ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ, ଅଷ୍ଟ୍ରେଲିଆକୁ ୨୫୬ରନ୍‌ର ଟାର୍ଗେଟ ଦେଲା ଭାରତ

Published By : Prameya-News7 Bureau | January 14, 2020 IST

ମୁମ୍ବାଇ ୧୪।୧:  ୱାଙ୍ଖେଡେ ଷ୍ଟାଡିୟମରେ ପ୍ରଥମ ବ୍ୟାଟିଂ କରି ଭାରତ ୪୯.୧ଓଭରରେ ୨୫୫ରନ୍‌ କରି ଅଲଆଉଟ ହୋଇଯାଇଛି । ଅଷ୍ଟ୍ରେଲିଆ ସମ୍ମୁଖରେ ୨୫୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି।

{"id":211214,"sizeSlug":"large"}

ଅଷ୍ଟ୍ରେଲିଆ ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଭାରତ ପ୍ରଥମ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୧୩ରନ ହୋଇଥିବା ବେଳେ ଓପନର ରୋହିତ ଶର୍ମା୧୦ରନ କରି ମିଚେଲ ଷ୍ଟାର୍କଙ୍କ ଶୀକାର ହୋଇଥିଲେ । ୨ୟ ଓ୍ବିକେଟରେ ଶତକୀୟ ଭାଗୀଦାରୀ ହୋଇଥିଲେ ମଧ୍ୟ ନିଜ ଅର୍ଦ୍ଧଶତକରୁ ବଞ୍ଚିତ ହୋଇ କେ.ଏଲ୍‌ ରାହୁଲ୍ ୪୭ରନ୍‌ କରି ଆଉଟ ହୋଇଯାଇଥିଲେ , ପରେ କ୍ରମାଗତ ଭାବେ ଭାରତୀୟ ଦଳର ଓ୍ବିକେଟ ପତନ ହୋଇଥିଲା । କିନ୍ତୁ ଓପନର ଶିଖର ଧାଓ୍ବାନଙ୍କ ଳଢୁଆ ୭୪ରନ୍‌ର ପାରି ଖେଳିଥିଲେ ।

{"id":211215,"sizeSlug":"large"}

ତେବେ ପାଳିର ଶେଷ ଆଡକୁ ସର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ ଓ ମହମ୍ମଦ ସାମିର ରକ୍ଷଣାତ୍ମକ ବ୍ୟାଟି କରି ଦଳର ସ୍କୋରକୁ ଏକ ସମ୍ନାନଜନକ ସ୍ଥାନରେ ପହଞ୍ଚାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଓ୍ବିକେଟ୍ ହାସଲ କରିଥିବା ବେଳେ ପାର୍ଟ କମିନ୍‌ସ ଓ ରିଚାର୍ଡସନ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.