କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ପ୍ରଦାନ କରିବ ପାକିସ୍ତାନ, ଆଇସିଜି ନିର୍ଦ୍ଦେଶ ଅନୁସାରେ ଅନୁମତି ଦେଲା ପାକ୍

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ ୨୯: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ପ୍ରଦାନ କରିବ ପାକିସ୍ତାନ । ଆଇସିଜି ନିର୍ଦ୍ଦେଶାନୁସାରେ ପାକିସ୍ତାନ କୁଳଭୂଷଣଙ୍କୁ ଦୂତାବାସ ସହାୟତା ପ୍ରଦାନ କରିବାକୁ ରାଜି ହୋଇଛି। ଆଜି କୁଳଭୂଷଣଙ୍କୁ କୂଟନୈତିକ ସହାୟତା ପ୍ରଦାନ କରାଯିବା ନେଇ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କୂଟନୈତିକ ସମ୍ପର୍କ ଉପରେ ଭିଏନା ଚୁକ୍ତି, ଆନ୍ତରାଷ୍ଟ୍ରୀୟ କୋର୍ଟଙ୍କ ନିଷ୍ପତି ଏବଂ ପାକିସ୍ତାନର ଆଇନ ଆଧାରରେ ଏହି ନିଷ୍ପତି ନିଆଯାଇଛି । ଏହା ପୂର୍ବରୁ ଅଗଷ୍ଟ ୨ ତାରିଖରେ ପାକିସ୍ତାନ କୁଳଭୁଷଣଙ୍କୁ ଦୂତାବାସ ସହାୟତା ପ୍ରଦାନ ପାଇଁ ଅନୁମତି ଦେଇଥିଲେ । କିନ୍ତୁ ପାକିସ୍ତାନ ପକ୍ଷରୁ ରଖାଯାଇଥିବା ସର୍ତ୍ତ ଯୋଗୁଁ ଭାରତ ଏଥିରେ ରାଜି ହୋଇନଥିଲା। ବିନା ସର୍ତ୍ତରେ କୂଟନୈତିକ ସାହାୟତା ପ୍ରଦାନ କରିବା ନେଇ ସିଧା ସିଧା କୁହାଯାଇଥିଲା ।

୪୯ ବର୍ଷୀୟ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନର ମିଲିଟାରୀ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। କିନ୍ତୁ ଭାରତ ଏହା ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟରେ ଅପିଲ କରିବା ପରେ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିତାଦେଶ ଲଗା|ଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ କୁଲଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.