Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||

କୋଭିଡ଼ ସଂକ୍ରମଣରେ ଆମେରିକା ଓ ବ୍ରାଜିଲଠୁ ଆଗରେ ଭାରତ : ଗୋଟିଏ ଦିନରେ ସର୍ବାଧିକ ୫୬ ହଜାର ୨୮୨ ନୂଆ ସଂକ୍ରମିତ

6/08/2020 at 11:59 AM

ନୂଆଦିଲ୍ଲୀ ୦୬/୦୮ : ଦେଶରେ କରୋନା ସଂକ୍ରମଣ ମାମଲା ୧୯ ଲକ୍ଷ ୫୦ ହଜାର ପାର କରିସାରିଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ, ବୁଧବାର ଦିନ ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୫୬ ହଜାର ୨୮୨ ନୂଆ ମାମଲା ସାମ୍ନାକୁ ଆସିଥିଲା | ଗୋଟିଏ ଦିନରେ ୯୦୪ ଜଣଙ୍କ ମୃତ୍ୟୁ ହୋଇଥିଲା | ବୁଧବାର ଦିନ ସର୍ବାଧିକ ନୂଆ ମାମଲା ସାମ୍ନାକୁ ଆସିଥିଲା | ଗୋଟିଏ ଦିନରେ ଆମେରିକା ଓ ବ୍ରାଜିଲରୁ ମଧ୍ୟ ଅଧିକ ମାମଲା ଆସିଥିଲା | ମନ୍ତ୍ରାଳୟ ଅନୁସାରେ ବର୍ତ୍ତମାନ ଦେଶରେ ୫ ଲକ୍ଷ ୯୫ ହଜାର ୫୦୧ ଆକ୍ଟିଭ ମାମଲା ରହିଛି ଏବଂ ୪୦ ହଜାର ୬୯୯ ଜଣଙ୍କର ମୃତ୍ୟୁ ହୋଇଛି | ୧୩ ଲକ୍ଷ ୨୮ ହଜାର ୩୩୬ ଜଣ ସୁସ୍ଥ ହୋଇସାରିଛନ୍ତି |

ଜାରି ହୋଇଥିବା ତାଲିକା ଅନୁସାରେ ଭାରତରେ ମୃତ୍ୟୁ ସଂଖ୍ୟା ୪୦ ହଜାର ପାର କରିଛି | ଦୁନିଆରେ ମୃତ୍ୟୁ ସଂଖ୍ୟାରେ ଭାରତ ପଞ୍ଚମ ସ୍ଥାନରେ ରହିଛି | ଦେଶରେ ମୃତ୍ୟୁହାର ୨.୦୭ ପ୍ରତିଶତ ରହିଛି | ବୁଧବାର ଦିନ ଆଇସିଏମଆର ୬.୬୪ ଲକ୍ଷ ଟେଷ୍ଟ କରିଛି ଯାହା ଏବେ ସୁଦ୍ଧା ସର୍ବାଧିକ ଟେଷ୍ଟିଙ୍ଗ | ଏହା ପୂର୍ବରୁ ଅଗଷ୍ଟ ୨ ତାରିଖରେ ୬.୬୧ ଟେଷ୍ଟିଙ୍ଗ ହୋଇଥିଲା | ଏବେ ସୁଦ୍ଧା ଦେଶରେ ୨.୨୧ କୋଟି ଟେଷ୍ଟିଙ୍ଗ ହୋଇଛି |

ସୂଚନା ଅନୁଯାୟୀ, ୩ ଦିନ ପରେ ମହାରାଷ୍ଟ୍ରରେ ୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି | ଏହାସହ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର କରିଛି | ରାଜ୍ୟରେ ସୁସ୍ଥହାର ୬୫.୨ ପ୍ରତିଶତ ରହିଛି | ଗତ ୨୪ ଘଣ୍ଟାରେ ଆନ୍ଧ୍ର ପ୍ରଦେଶରେ ୧ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି କିନ୍ତୁ ୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି | ରାଜଧାନୀ ଦିଲ୍ଲୀରେ ସୁସ୍ଥହାର ୯୦ ପ୍ରତିଶତରୁ ୮୯.୯ ପ୍ରତିଶତ ହୋଇଛି | ଆକ୍ଟିଭ ମାମଲା ୧୦ ହଜାରରୁ ଅଧିକ ରହିଛି |

   Related Posts