Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||

ଟପ୍ ୧୦ Covid-19 ରାଷ୍ଟ୍ରଙ୍କ ସୂଚୀରେ ଭାରତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ହେଲା ୧.୩୯ ଲକ୍ଷ

25/05/2020 at 2:03 PM

ନୂଆଦିଲ୍ଲୀ ୨୫।୫:  କରୋନା ଭାଇରସ୍ ସଂକ୍ରମଣରେ ୧୦ ଶୀର୍ଷ ଦେଶଙ୍କ ସୂଚୀରେ  ସ୍ଥାନ ପାଇଛି। ଭାରତ।  ଏହି ସୂଚୀର ପ୍ରଥମ ସ୍ଥାନରେ ୧୬ଲକ୍ଷ ୪୩ହଜାର ୨୪୬ ସଂକ୍ରମିତଙ୍କ ସହ ଆମେରିକା ଥିବା ବେଳେ ବ୍ରାଜିଲ  ଦ୍ୱିତୀୟ ସ୍ଥାନରେ ରହିଛି । ବ୍ରାଜିଲରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୬୩ ହଜାର ୨୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୦ ହଜାର ୬୩୪ ରହିଛି।

 ପଛକୁ ଋଷିଆ ୩ଲକ୍ଷ ୪୪ ହଜାର ୪୮୧ ସଂକ୍ରମିତଙ୍କ ସହ ତୃତୀୟ ସ୍ଥାନକୁ ଉନ୍ନିତ ହୋଇଛି। ଋଷରେ ୨ଲକ୍ଷ ୨୭ ହଜାର ୬୪୧ ଆକ୍ଟିଭ କେସ୍ ଥିବା ବେଳେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୧୩ ହଜାର ୨୯୯ ଜଣ। ସେହିପରି ବ୍ରିଟେନ ୨ଲକ୍ଷ ୬୦ ହଜାର ୯୧୬ ଜଣ ସଂକ୍ରମିତଙ୍କ ସହ ସୂଚୀର ଚତୁର୍ଥ ସ୍ଥାନରେ ରହିଛି। ଏଠାରେ ମୋଟ ଆକ୍ଟିଭ କୋରନା ସଂଖ୍ୟା ୨ଲକ୍ଷ ୨୨ ହଜାର ୮୯୦ଥିବା ବେଳେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ମାତ୍ର ୧ ହଜାର ୧୫୧ ଜଣ। ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ ବ୍ରିଟେନରେ ଏପର୍ଯ୍ୟନ୍ତ ୩୬ ହଜାର ୮୭୫ଜଣଙ୍କ ମୃତ୍ୟୁ  ହୋଇଥିବା ଜଣାପଡିଛି।

ସୂଚୀର ୫ମ ସ୍ଥାନରେ ରହିଛି ସ୍ପେନ। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୩୫ ହଜାର ୭୭୨ରେ ପହଞ୍ଚିଥିବା ବେଳେ ମୋଟ ଆକ୍ଟିଭ କେସ୍ ସଂଖ୍ୟା ୫୬ହଜାର ୬୪୪ ରହିଛି। ୧ଲକ୍ଷ ୫୦ ହଜାର ୩୭୬ ଜଣ ସୁସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୨୮ ହଜାର ୭୫୨ ଜଣଙ୍କର ମୃତ୍ୟୁ ହେଲାଣି। ଇଟାଲୀ ସୂଚୀର ଷଷ୍ଠ ସ୍ଥାନକୁ ଖସିଥିଲେବି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା  ୨ଲକ୍ଷ ୨୯ ହଜାର ୮୫୮ ରହିଛି। ଏବେ ୫୬ ହଜାର ୫୯୪ ଆକ୍ଟିଭ କେସ୍ ଥିବା ବେଳେ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୪୦ ହଜାର ୪୭୯ ଜଣ।

ସେହିପରି ୧ଲକ୍ଷ ୮୨ହଜାର ୭୦୯ ଜଣ ସଂକ୍ରମିତଙ୍କ ସହ ଫ୍ରାନ୍ସ ସୂଚୀର ସପ୍ତମ ସ୍ଥାନରେ ଥିବା ବେଳେ ଏଠାରେ ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା ୮୯ହଜାର ୬୦୪ ରହିଛି। ୬୪ ହଜାର ୭୩୫ ଜଣ ସୁସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାଣ ହରାଇଲେଣି ୨୮ ହଜାର ୩୭୦ ଜଣ। ସୂଚୀର ଅଷ୍ଟମ ସ୍ଥାନରେ ରହିଛି ଜର୍ମାନୀ। ଦେଶରେ ମୋଟ ୧ଲକ୍ଷ ୮୦ ହଜାର ୩୨୮ ଜଣ ସଂକ୍ରମିତ ହୋଇଥିବାବେଳେ ଆକ୍ଟିଭ ମାମଲା ସଂଖ୍ୟା ୧୧ ଜାର ୭୬୪ ରହିଛି। ଜର୍ମାନୀରେ ସର୍ବାଧିକ ୧ଲକ୍ଷ ୬୦ ହଜାର ୨୮୧ ଜଣ ସୁସ୍ଥ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୮ହଜାର ୩୮୩ ଜଣ।

ତୁର୍କି ୧ଲକ୍ଷ ୫୬ ହଜାର ୮୨୭ ସଂକ୍ରମିତଙ୍କ ସହ ସୂଚୀର ନବମ ସ୍ଥାନରେ ରହିଛି। ଏଠାରେ ଆକ୍ଟିଭ କେସ୍ ସଂଖ୍ୟା ୩୩ ହଜାର ୭୯୩ ଥିବା ବେଳେ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୧୮ ହଜାର ୬୯୪ ଜଣ। ସେହିପରି ଟପ୍ ଟେନ ସୂଚୀରେ ନୂଆ କରି ପହଞ୍ଚିଛି ଭାରତ। ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩୮ ହଜାର ୮୪୫ ଥିବା ବେଳେ ଆକ୍ଟିଭ କେସ୍ ସଂଖ୍ୟା ୭୭ ହଜାର ୧୦୩ ରହିଛି। ଦେଶରେ ୫୭ ହଜାର ୭୨୧ ଜଣ ସୁସ୍ଥ ହୋଇଥିବା ବେଳେ ୪ହଜାର ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ଦେଶର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନାରୁ ଜଣାପଡିଛି।

ତେବେ ଭାରତ ଗତ ୨୪ ଘଣ୍ଟାର ସଂକ୍ରମଣରେ ସୂଚୀର ୧୦ ସ୍ଥାନକୁ ପହଞ୍ଚିଥିବା ଜଣାପଡିଛି। ଦେଶରେ ଗତ ୨୪ଘଣ୍ଟାରେ ୬ହଜାର ୯୭୭ଟି ନୂଆ ମାମଲା ଆସିଛି। ଏହି ସମୟରେ ସାରା ଦେଶରେ ୧୫୪ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ସଂକ୍ରମଣର ଏହା ସର୍ବ ବୃହତ୍ତ ସଂଖ୍ୟା ବୋଲି ମନ୍ତ୍ରାଳୟ କହିଛନ୍ତି। ଏହା ପୂର୍ବ ଦିନ ୬ହଜାର ୭୬୭ଟି ନୂଆ ମାମଲା ଆସିଥିଲେ।

   Related Posts