ଭାରତ ଆପଣାଇବ ଦ୍ୱିପାକ୍ଷିକ ଏୟାର ବବଲ ବ୍ୟବସ୍ଥା : ଫ୍ରାନ୍ସ, ଜାପାନ ଓ ଇଟାଲି ସମେତ ୧୩ଟି ଦେଶ ସହ ଆଲୋଚନା

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ, ୧୮|୦୮:  ଭାରତ ସରକାର ଅଷ୍ଟ୍ରେଲିଆ, ଜାପାନ ସମେତ ୧୩ଟି ଦେଶ ସହ ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ଦ୍ୱିପାକ୍ଷିକ ଅସ୍ଥାୟୀ  ବିମାନ ଚଳାଚଳ ପଥ ବ୍ୟବସ୍ଥା ବା ଏୟାର ବବଲ୍ ସ୍ଥାପନ କରିବାକୁ ପ୍ରୟାସ କରୁଛି । ଏଥିପାଇଁ ଏହି ସମସ୍ତ ଦେଶ ସହ କଥାବାର୍ତ୍ତା ଜାରି ରହିଛି । ଏନେଇ ବେସାମରିକ ବିମାନ ଚଲାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ।

wp:html /wp:html

ଏହି ବ୍ୟବସ୍ଥା ଦ୍ୱାରା ଉଭୟ ଦେଶ ମଧ୍ୟରେ ବିମାନ କମ୍ପାନୀ କିଛି କଟକଣା ମଧ୍ୟରେ ଅନ୍ତରାଷ୍ଟ୍ରୀୟ ଉଡାଣ ଆରମ୍ଭ କରିବେ । ଭାରତ ଜୁଲାଇରୁ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁଏଇ, କତାର ଓ ମାଳଦ୍ୱୀପ ସହ ବୁଝାମଣା କରିଆସୁଛି ।

କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ଏବେ ସମସ୍ତ ପ୍ରୟାସକୁ ଆଗକୁ ବଢାଯାଉଛି । ଏପରି ବ୍ୟବସ୍ଥାକୁ କାଏମ ରଖିବା ପାଇଁ ଆଉ ୧୩ଟି ଦେଶ ସହ ଆଲୋଚନା ହେଉଛି । ଏହି ଦେଶ ମଧ୍ୟରେ ଅଷ୍ଟ୍ରେଲିଆ, ଇଟାଲୀ, ଜାପାନ, ନ୍ୟୁଜିଲାଣ୍ଡ, ନାଇଜେରିଆ, ବହରୀନ, ଇସ୍ରାଏଲ, କେନିଆ, ଫିଲିପାଇନ୍ସ, ଋଷ, ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ଥାଇଲାଣ୍ଡ ରହିଛନ୍ତି ।

ପୁରୀ କହିଛନ୍ତି ଯେ, ପଡୋଶୀ ଦେଶ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ନେପାଳ ଓ ଭୁଟାନ ସହ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.