Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଟିକାକରଣ ମାମଲାରେ ଆଗରେ ଆମେରିକା, ଜାଣନ୍ତୁ କେଉଁ ସ୍ଥାନରେ ଅଛି ଭାରତ

26/05/2021 at 10:29 PM

ନୂଆଦିଲ୍ଲୀ ୨୬/୫: ଟିକାକରଣ ମାମଲାରେ ଭାରତ ବିଶ୍ବରେ ଉଦାହରଣ ସୃଷ୍ଟି କରିଛି। ଟିକା ଦେବା ମାମଲାରେ ବିଶ୍ବରେ ଭାରତ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। କୋଭିଡ୍‌-୧୯ ଟିକାର ୨୦ କୋଟିରୁ ଅଧିକ ଡୋଜ୍‌ ଦେଇଥିବା ଦେଶ ଭାବେ ଭାରତ ଆମେରିକା ପରେ ଦ୍ବିତୀୟରେ ରହିଛି। କେବଳ ୧୩୦ ଦିନରେ ଭାରତ ଏହି ଲକ୍ଷ ହାସଲ କରିଥିବା ବେଳେ ଆମେରିକାରେ ୧୨୪ ଦିନରେ୨୦ କୋଟି ଡୋଜ୍‌ ଲାଗିଥିଲା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ସୂଚନା ମିଳିଛି।

‘ଆଓ୍ବାର ଓ୍ବାର୍ଲଡ୍‌ ଇନ୍‌ ଡାଟା’ ଓ୍ବେବସାଇଟ୍‌ ଏବଂ ଅନ୍ୟ ପ୍ଲାଟଫର୍ମରେ ଉପଲବ୍ଧ ରିପୋର୍ଟ ମୁତାବିକ କୋଭିଡ-୧୯ ଟିକାକରଣ ବ୍ୟାପକ କରିବା ମାମଲାରେ ବ୍ରିଟେନ ମଧ୍ୟ ଆଗରେ ରହିଛି। ବ୍ରିଟେନ୍‌ ୧୬୮ ଦିନରେ  ୫.୧ କୋଟି ଲୋକଙ୍କୁ କରୋନା ଟିକା ଲଗାଇଛି । ବ୍ରାଜିଲ୧୨୮ ଦନରେ ୫.୯ କୋଟି ଲୋକଙ୍କୁ ଟିକା ଦେଇଥିବା ବେଳେ ଜର୍ମାନୀ ୧୪୯ ଦିନରେ ୪.୫ କୋଟି ଲୋକଙ୍କୁ ଭ୍ୟାକସିନ୍‌ର ଡୋଜ୍‌ ଦେଇଥିବା ଜଣାପଡ଼ିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ବୁଧବାର ସକାଳ ୭ ବେଳକୁ ଅର୍ଥାତ ଟିକକରଣର ୧୩୦ ତମ ଦିନରେ ୨୦ କୋଟିରୁ ଅଧିକ(୨୦,୦୬,୬୨,୪୫୬) ଲୋକଙ୍କୁ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧୫,୭୧,୪୯,୫୯୩ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ୪,୩୫,୧୨,୮୬୩ ଜଣଙ୍କୁ ଦୁଇଟି ଡୋଜ୍‌ ଦିଆଯାଇଛି। ଦେଶରେ ୪୫ ବର୍ଷରୁ ଅଧିକ ବୟସର ୩୪ ପ୍ରତିଶତରୁ ଅଧିକ ଲୋକ ଅତିକମରେ ସିଙ୍ଗଲ୍‌ ଡୋଜ୍‌ ନେଇସାରିଛନ୍ତି। ସେହିଭଳି ୬୦ ବର୍ଷରୁ ଅଧିକ ବୟସର ୪୨ ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି। କରୋନା ଟିକାକରଣର ଶୁଭାରମ୍ଭ ଚଳିତବର୍ଷ ୧୬ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିଲେ।

   Related Posts