Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ରେ ଅଲଆଉଟ୍

16/01/2021 at 7:55 AM

ବ୍ରିସବେନ,  ୧୬|୦୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବ୍ରିସବେନ ଟେଷ୍ଟର ପ୍ରଥମ ଇନିଂସରେ କଙ୍ଗାରୁ ଟିମ୍ ୩୬୯ରେ ଅଲଆଇଟ୍ ହୋଇଯାଇଛି ଷ ଲଞ୍ଚ୍ ବ୍ରେକ୍ ସୁଦ୍ଧା କଙ୍ଗାରୁ ଦଳ ସମସ୍ତ ଓ୍ୱିକେଟ୍ ହରାଇଥିଲା ।

ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନରେ ଦଳର ସ୍କୋର ୪ ଥିବା ବେଳେ ଡେଭିଡ୍ ଓ୍ୱାର୍ଣ୍ଣର ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ୧୭ ରନରେ ଦଳ ମାର୍କସ୍ ହାରିସଙ୍କ ଓ୍ୱିକେଟ୍ ହରାଇଥିଲା । କ୍ରିଜରେ ପରେ ମାର୍ଣ୍ଣସ ଲାବୁସେନ ଓ ଷ୍ଟିଭ୍ ସ୍ମିଥ୍ ସ୍ଥିତି ସମ୍ଭାଳିଥିଲେ । ପରେ ସ୍ମିଥ୍  ୩୬ ଓ ଲାବୁସେନ ୧୦୮ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ମାଥ୍ୟୁ ଓ୍ୱାଡେ ମଧ୍ୟ ୪୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।  ଏହାପରେ  କ୍ୟାମେରନ୍ ଗ୍ରୀନ ୪୭ ଓ ଟିମ୍ ପେନ୍ ୫୦ ରନ୍ କରି ସ୍ଥିତି ସ୍ମଭାଳିଥିଲେ । ପରେ ଉଭୟ ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଥାନ ଲାୟନ ୨୪, ପ୍ୟାଟ୍ କ୍ୟୁମିନ୍ସ ୨ ରନ୍ କରି ଆଉଟ ହୋଇଥିଲେ ।

ଭାରତ ପକ୍ଷରୁ ଟି ନଟରାଜନ, ଓ୍ୱାଶିଂଟନ ସୁନ୍ଦର ଓ ଶର୍ଦ୍ଦୁଳ ଠାକୁର ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

   Related Posts