Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆଖି ଉଠାଇ ଚାହିଁବାକୁ ଡରିବ ଚୀନ୍, ଲଦାଖ ସୀମାରେ ଏୟାର ଡିଫେନ୍ସ ମିସାଇଲ୍ ମୁତୟନ କଲା ଭାରତ

27/06/2020 at 10:26 PM

ନୂଆଦିଲ୍ଲୀ ୨୭।୦୬: ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ବିବାଦ ବଢିବାରେ ଲାଗିଛି। ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ଲଢୁଆ ବିମାନ ଏବଂ ହେଲିକପ୍ଟର ମୁତୟନ କରିବାରେ ଲାଗିଛି। ଏହା ମଧ୍ୟରେ ଭାରତ ଅତ୍ୟାଧୁନିକ ଏୟାର ଡିଫେନ୍ସ ମିଜାଇଲକୁ ପୂର୍ବ ଲଦାଖରେ ମୁତୟନ କରିଛି। ଯଦି ଚୀନର କୌଣସି ବିମାନ ଏଲଏସି ଅତିକ୍ରମ କରେ ତେବେ କ୍ଷେପଣାସ୍ତ୍ର ଜରିଆରେ ଆକାଶରେ ମାରି ତଳେ ଖସାଇ ଦିଆଯାଇ ପାରିବ।

ସରକାରୀ ସୂତ୍ର ଅନୁଯାୟୀ ସୀମାରେ ନିଜର ଉପସ୍ଥିତି ଏବଂ ଶକ୍ତି ବଢାଇବା ପାଇଁ ଭାରତ ସେନା ଓ ବାୟୁସେନା ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରିଛି। ଯଦ୍ଵାରା ପିପଲ୍ସ ଲିବେରେସନ ଆର୍ମି(ପିଏଲଏ)ର ଲଢୁଆ ବିମାନ କିମ୍ବା ହେଲିକପ୍ଟରର ପ୍ରତିଟି ଦୁଃସାହାସର ଜବାବ ଦିଆଯାଇ ଧ୍ଵସ୍ତ କରାଯାଇ ପାରିବ।

ସୂତ୍ର ଅନୁଯାୟୀ ଭାରତକୁ ଶୀଘ୍ର ମିତ୍ର ଦେଶଠୁ ବହୁତ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ମିଳିବାକୁ ଯାଉଛି। ଏହାକୁ ସୀମାରେ ମୁତୟନ କରାଯାଇ ପାରିବ ଏବଂ ଶତ୍ରୁ ପକ୍ଷକୁ ଦୃଢ ଜବାବ ଦିଆଯାଇ ପାରିବ। ଶତ୍ରୁ ପକ୍ଷର କୌଣସି ବିମାନକୁ ରୋକା ଯାଇ ପାରିବ।  ଚୀନ ହେଲିକପ୍ଟର ଏଲଏସିର ବହୁତ ନିକଟରେ ଉଡାଣ ଭରୁଛନ୍ତି। ସଂପ୍ରତି ଉତ୍ତେଜନାପୂର୍ଣ୍ଣ ସବୁ ସ୍ଥାନରେ ଚୀନର ବିମାନ ଉଡୁଛନ୍ତି। ଏଥିରେ ଦଉଲତ ବେଗ ଓଲଡି, ଗଲଓ୍ଵାନ ଘାଟି, ପାଟ୍ରୋଲିଂ ପଏଣ୍ଟ ୧୪,୧୫, ୧୭ ଓ ୧୭ ଏ ବ୍ୟତୀତ ପାଙ୍ଗଙ୍ଗ ସୋ ହ୍ରଦ ଫିଙ୍ଗର ୩ ଅଞ୍ଚଳ ନିକଟରେ ଚୀନର ବିମାନ ଉଡୁଥିବା ଦେଖିବାକୁ ମିଳିଛି।

ପ୍ରତିଜବାବରେ ଭାରତ ବହୁତ ଦ୍ରୁତ ଏୟାର ଡିଫେନ୍ସ ମିଜାଇଲରେ କ୍ଷେପଣାସ୍ତ୍ର ଆକାଶକୁ ସାମିଲ କରିଛି। ଏହା ବହୁତ ଦ୍ରୁତ ଗତିରେ ଉଡୁଥିବା ଲଢୁଆ ବିମାନ ଏବଂ ଡ୍ରୋନକୁ ମଧ୍ୟ ମାରିବାରେ ସକ୍ଷମ। ନବୀକରଣ ପରେ ଏହାକୁ ପାହାଡରେ ମୁତୟନ କରିବାକୁ ପ୍ରସ୍ତୁତ କରାଯାଇଛି । ପୂର୍ବ ଲଦାଖରେ ଭାରତର ଲଢୁଆ ବିମାନ ମଧ୍ୟ ଗର୍ଜିବାରେ ଲାଗିଛି। ଆଖପାଖର ଏୟାରବେସ୍ରୁ ଉଡାଣ ଭରୁଥିବା ଲଢୁଆ ବିମାନରେ ଅସ୍ତ୍ର ଶସ୍ତ୍ର ସଂପୂର୍ଣ୍ଣ ଲୋଡ୍ ହୋଇଥାଏ ଏବଂ ଆବଶ୍ୟକ ପଡିଲେ ବିନା ସମୟ ଅପଚୟରେ ଶତ୍ରୁ ପକ୍ଷକୁ ମୁହଁତୋଡ ଜବାବ ଦିଆଯାଇ ପାରିବ। ଭାରତର ସର୍ଭିଲାନ୍ସ ସିଷ୍ଟମ ଶତ୍ରୁର ପ୍ରତିଟି ଗତିବିଧି ଉପରେ ନଜର ରଖିଛି।

   Related Posts