ଦ୍ୱିତୀୟ ଇନିଂସରେ ଭାରତର ଲଜ୍ଜାଜନକ ବ୍ୟାଟିଂ : ୩୬ ରନରେ ଅଟକିଲା ବିରାଟ ସେନା, କୌଣସି ବ୍ୟାଟସମ୍ୟାନ୍ ଛୁଇଁନାହାନ୍ତି ଦୁଇ ଅଙ୍କ

Published By : Prameya-News7 Bureau | December 19, 2020 IST

ଆଡିଲେଡ,୧୯/୧୨:   ଆଡିଲେଡରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ପ୍ରଥମ ଇନଂସରେ ଫେଲ ମାରିବା ପରେ ଭାରତୀୟ ବ୍ୟାଟସମ୍ୟାନ୍ ଦ୍ୱିତୀୟ ଇନିଂସରେ ହାତ ଟେକିଦେଇଛନ୍ତି  । ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନରେ ଅଟକି ଯାଇଛି। ଏହାସହ ଅଷ୍ଟ୍ରେଲିଆକୁ ୯୦ ରନ୍‌ର ଟାର୍ଗେଟ୍ ଦେଇଛି ଦଳ ।

ଦ୍ଵିତୀୟ ଦିନର ପ୍ରଥମ ସେସନରେ ଭାରତ ୨୪୪ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। କଙ୍ଗାରୁ ଦଳ ୧୯୧ ରନରେ ଅଲଆଉଟ୍  ହେବା ସହ ଭାରତଠୁ ପ୍ରଥମ ଇନିଂସରେ ୫୩ ରନରେ ପଛୁଆ ରହିଥିଲା। ଅଧିନାୟକ ଟିମ୍ ପେନ ୯୯ ବଲରୁ ୧୦ ଚୌକା ସହ ୭୩ ରନର ଅପରାଜିତ ଇନିଂସ ଖେଳିଥିଲେ ।

ଭାରତ ପକ୍ଷରୁ ରବି ଚନ୍ଦ୍ରନ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ ଯଶପ୍ରୀତ ବୁମରା ଦୁଇଟି  ଓ୍ଵିକେଟ୍ ନେଇଥିଲେ। 

ତେବେ ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟସମ୍ୟାନ ଫେଲ୍ ମାରିଛନ୍ତି । ଦଳ ମାତ୍ର ୩୬ ରନରେ ଅଟକି ଯାଇଛି। ଦଳର କୌଣସି ବ୍ୟାଟସମ୍ୟାନ୍ ୨ ଅଙ୍କ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିଆର ବୋଲିଂ ଆଗରେ ସେମାନେ ଆତ୍ମସମର୍ପଣ କରିଥିଲେ ।

ପ୍ରଥମେ ପୃଥ୍ୱୀ ଶ ୪ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଜସପ୍ରିତ ବୁମରାହ ୨ ରନ୍, ମୟଙ୍କ ଅଗ୍ରଓ୍ୱାଲ ୯ ରନ, ଚେତେଶ୍ୱର ପୂଜାରା ୦, ବିରାଟ କୋହଲି ୪, ଆଜିଙ୍କ୍ୟ ରାହାଣେ ୦, ହନୁମା ବିହାରୀ ୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେହିପରି  ଓ୍ୱାଶିଂଟନ ସୁନ୍ଦର ୪, ଅଶ୍ୱିନ ୦ ରନରେ ଆଉଟ୍ ହୋଇଥିଲେ ।  ସେହିପରି ମହମ୍ମଦ ସାମି ରିଟାୟର ହର୍ଟ ହୋଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହାଜେଲଉଡ୍ ୫ଟି ଓ୍ୱିକେଟ୍ ନେଇଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୪ଟି ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.