ମାତ୍ର ୨୧ ରନ ଭିତରେ ଆଉଟ୍ ହେଲେ ୭ ବ୍ୟାଟସମ୍ୟାନ, ବ୍ୟାଟିଂରେ ଚମକିଲେ ଯଶପ୍ରୀତ ବୁମରା, ଅର୍ଦ୍ଧଶତକ ଲଗାଇ ରଖିଲେ ଭାରତର ସମ୍ମାନ

Published By : Prameya-News7 Bureau | December 11, 2020 IST

ସିଡନୀ ୧୧।୧୨:  ଅଷ୍ଟ୍ରେଲିଆ ଏ ଓ ଭାରତ ମଧ୍ୟରେ ଶୁକ୍ରବାର ତିନି ଦିନିଆ ଓ୍ଵାର୍ମ ଅପ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯୪ରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ସର୍ବାଧିକ ରନ ଯଶପ୍ରୀତ ବୁମରା କରିଛନ୍ତି। ସେ ୫୫ ରନର ବହୁ ଗୁରୁତ୍ଵପୂର୍ଣ୍ଣ ଅପରାଜିତ ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ଶୁଭମାନ ଗିଲ ୪୩ ଓ ପୃଥ୍ଵୀ ସ ୪୦ ରନ କରିଛନ୍ତି। ପ୍ରଥମ ଇନିଂସରେ ଦଳର ବରିଷ୍ଠ ବ୍ୟାଟସମ୍ୟାନ ବିଫଳ ହୋଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡିସେମ୍ବର ୧୭ରେ ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ ଖେଳାଯିବ। ସେହି ଦୃଷ୍ଟିରୁ ଏହି ଓ୍ଵାର୍ମ ଅପ୍ ମ୍ୟାଚ୍‌ ଭାରତ ପାଇଁ ମହତ୍ଵ ରଖୁଛି।

ଭାରତର ୯ ଜଣ ବ୍ୟାଟସମ୍ୟାନ କେବଳ ୧୨୩ ରନ ସ୍କୋରରେ ପାଭିଲିୟନ ଫେରିଥିଲେ। ମାତର ଯଶପ୍ରୀତ ବୁମରା ମୋର୍ଚ୍ଚା ସମ୍ଭାଳି ଅଷ୍ଟ୍ରେଲିଆ ଏ ବୋଲରଙ୍କ ବିରୋଧରେ ଗର୍ଜିଥିଲେ। ସେ ୫୭ ବଲରୁ ୫୫ ରନର ଇନିଂସ ଖେଳିଥିଲେ। ଏଥିରେ ୬ ଚୌକା ଓ ୨ ଛକା ସାମିଲ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଏହା ବୁମରାଙ୍କ ପ୍ରଥମ ଅର୍ଦ୍ଧଶତକ। ବୁମରା ନବମ ଓ୍ଵିକେଟ୍‌ରେ ମହମ୍ମଦ ସିରାଜଙ୍କ ସହିତ ମିଶି ୭୧ ରନ ଯୋଡିଥିଲେ।

wp:html /wp:html

ପ୍ରଥମ ଇନିଂସରେ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କେବଳ ୨୧ ରନ ଭିତରେ ଭାରତର ୭ ବ୍ୟାଟସମ୍ୟାନ ଆଉଟ୍ ହୋଇଥିଲେ। ୧୦୨ ରନ ସ୍କୋରରେ ହନୁମା ବିହାରୀ ଆଉଟ୍ ହୋଇଥିଲେ। ଏହା ପରେ ୧୨୩ରେ ନିୟମିତ ବ୍ୟବଧାନରେ ଦଳ ଓ୍ଵିକେଟ୍ ହରାଇ ଚାଲିଥିଲା। ଆଜିଙ୍କ୍ୟ ରାହାଣେ କେବଳ ୪ ରନ କରି ପାଭିଲିୟନ ଫେରିଥିଲେ। ଋଷଭ ପନ୍ତ କେବଳ ୫ ରନ କରିଥିଲେ। ଋଦ୍ଧିମାନ ଶାହା ଖାତା ମଧ୍ୟ ଖୋଲି ପାରିନଥିଲେ। ଏହା ବ୍ୟତୀତ ନବଦୀପ ସାଇନି ଓ ମହମ୍ମଦ ସାମି ମଧ୍ୟ ଖାତା ନଖୋଲି ପାଭିଲିୟନ ଫେରିଥିଲେ। ୧୨୩ ରନରେ ୯ ଓ୍ଵିକେଟ୍ ହରାଇବା ପରେ ଲାଗୁଥିଲା ଦଳ ୧୩୦ ଭିତରେ ସୀମିତ ରହିଯିବ। ହେଲେ ଯଶପ୍ରୀତ ବୁମରା ଦଳ ମୋର୍ଚ୍ଚା ସମ୍ଭାଳିଥିଲେ। ସେ ୫୫ ରନର ଅପରାଜିତ ଇନିଂସ ଖେଳି ଦଳର ସ୍କୋରକୁ ୧୯୪ରେ ପହଞ୍ଚାଇଥିଲେ।

ତିନି ଦିନିଆ ଏହି ଦିବାରାତ୍ର ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଦଳର ଆରମ୍ଭ ଆଶାନୁରୂପ ନଥିଲା। ଓପନର ମୟଙ୍କ ଅଗ୍ରଓ୍ଵାଲ ୨ ରନ କରି ଆଉଟ୍ ହୋଇଥିଲେ। ପୃଥ୍ଵୀ ସ ୪୦ ରନ କରିଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ପରିଣତ କରି ପାରିନଥିଲେ। ସ ଦ୍ରୁତ ବ୍ୟାଟିଂ କରି ୨୯ଟି ବଲରୁ ୮ ଚୌକା ସହ ୪୦ ରନ କରିଥିଲେ। ଶୁଭମାନ ଗିଲ୍ ୪୩ ରନର ଉପଯୋଗୀ ଇନିଂସ ଖେଳିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.