ସିଡ୍ନୀ,୨୭|୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଆରମ୍ଭ ହେବ ଦିନିକିଆ ସିରିଜ୍ । ସିଡ୍ନୀରେ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟାନୁସାରେ ସକାଳ ୯ଟା ୧୦ ମିନିଟରୁ ମ୍ୟାଚ୍ ଖେଳାଯିବ ।
ଗତ କିଛି ମାସ ହେଲା କରୋନା ମହାମାରୀ ପାଇଁ ଭାରତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟଠୁ ଦୂରେଇ ରହିଥିଲା। ଦୀର୍ଘ ୮ ମାସ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ଟିମ୍ ଇଣ୍ଡିଆ । କିନ୍ତୁ ଅଷ୍ଟ୍ରେଲିଆ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଖେଳି ସାରିଛି।
ଏହି ସିରିଜରେ ଆହ ଜନିତ କାରଣରୁ ଥିବାରୁ ଓପନର ରୋହିତ ଶର୍ମା ମ୍ୟାଚ୍ ଖେଳିବେ ନାହିଁ। ତଥାପି ତାଙ୍କ ଅନୁପସ୍ଥିତିରେ ବିରାଟ ବାହିନୀ ପୂର୍ବ ଗସ୍ତର ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିବ। ଆଇପିଏଲ୍ ଶେଷ ହେବା ପରେ ଭାରତୀୟ ଦଳ ୟୁଏଇରୁ ସିଧା ଅଷ୍ଟ୍ରେଲିଆ ଯାତ୍ରା କରିଥିଲା। ସେଠାରେ ପହଞ୍ଚି ଖେଳାଳି କ୍ୱାରେଣ୍ଟାଇନରେ ରହିଥିଲେ, ମାତ୍ର ଏହି ସମୟରେ ସେମାନେ ଅଭ୍ୟାସ କରିବାର ସୁଯୋଗ ପାଇଥିଲେ ।
ଭାରତୀୟ ଦଳ ଏହି ଗସ୍ତରେ ଏକ ପୂର୍ଣ୍ଣାଙ୍ଗ ସିରିଜ୍ ଖେଳିବ। ପ୍ରଥମେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଶେଷ ହେବାପରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ୱେଣ୍ଟି (୩ଟି ମ୍ୟାଚ୍) ଖେଳିବ। ଏହାପରେ ଡିସେମ୍ବର ୧୭ ତାରିଖରୁ ବର୍ଡ଼ର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ଆରମ୍ଭ ହେବ।