Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ପିଓକେରେ ଭାରତର ଏୟାର ଷ୍ଟ୍ରାଇକ୍: ଆତଙ୍କବାଦୀ ଲଞ୍ଚପ୍ୟାଡକୁ ଟାର୍ଗେଟ

19/11/2020 at 7:26 PM

ନୂଆଦିଲ୍ଲୀ ୧୯।୧୧ : ପାକିସ୍ତାନ ଅଧିକୃତ କାଶ୍ମୀର( ପିଓକେ)ରେ ଭାରତ ଗୁରୁବାର ଏୟାର ଷ୍ଟ୍ରାଇକ୍ କରିଛି । ପିନ୍‌ ପଏଣ୍ଟ ଷ୍ଟ୍ରାଇକରେ ସୀମା ସେପାଖରେ ଥିବା ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡକୁ ଟାର୍ଗେଟ କରିଛି ଭାରତୀୟ ସେନା । ପିଓକେରେ ପାକିସ୍ତାନ ସେନା ସମର୍ଥନରେ ଚାଲୁଥିବା ​‌ଭାରତ ବିରୋଧୀ ଆତଙ୍କବାଦ ବିରୋଧରେ ଏହା ବର୍ତ୍ତମାନ ସମୟର ସବୁଠୁ ବଡ଼ ଆକ୍ରମଣ ।

ଭାରତୀୟ ସେନା ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ୍ତବିଧ୍ୱଂସ୍ତ କରୁଛି। ଫଳରେ ଆତଙ୍କବାଦୀଙ୍କ ଲଞ୍ଚ୍ ପ୍ୟାଡ୍ କେତେ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଭାରତୀୟ ସେନା ଜୋରଦାର ଆକ୍ରମଣ କରିଥିବା ଜଣାପଡିଛି। ନାଗରୋଟ୍ ଆକ୍ରମଣ ପରେ ଏହି ଜବାବ ଦେଇଛି ଭାରତୀୟ ସେନା ।

ଜମ୍ମୁ-କାଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି ଆଗାମୀ ଶୀତ ଋତୁ ପୂର୍ବରୁ ଆତଙ୍କବାଦୀଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ ଲାଗି ପାକ୍‌ ସେନା ଏବେ ଜୋରଦାର ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଗତ ଦିପାବଳୀଠାରୁ ଭାରତ ସୀମା ସଲଗ୍ନ ଆବାସିକ ଅଞ୍ଚଳକୁ ଏପର୍ଯ୍ୟନ୍ତ ପାକିସ୍ତାନୀ ସେନା ଭାରୀ ଯୁଦ୍ଧାସ୍ତ୍ର ଯୋଗେ ଗୁଳିଗୋଳା ମାଡ କରିଆସୁଛନ୍ତି। ଫଳରେ ଏଲଓସି ସଲଗ୍ନ ଭାରତରେ ସାଧାରଣ ନାଗରିକଙ୍କ ସମେତ ସେନା ଜବାନ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଚଳିତବର୍ଷ ଏପର୍ଯ୍ୟନ୍ତ ଏଲଓସି ସଲଗ୍ନ ଭାରତରେ ପାକିସ୍ତାନୀ ସେନାଙ୍କ ଆକ୍ରମଣ ଯୋଗୁ ୨୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟ ହୋଇଛି। ଗତ ବର୍ଷ ଏହି ସଂଖ୍ୟା ୧୮ ଥିଲା ବୋଲି ଅଧିକାରୀ ସୂତ୍ରରୁ ଜଣାପଡିଛି।

   Related Posts