Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ପାକିସ୍ତାନ ବିରୋଧରେ ଭାରତକୁ ମିଳିଲା ସବୁଠୁ ବଡ କୂଟନୈତିକ ସଫଳତା

28/02/2019 at 8:19 PM

ନୂଆଦିଲ୍ଲୀ୨୮|୨: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଖୁବ୍ ଶୀଘ୍ର ଥମିବ ବୋଲି ଆଶା ବ୍ୟକ୍ତ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉତ୍ତର କୋରିଆ ସହିତ ଶାନ୍ତି କଥାବାର୍ତ୍ତା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଏହା ଘୋଷଣା କରିଥିଲେ। ସେପଟେ କିନ୍ତୁ ଆତଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ ଉପରେ ଚାପ ବଢ଼ିବାରେ ଲାଗିଛି।

ଭାରତ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଉପରେ ସିଧାସଳଖ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ମ୍ରମ୍ପ। ଆତଙ୍କବାଦୀଙ୍କ ଉପରେ ଆକ୍ସନ ନେବାକୁ ଭାରତର ଅଧିକାର ରହିଛି ବୋଲି ପୂର୍ବରୁ କହିଆସିଥିଲା ଆମେରିକା। ଆମେରିକା ସହିତ ଫ୍ରାନ୍‌ସ ବ୍ରିଟେନ ମଧ୍ୟ ଭାରତକୁ ସମର୍ଥନ ଦେଇ ଆସିଥିଲେ। ତେବେ ଆଜି ଭିଏତନାମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଥିଲେ ଯେ ଦୁଇ ଦେଶରୁ ଖୁସି ଖବର ଆସୁଛି।

ଭାରତର କୁଟନୀତିର ଆଉ ଏକ ବଡ ସଫଳତା ହେଲା ଜାତିସଂଘରେ ପାକିସ୍ତାନକୁ ମିଳିତ ଭାବେ ଘେରିଥିଲେ ତିନି ସୁପରପାୱାର ଫ୍ରାନ୍‌ସ ଜର୍ମାନୀ, ଆମେରିକା।  ପୁଲୱାମା ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ଜୈସ ଏ ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଆତଙ୍କୀ ଘୋଷଣା କରିବାକୁ ଜାତିସଂଘ ସୁରକ୍ଷା ପରିଷଦର ଭିଟୋ କ୍ଷମତାପ୍ରାପ୍ତ  ତିନି ସ୍ଥାୟୀ ସଦସ୍ୟ ସୁରକ୍ଷା ପରିଷଦକୁ ସାନି ପ୍ରସ୍ତାବ ଦେଇଥିଲେ।

୧୫ଟି ରାଷ୍ଟ୍ର ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦର ସିକ୍ୟୁରିଟି କାଉନସିଲ ପରିଷଦ କମିଟି ୧୦ ଦିନ ଭିତରେ ସାନି ପ୍ରସ୍ତାବ ଉପରେ ବିଚାର କରିବେ । ଗଚ ୧୦ ବର୍ଷ ଭିତରେ ଚତୁର୍ଥ ଥର ପାଇଁ ଜାତିସଙ୍ଘରେ ମାସୁଦ ଆଝାରକୁ ବିଶ୍ବଆତଙ୍କବାଦୀ ବୋଲି ଘୋଷଣା କରିବାକୁ ଦାବି ହୋଇଛି। ତେବେ ଏହି ପ୍ରସ୍ତାବ ଉପରେ ବେଜିଂ କେଉଁ ଆଭିମୁଖ ଆପଣାଉଛି ତାରି ଉପରେ ରହିବ ସମସ୍ତଙ୍କ ନଜର।

ସେପଟେ ଏଲଓସିରେ ଦେଖାଦେଇଥିବା ଉତ୍ତେଜନା ନେଇ ଜର୍ମାନୀ,ଡୋମିନିକାନ ରିପବ୍ଲିକ,ନାଇଜେରିଆ,ଦକ୍ଷିଣ ଆଫ୍ରିକା,ବେଲଜିୟମର କୁଟନୀତଜ୍ଞଙ୍କ ସମେତ ୧୦ଟି ରାଷ୍ଟ୍ରର କୁଟନୈତିଜ୍ଞ ସହିତ ଭାରତର ବୈଦେଶିକ ସଚିବ ବିଜୟ କେଶବ ଗୋଖଲେ ବୈଠକ କରିଛନ୍ତି। ସୀମାନ୍ତରେ ଉପୁଜିଥିବା ସ୍ଥିତି ସମ୍ପର୍କରେ ଭାରତର ବୈଦେଶିକ ସଚିବ ଅବଗତ କରାଇଛନ୍ତି।

ଆମେରିକା,ଚୀନ ସମେତ ବିଶ୍ବ ସମୁଦାୟ ଦୁଇ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାରତ ପାକିସ୍ତାନକୁ ସଞ୍ଜମତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ବାଲାକୋଟ ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗ । ପ୍ରତ୍ୟେକ ରାଷ୍ଟ୍ର ରସାର୍ବଭୌମତ୍ବ ଏବଂ ଅଖଣ୍ଡତା ପ୍ରତି ସମ୍ମାନ ଜଣାଇବା  ଉଚିତ । ଯଦି କୌଣସି ଜାତିସଂଘର ନିୟମାବଳୀ ଓ ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଙ୍ଘନ କରେ ତାକୁ ବେଜିଂ ବିରୋଧ କରିବ ବୋଲି କହିଛନ୍ତି ଜିନପିଙ୍ଗ୍।

ଦକ୍ଷିଣ ଏସିଆରେ ଭାରତ-ପାକିସ୍ତାନ ଦୁଇ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ଶାନ୍ତିରେ ରହିବା ଆଞ୍ଚଳିକ ଶାନ୍ତି ସ୍ଥିରତା ପାଇଁ ଅପରିହାର୍ଯ୍ୟ। ପୁଲୱାମା ଘଟଣାପରେ ସମାନ୍ତରେ ଦେଖାଦେଇଥିବା ଉତ୍ତେଜନା ଯେତେ ଶୀଘ୍ର ନିୟନ୍ତ୍ରଣକୁ ଆସିବ ଉଭୟ ରାଷ୍ଟ୍ରର ଲୋକଙ୍କ ପାଇଁ ସେତିକି ଭଲ।

   Related Posts