Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଦକ୍ଷିଣ ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ : ୩୧୨ଟି ପଦକ ସହ ତାଲିକାରେ ଶୀର୍ଷରେ ଭାରତ

11/12/2019 at 2:41 PM

କାଠମାଣ୍ଡୁ ୧୧।୧୨: ନେପାଳର କାଠମାଣ୍ଡୁ ଓ ପୋଖ୍ ରାରେ ଚାଲିଥିବା ୧୩ତମ ଦକ୍ଷିଣ ଏସୀୟ କ୍ରୀଡ଼ା ଉଦ୍‌ଯାପିତ ହୋଇଛି । ଏହି କ୍ରୀଡ଼ାରେ ଭାରତ ମୋଟ ୩୧୨ଟି ପଦକ ସହ ପଦକ ତାଲିକାରେ ଶୀର୍ଷରେ ରହିଛି । କେବଳ ଏତିକି ନୁହେଁ ଏହି କ୍ରୀଡ଼ା ଇତିହାସରେ ଭାରତ ପାଇଁ ସର୍ବାଧିକ ପଦକ ।

ପ୍ରତିଯୋଗିତାରେ ଭାରତ ୧୭୪ଟି ସ୍ବର୍ଣ୍ଣ, ୯୩ଟି ରୌପ୍ୟ ଓ ୪୫ଟି ବ୍ରୋଞ୍ଜ୍ ପଦକ ସହ ୩୧୨ ପଦକ ପାଇଛି। ଏଥର ୩୩୮ଟି ପଦକ ଇଭେଣ୍ଟ ଥିବା ବେଳେ ୧୦୧୪ଟି ପଦକ ଲାଗି ପ୍ରତିଯୋଗିତା ହୋଇଥିଲା । ଭାରତ ମୋଟ ୩୧୨ଟି ପଦକ ଜିତି ପ୍ରଥମ ସ୍ଥାନରେ ଥିବା ବେଳେ ୨ୟ ସ୍ଥାନରେ ଥିବା ଆୟୋଜକ ନେପାଳ ମୋଟ ୨୦୬ଟି ପଦକ ଜିତିପାରିଛି। ଏଥିରେ ଅଛି ୫୧ଟି ସ୍ବର୍ଣ୍ଣ, ୬୦ଟି ରୌପ୍ୟ ଓ ୯୫ଟି ବ୍ରୋଞ୍ଜ୍ ପଦକ । ସେହିପରି ୪୦ଟି ସ୍ବର୍ଣ୍ଣ, ୮୩ଟି ରୌପ୍ୟ ଓ ୧୨୮ଟି ବ୍ରୋଞ୍ଜ୍ ସହ ୩ୟ ସ୍ଥାନରେ ଥିବା ଶ୍ରୀଲଙ୍କା ମୋଟ ୨୫୧ଟି ପଦକ ଜିତିପାରିଛି।

୧୯୮୪ରୁ ଦକ୍ଷିଣ ଏସୀୟ କ୍ରୀଡ଼ା ଆୟୋଜନ ହେବା ପରଠାରୁ ଭାରତ ୧୩ଟିଯାକ ସଂସ୍କରଣରେ ପଦକ ତାଲିକାର ପ୍ରଥମ ସ୍ଥାନରେ ରହିଛି । ମଙ୍ଗଳବାର ଶେଷ ଦିନରେ ଭାରତ ୧୫ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ସହ ମୋଟ ୧୮ଟି ପଦକ ଜିତିପାରିଛି। । ଏଥିରୁ ଭାରତୀୟ ବକ୍ସର ୬ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟପଦକ ଜିତିଛନ୍ତି। ପୁରୁଷ ବିଭାଗରେ ବିକାଶ କୃଷ୍ଣନ୍, ସ୍ପର୍ଶ କୁମାର, ନରେନ୍ଦର ଏବଂ ମହିଳା ବିଭାଗରେ ପିଙ୍କି ରାଣୀ, ସୋନିଆ ଲାଠେର ଓ ମଞ୍ଜୁ ବୋମ୍ବାରିୟା ସ୍ବର୍ଣ୍ଣପଦକ ଜିତିଛନ୍ତି। ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ବାସ୍କେଟ୍ ବଲ ସ୍ବର୍ଣ୍ଣପଦକ ଜିତିଛି। ସ୍କ୍ବାଶ୍ ରେ ଭାରତକୁ ମହିଳା ସ୍ବର୍ଣ୍ଣ ଓ ପୁରୁଷ ରୌପ୍ୟପଦକ ମିଳିଛି।

୨୦୧୬ରେ ଦକ୍ଷିଣ ଏସୀୟ କ୍ରୀଡ଼ାର ୧୨ତମ ସଂସ୍କରଣ ଗୁଆହାଟୀ ଓ ସିଲଂରେ ଆୟୋଜନ ହୋଇଥିବା ବେଳେ ଭାରତ ୩୦୯ଟି ପଦକ ଜିତିଥିଲା। ତେବେ ଗତଥର ଭାରତ ୧୮୯ଟି ସ୍ବର୍ଣ୍ଣ ଜିତିଥିବା ବେଳେ ଏଥର ୧୭୪ଟି ସ୍ବର୍ଣ୍ଣ ପଦକ ଜିତିଛି।

   Related Posts