Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭାରତ ସମେତ ୫୩ ଦେଶରେ ଲାଗୁ ହେଲା ସିଙ୍ଗାପୁର କନଭେନସନ୍‌, ଏବେ ସୀମାପାର ବ୍ୟବସାୟିକ ବିବାଦ ସମାଧାନ ହେବ ସହଜ

13/09/2020 at 3:33 PM

ନୂଆଦିଲ୍ଲୀ ୧୩।୯:  ଅନ୍ତର୍ଜାତୀୟ ବିବାଦର ସହଜ ସମାଧାନ ନିମନ୍ତେ ଭାରତ ସମେତ ୫୩ ଦେଶ ଶନିବାର ସିଙ୍ଗାପୁର ଅନ୍ତର୍ଜାତୀୟ ମଧ୍ୟସ୍ଥତା ସନ୍ଧିକୁ ସ୍ୱୀକାର କରିଛନ୍ତି। ମିଳିତ ଜାତିସଂଘ ସିଙ୍ଗାପୁର କନଭେନସନ ଅନ୍ ମେଡିଏସନ ଭାବେ ଜଣା ଏହି ଏହି ମଧ୍ୟସ୍ଥତା ସନ୍ଧି ବ୍ୟବସାୟିକ ଓ ବଡ କର୍ପୋରେଟ ବିବାଦ ସମାଧାନରେ ସହାୟକ ହେବ । ଏହା ଯୋଗୁ ଭାରତର ଇଜ୍‌ ଅଫ ଡୁଇଂ ବିଜନେସ୍ ମଧ୍ୟ ଆହୁରି ସୁଗମ ବୋଲି କୁହାଯାଉଛି।

ଆମେରିକା ଓ ଚୀନ କରିଛନ୍ତି ସନ୍ଧିରେ ସ୍ୱାକ୍ଷର
ଏହି ସନ୍ଧିରେ ଭାରତ ସମେତ ଚୀନ୍‌, ଆମେରିକା, ଦକ୍ଷିଣ କୋରିଆ ଆଦି ୫୩ ଦେଶ ସ୍ୱାକ୍ଷର କରିଛନ୍ତି। ସିଙ୍ଗାପୁର, ଫିଜି, କତର, ସାଉଦୀ ଆରବ ଓ ବେଲାଋଷ ପ୍ରଭୃତି ଦେଶମାନେ ମଧ୍ୟ ସନ୍ଧି ଅନ୍ତର୍ଭୁକ୍ତ ହୋଇଛନ୍ତି। ନିକଟରେ ଇକ୍ୱେଡର ମଧ୍ୟ ଏହାକୁ ସମର୍ଥନ କରିଛି। ଏଣୁ ଭାରତ ସମେତ ବିଶ୍ୱର ବ୍ୟବସାୟୀମାନେ ସୀମାପାର ବ୍ୟବସାୟିକ ବିବାଦର ସମାଧାନ ଲାଗି ପ୍ରଭାବି ମଧ୍ୟସ୍ଥତା ପାଇ ପାରିବେ।

ବିବାଦ ସମାଧାନରେ ବଞ୍ଚିବ ସମୟ ଓ ଆଇନ ବାବଦ ଖର୍ଚ୍ଚ
ସିଙ୍ଗାପୁର ନାମରେ ଗୃହୀତ ଜାତିସଂଘର ଏହା ପ୍ରଥମ ବ୍ୟବସାୟିକ ସନ୍ଧି। ଏନେଇ ସିଙ୍ଗାପୁର ଆଇନ ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି ବିବାଦର ସମାଧାନ ଲାଗି ପ୍ରତ୍ୟେକ ଦେଶର ନିଜନିଜ ଆଇନ ବ୍ୟବସ୍ଥା ଥିବା କହିଛନ୍ତି। ତେବେ ଏହା ଉଭୟ ବ୍ୟୟ ବହୁଳ ଓ ସମୟ ସାପେକ୍ଷ। ଖାସ ଏଥିଯୋଗୁ ଅନ୍ତର୍ଜାତୀୟ ସ୍ତରରେ ଅନେକ ବିବାଦ ଦୀର୍ଘ ସମୟ ପର୍ଯ୍ୟନ୍ତ ଲମ୍ବିତ ରହିଛି।  ହେଲେ ଏବେ କନଭେନସନ ଲାଗୁ ହୋଇ ସାରିଥିବା ବେଳେ ସୀମାପାର ବ୍ୟବସାୟର ସମାଧାନ ଲାଗି ସଦସ୍ୟ ଦେଶମାନେ ସିଧା ଆବେଦନ କରିପାରିବେ।

   Related Posts