Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ହାଇପରସୋନିକ ଟେକ୍ନିକ୍‌‌ରେ ଭାରତକୁ ମିଳିଲା ବଡ଼ ସଫଳତା, ପ୍ରତିରକ୍ଷା ମନ୍ତ୍ରୀ କହିଲେ ଦେଶ ବୈଜ୍ଞାନିକଙ୍କ ଲାଗି ଗର୍ବିତ

7/09/2020 at 1:54 PM

ନୂଆଦିଲ୍ଳୀ ୭।୯: ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବିକାଶ ଦିଗରେ ଦେଶ ଆଉ ଏକ ପାଦ ଆଗକୁ ବଢ଼ିଛି। ପ୍ରତିରକ୍ଷା ଗବେଷଣା ଏବଂ କିକାଶ (ଡିଆରଡିଓ) ଦେଶରେ ନିର୍ମିତ ପ୍ରଥମ ହାଇପରସୋନିକ ଟେକ୍ନୋଲଜି ଡେମନ‌େଷ୍ଟ୍ରେଟର ଭେଇକଲ (ଏଚଏସଟିଡିବି)ର ସଫଳ ପରୀକ୍ଷଣ କରିଛନ୍ତି। କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର ଏହି ସୂଚନା ଦେଇଛନ୍ତି। ଏହି ସଫଳତା ସହ ଏବେ ସବୁ ପ୍ରକାର ସମ୍ବେଦନଶୀଳ ଟେକ୍ନିକ୍‌କୁ ଆଗାମୀ ପର୍ଯ୍ୟାୟ ପାଇଁ  ନିର୍ମାଣ ସରିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆତ୍ମନିର୍ଭର ଭାରତ’ ଦିଗରେ ଏହା ଏକ ବଡ଼ ଉପଲବ୍ଧି ବୋଲି ଏବେ କୁହାଯାଉଛି । ଏହି ଅବସରରେ ରାଜନାଥ ସିଂହ ଡିଆରଡିଓଙ୍କୁ ଶୁଭେଚ୍ଛା  ଜଣାଇଛନ୍ତି। ସେ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି। ପ୍ରୋଜେକ୍ଟରେ ସାମିଲ ଥିବା ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଦେଶ ସେମାନଙ୍କ ପାଇଁ ଗର୍ବ କରୁଥିବା କହିଛନ୍ତି ରାଜନାଥ। ଏଚଏସଟଇଟିଡିବି ଗୋଟିଏ ମାନବରହିତ ସ୍କ୍ରାମଜେଟ୍ ଡେମୋନଷ୍ଟ୍ରେସନ ଏୟାରକ୍ରାଫ୍ଟ ହାଇପରସୋନିକ ସ୍ପିଡ ଫ୍ଲାଇଟ୍ ପାଇଁ ପ୍ରଯୁଜ୍ୟ।

ଏହା ଘଣ୍ଟା ପ୍ରତି ୭,୩୫୦ କିମି ବେଗରେ ଗତି କରିବ। ତେବେ ମାତ୍ର ୨୦ ସେକେଣ୍ଡରେ ୩୨.୫ କିମି ଦୂର ଯାଇପାରିବ। ଏହି ଏୟାରକ୍ରାଫ୍ଟକୁ କେବଳ ଦୀର୍ଘ ଦୂରତ୍ୱ କ୍ଷେପଣାସ୍ତ୍ର ନୁହେଁ ବରଂ ଅନ୍ୟ ଉଦ୍ଦେଶ୍ୟ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଖୁବ୍ କମ୍ ଦାମରେ ଏହି ଯାନକୁ ସାଟେଲାଇଟ୍ ଲଞ୍ଚିଂରେ ମଧ୍ୟ ବ୍ୟବହାର କରାଯାଇପାରିବ।

   Related Posts