ଆଫଗାନିସ୍ତାନର ସାଘାଂତିକ ବୋଲିଂ ; ୮ ୱିକେଟ ହରାଇ ମାତ୍ର ୨୨୪ ରନ କଲା ଭାରତ

Published By : Prameya-News7 Bureau | June 22, 2019 IST

ସାଉଥମ୍ପଟନ ୨୨/୬ :  ଆଫଗାନିସ୍ତାନର ସାଘାଂତିକ ସ୍ପିନ ବୋଲିଂ ଆଗରେ ଭାରତୀୟ ବ୍ୟାଟ୍ସ ମ୍ୟାନ ମାନେ ବାନ୍ଧି ହୋଇଯାଇଥିବା ଦେଖିବାକୁ ମିଳିଛି । ୫୦ ଓଭରରେ ଭାରତୀୟ ଦଳ ୮ ୱିକେଟ ହରାଇ ମାତ୍ର ୨୨୪ ରନ କରଛନ୍ତି ।

{"id":125882,"width":581,"height":383}

ଆଜି ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇ ଷ୍ଟାଡିୟମକୁ ଓହ୍ଲାଇଥିଲା > ତେବେ  ଆଫଗାନିସ୍ତାନର ଘାତକ ସ୍ପିନ ବୋଲିଂ ଆଗରେ ଭାରତୀୟ ବ୍ୟାଟ୍ସ ମ୍ୟାନ ବହୁତ ସମୟ ତିଷ୍ଠି ପାରିନଥିଲେ > ୫୩ ବଲରେ ଦୁଇଟି ଚୌକା ସହାୟତରେ କେ.ଏଲ ରାହୁଲ ୩୦ ରନ, ୧୦ଟି ବଲରେ ରୋହିତ ଶର୍ମା ମାତ୍ର ଗୋଟିଏ ରନ କରି ଆଉଟ ହୋଇଥିଲେ । କ୍ୟାପଟେନ ବିରାଟ କୋହଲି ମ୍ୟାଚରେ ସର୍ବାଧିକ ୬୭ ରନ କରିଛନ୍ତି ।

{"id":125903}

ଏଥିମଧ୍ୟରେ ୫ଟି ଚୌକା ରହିଥିଲା । ବିଜୟ ଶଙ୍କର ୪୧ ବଲରୁ ଦୁଇଟି ଚୌକା ସହାୟତାରେ ୨୯ ରନ କରିଛନ୍ତି । ମହେନ୍ଦ୍ର ସିଂହ ଧୋନି ୫୨ ବଲ ଖେଳି ୩ଟି ଚୌକା ସହାୟତାରେ ୨୮ ରନ କରିଛନ୍ତି । ମ୍ୟାଚର ଦ୍ୱିତୀୟ ସର୍ବାଧିକ ରନ କେଦାର ଯାଦବ କରିଛନ୍ତି । ସେ ୬୮ ବଲରେ ୩ଟି ଚୌକା ଓ ଗୋଟିଏ ଛକ୍କା ସହାୟତାରେ ୫୨ ରନ ସଂଗ୍ରହ କରିଛନ୍ତି । କେଦାର ଯାଦବଙ୍କର ଏହା ଥିଲା ଷଷ୍ଠ ଆନ୍ତର୍ଜାତିକ ଏକ ଦିବସୀୟ ଅର୍ଧଶତକ ।

{"id":125898,"width":581,"height":370}

ସୂଚନାଯୋଗ୍ୟ ଯେ, ମ୍ୟାଚରେ ଭାରତ ପକ୍ଷରୁ ଆଜି ମାତ୍ର ଗୋଟିଏ ଛକ୍କା ହୋଇଥିଲା । କେଦାର ଯାଦବ ଏହି ଛକ୍କା ମାରିଥିଲେ । ହାର୍ଦ୍ଧିକ ପାଣ୍ଡ୍ୟା ମାତ୍ର ୯ଟି ବଲ ଖେଳି ୭ ରନ କରି ଆଉଟ ହୋଇଥିବା ବେଳେ ମହମ୍ମଦ ସାମୀ ମାତ୍ର ଦୁଇଟି ବଲ କରି ଗୋଟିଏ ରନ କରିବାରେ ସକ୍ଷମ ହୋଇଥିଲେ । କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରାହା ଗୋଟିଏ ଲେଖାଏଁ ବଲ ଖେଳି ଗୋଟିଏ ରନ କରି ନଟ୍ ଆଉଟ୍ ରହିଥିଲେ ।

{"id":125900}

ଆଫଗାନିସ୍ଥାନ ପକ୍ଷରୁ ମୁଜିଉର ରହମାନ ୧୦ ଓଭରରେ ମାତ୍ର ୨୬ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ । ଅଫତାଵ ଆଲାମ ଗୋଟିଏ, ଗୁଲବାଦିନ ନାଇବ, ଦୁଇଟି, ମହମ୍ମଦ ନାଇବ ଦୁଇଟି, ରସିଦ ଖାନ ଗୋଟିଏ ଏବଂ ରହାମାନ ଶାହ ଗୋଟିଏ ୱିକେଟ ନେଇଛନ୍ତି । ଦଳଗତ ରନ ୭ ଥିବାବେଳେ ରୋହିତ ଶର୍ମା ଆଉଟ ହୋଇଥିଲେ । ଦଳୀୟ ରନ ସଂଖ୍ୟା ୬୪ ଥିବାବେଳେ କେ.ଏଲ.ରାହୁଲ ଆଉଟ ହୋଇଥିଲେ ।

{"id":125904,"width":581,"height":385}

ସେହିଭଳି ତୃତୀୟ ୱିକେଟର ପତନ ଘଟିଥିଲା । ଦଳୀୟ ସ୍କୋର ୧୨୨ ଥିବାବେଳେ ବିଜୟ ଶଙ୍କର ଆଉଟ ହୋଇଥିଲେ । ଚତୁର୍ଥ ୱିକେଟ ବିରାଟ କୋହଲିଙ୍କର ଥିଲା । ଦଳଗତ ରନ ୧୩୫ ଥିବାବେଳେ କୋହଲି ଆଉଟ ହୋଇଥିଲେ ।

{"id":125902}

ଏହାପରେ କେଦାର ଯାଦବ ଓ ମହେନ୍ଦ୍ର ସିଂ ଧୋନିଙ୍କ ଯୋଡି କିଛି ସମୟ କ୍ରିଜରେ ରହିଥିଲା । ୫୦ ରୁ ଅଧିକ ରନ ସଂଗ୍ରହ କରିବା ପରେ ଦଳୀୟ ସ୍କୋର ୧୯୨ ଥିବାବେଳେ ମହେନ୍ଦ୍ର ସିଂହ ଧୋନି ଷ୍ଟମ୍ପ ଆଉଟ ହୋଇଥିଲେ ଓ ଦଳର ପଞ୍ଚମ ୱିକେଟର ପତନ ଘଟିଥିଲା । ଏହାପରେ ପରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ୱିକେଟର ପତନ ଘଟିଥିଲା । ସେତେବେଳକୁ ଦଳୀୟ ସ୍କୋର ୨୧୭ ଥିଲା । ୨୨୨ରେ ସପ୍ତମ ୱିକେଟ ମହମ୍ମଦ ସାମୀଙ୍କର ପତନ ହୋଇଥିଲା । କେଦାର ଯାଦବଙ୍କ ୱିକେଟ ପତନ ହୋଇଥିଲା ୨୨୩ ରନରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.