ଆଫଗାନ ବିପକ୍ଷ ମ୍ୟାଚରେ ଅତ୍ୟଧିକ ଅପିଲ ପାଇଁ କୋହଲି ଗଣିବେ ଜୋରିମାନା : କଟିବ ମ୍ୟାଚ ଫିସର ୨୫ ପ୍ରତିଶତ

Published By : Prameya-News7 Bureau | June 23, 2019 IST

ମାଞ୍ଚେଷ୍ଟର ୨୩|୬: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଆଇସିସି ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗ ହୋଇଛି । ଆଇସିସି ଅନୁଯାୟୀ, କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ଅନାବଶ୍ୟକ ଅପିଲ କରିବା ଅର୍ଥାତ ନିୟମ ଉଲଂଘନ କରିବା । ଏହି ନିୟମ ଉଲଂଘନ କରିଥିବା ଅଭିଯୋଗରେ କୋହଲିଙ୍କ ଉପରେ ମ୍ୟାଚ ଫିସର ୨୫ ପ୍ରତିଶତ ଜୋରିମାନା ଲଗାଯାଇଛି ।

{"id":126184,"width":589,"height":334}

ଆଇସିସି ଆଜି ଏ ନେଇ ଘୋଷଣା ଜାରି କରିଛି । ଆଇସିସି ଅନୁଯାୟୀ କୋହଲି ଲେବଲ ୧ ଆଚରଣ ବିଧି ଉଲଂଘନ କରିଛନ୍ତି । ଶନିବାର ଦିନ କୋହଲି ନିଜ ଟିମ ସହ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିଲେ । ଭାରତ ଏହି ମ୍ୟାଚ ୧୧ ରନରେ ଜିତିଛି । ଆଇସିସି ଅନୁଯାୟୀ, କୋହଲି ଆଫଗାନ ମ୍ୟାଚର ୨୯ତମ ଓଭରରେ ଅମ୍ପାୟାର ଅଲିମ ଡାରଙ୍କ ନିକଟକୁ ଯାଇ ଆକ୍ରମକ ଏବଂ ଭୁଲ ଢଙ୍ଗରେ ଏଲବିଡବ୍ଲୁ ଅପିଲ କରିଥିଲେ । ସେଥିପାଇଁ କୋହଲିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । କୋହଲି ମଧ୍ୟ ନିଜ ଭୁଲ ସ୍ୱୀକାର କରି ଜୋରିମାନା ଦେବା ପାଇଁ ରାଜି ହୋଇଯାଇଛନ୍ତି ।

{"id":126185}

ଏହି ଘଟଣା ପରେ ଆଇସିସି କୋହଲିଙ୍କ ଖାତାରେ ଆଉ ଏକ ଡିମେରିଟ ଅଙ୍କ ଯୋଡି ଦେଇଛନ୍ତି । ୨୦୧୬ ସେପ୍ଟେମ୍ବର ମାସରେ ପରିବର୍ତ୍ତିତ ନିୟମ ଲାଗୁ ହେଵାପରେ କୋହଲିଙ୍କ ଏହା ଦ୍ୱିତୀୟ ଭୁଲ । କୋହଲିଙ୍କ ଖାତାରେ ଏବେ ଦୁଇଟି ଡିମେରିଟ ଅଙ୍କ ଯୋଡ଼ା ହୋଇଯାଇଛି । ୨୦୧୮ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ୭ ମ୍ୟାଚରେ ଗୋଟିଏ ଅଙ୍କ ମିଳିଥିଲା । ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବା ନେଇ ସୋସିଆଲ ମିଡ଼ିଆରେ ପ୍ରଶଂସକ ତାଙ୍କୁ ନିନ୍ଦା ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.