମାନକୁ ମଧ୍ୟ ସାମିଲ କରାଯାଇଛି ।

ଡେଜର୍ଟ ନାଇଟ ଯୁଦ୍ଧାଭ୍ୟାସ ପାଇଁ ୟୁଏଇର ଜିବୁତିରୁ ଫ୍ରାନ୍ସରୁ ଆସିଥିବା ଚାରୋଟି ଲଢୁଆ ବିମାନ ରାଫେଲ ଓ ଏକ ମିଲଟାରୀ ରୋଲ ଟ୍ୟାଙ୍କର ଟ୍ରାନ୍ସପୋର୍ଟ ବିମାନ ଯୋଧପୁରରେ ଆସି ପହଁଚିଛି । ଯୋଧପୁର ଆକାଶରେ ଭାରତ ଓ ଫ୍ରାନ୍ସ ବାୟୁସେନାର ରାଫେଲ ବିମାନ ସହ ସୁଖୋଇ ଏସୟୁ-୩୦ ଏମକେଆଇ ମଧ୍ୟ ଉଡାଣ ଭରୁଛି । ରାଫେଲ ସୁଖୋଇ-୩୦ ଏମକେଆଇ ଓ ଅନ୍ୟ ଲଢୁଆ ବିମାନ ସହ ତାଳ ଦେଇ ଯୁଦ୍ଧଭ୍ୟାସ କରିବ ।

ଉଭୟ ଦେଶର ପାଇଲଟ୍ ଏହି ସମୟରେ ପରସ୍ପରକୁ ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନ କୌଶଳ ବାବଦରେ ତଥ୍ୟ ପ୍ରଦାନ କରିବେ । ଫ୍ରାନ୍ସର ପାଇଲଟମାନେ ଦୀର୍ଘ ଦିନ ଧରି ରାଫେଲ ଉଡାଉଛନ୍ତି । କିନ୍ତୁ ଏହି ବିମାନ ଏବେ ନିକଟରେ ହିଁ ଭାରତ ଆସି ପହଁଚିଛି । ରାଫେଲକୁ ଗତ ବର୍ଷ ଅଗଷ୍ଟରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା ।

ଭାରତ ଫ୍ରାନ୍ସରୁ ହିଁ ରାଫେଲ ବିମାନ କ୍ରୟ କରିଛି । ରାଫେଲ ଓ ସୁଖୋଇକୁ ପୂର୍ବ ଲଦ୍ଦାଖରେ ଚୀନ ବାୟୁସେନାକୁ ଜବାବ ଦେବା ପାଇଁ ମୁତୟନ କରାଯାଇଛି । ଏହି ବିମାନ ଭାରତର ପ୍ରାୟ ୮ଟି ଏୟାରବେସରେ ନିୟମିତ ଭାବେ ଉଡାଣ ଭରୁଛି । ଏବେସୁଦ୍ଧା ୮ଟି ରାଫେଲ ବାୟୁସେନାରେ ସାମିଲ ହୋଇଛି । ଚଳିତ ମାସରେ ଆଉ ବି ରାଫେଲ ସେନାରେ ସାମିଲ ହେବ ବୋଲି ସୂଚନା ମିଳିଛି ।

   Related Posts