ଜାତିସଂଘର ସମସ୍ତ ବକେୟା ପୈଠ କଲା ଭାରତ, ସୂଚୀରେ ନାହିଁ ଚୀନ କି ପାକିସ୍ତାନର ନାମ

Published By : Prameya-News7 Bureau | October 12, 2019 IST

ନୂଆଦିଲ୍ଲୀ :  ମିଳିତ ଜାତି ସଂଘରେ ଭାରତ ତାର ସମସ୍ତ ବକେୟା ପୈଠ କରିଛି। ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଥିବା ସମସ୍ତ ବକେୟା ପୈଠ ହୋଇଥିବା ନେଇ ୟୁଏନ୍ ରେ ଭାରତର ସ୍ଥାୟୀ ସଦସ୍ୟ ସୟଦ ଅକବରୁଦ୍ଦିନ ଏକ ଟ୍ୱିଟ୍ ବାର୍ତ୍ତାରେ ସୂଚନା ଦେଇଛନ୍ତି। ଏଣୁ ୟୁଏନର ଅଲପେଡ୍ ସୂଚୀରେ ଭାରତର ନାମ ପ୍ରକାଶିତ ହୋଇଥିବା ବେଳେ ୧୯୩ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ମାତ୍ର ୩୫ ଦେଶଙ୍କ ନାମ ଏଥିରେ ରହିଛି।  

wp:html /wp:html

ଅକବରୁଦ୍ଦିନ ସେୟାର କରିଥିବା ସୂଚୀରେ  ଭାରତ ବ୍ୟତୀତ ଭୁଟ୍ଟାନ, ଅଷ୍ଟ୍ରେଲିଆ, ଜର୍ମାନୀ, ଆର୍ୟଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ନରୱେ, ସ୍ୱିଜରଲ୍ୟାଣ୍ଡ,ସିଙ୍ଗାପୁର, ପୋଲାଣ୍ଡ ଓ ଇଟାଲୀ ଆଦି ଦେଶଙ୍କ ନାମ ରହିଛି। ତେବେ ଏଥିରେ ପାକିସ୍ତାନ ଅଥବା ଚୀନର ନାମ ନଥିବା ଦେଖାଯାଇଛି। ପାକିସ୍ତାନ ଦୀର୍ଘ ସମୟରୁ ଆର୍ଥିକ ଦୁରାବସ୍ଥାର ଶିକାର ହୋଇଛି। ମଝିରେ ଏପରି ପରିସ୍ଥିତି ଉପୁଜିଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ମଇଁଷିଙ୍କଠାରୁ ଆରମ୍ଭ କରି  ଲକଜୁରୀ କାର ପର୍ଯ୍ୟନ୍ତ ନିଲାମ କରାଯାଇଥିଲା।

{"id":169211}

ନିକଟରେ ଜାତିସଂଘ ସାଧାରଣ ଅଧିବେଶନରେ ଯୋଗଦେବାକୁ ପାକ୍ ପ୍ରଧାନମନ୍ତ୍ରୀ ସାଉଦୀ ଆରବ ଯୁବରାଜଙ୍କ ବିମାନରେ ଆମେରିକା ଗସ୍ତ କରିଥିଲେ। ସେଠାରେ ହୋଟେଲ ଭଡା ବାବଦ ଖର୍ଚ୍ଚ କାଟ କରିବା ଲାଗି ପ୍ରଧାନମନ୍ତ୍ରୀ ଆମେରିକାରେ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅଧିକାରୀକ ଆବାସରେ ଅତିଥି ହୋଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.