୫ ୱିକେଟ୍‌ରେ ୬୦୧ ରନ୍‌ର ବିଶାଳ ସ୍କୋର ଠିଆକଲା ଭରତ, ଦ୍ବିଶତକ କରି କୋହଲି ଭାଙ୍ଗିଲେ ସବୁ ରେକର୍ଡ

Published By : Prameya-News7 Bureau | October 11, 2019 IST

ପୁନେ ୧୧|୧୦: ପୁନେ ଟେଷ୍ଟରେ ଭାରତର ରନ୍ ବର୍ଷା । କେବଳ ରନ୍ ବର୍ଷା ନୁହେଁ କୋହଲି ବି କରିଛନ୍ତି ରେକର୍ଡ ବର୍ଷା ।ବ୍ରାଡମ୍ୟାନଙ୍କ ଏକ ରେକର୍ଡ ଭାଙ୍ଗିବା ସହ ଅନେକ ମାଇଳଖୁଣ୍ଟ ଅତିକ୍ରମ କରିଛନ୍ତି କୋହଲି । ଭାରତ ୫ ୱିକେଟ୍‌ରେ  ୬୦୧ ରନ୍‌ର ବିଶାଳ ସ୍କୋର କରିବା ପରେ ପାଳି ଘୋଷଣା କରିଥିବା ବେଳେ କୋହଲି ମାରିଛନ୍ତି ଡବଲ୍‌ ସେଞ୍ଚୁରୀ । ଏହା କୋହଲିଙ୍କ କ୍ୟାରିଅରର ସପ୍ତମ ଡବଲ ସେଞ୍ଚୁରୀ …..

ପୁନେ ଟେଷ୍ଟରେ କୋହଲିଙ୍କ ରନ୍ ବର୍ଷା । ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ କୋହଲି । କ୍ୟାପଟେନ୍ କୋହଲି  କ୍ୟାରିଅରର ଦ୍ବିଶତକ ହାସଲ କରିବା ସହ ଅନେକ ମାଇଲଖୁଣ୍ଟ ଭାଙ୍ଗିଛନ୍ତି ।ଗତକାଲି ସେଞ୍ଚୁରୀ ମାରିଥିବା କୋହଲି ଆଜି ଦ୍ବିତୀୟ ଦିନରେ ଡବଲ ସେଞ୍ଚୁରୀ ହାସଲ କରିଥିଲେ । ଆଉଟ୍ ହେବା ବେଳକୁ କୋହଲି ୨୫୪ ରନ୍‌ ବିଶାଳ ଇନିଂସ ଖେଳି ସାରିଥିଲେ । ଏହା ଥିଲା କୋହଲିଙ୍କ କ୍ୟାରିଅରର ସପ୍ତମ ଦ୍ବିଶତକ । ଯାହା ତାଙ୍କ କ୍ୟାରିଅରର ସର୍ବାଧିକ ଟେଷ୍ଟ ସ୍କୋର ।

 ନିଜ ୮୧ତମ ଟେଷ୍ଟରେ ସେ ଏହି ଦ୍ବିଶତକ ମାରିଛନ୍ତି। କ୍ୟାପଟେନ୍ ଭାବେ କୋହଲି ନବମ ଥର ପାଇଁ  ୧୫୦ ରନ୍‌ରୁ ଅଧିକ ସ୍କୋର କରି ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବ୍ରାଡମ୍ୟାନ କ୍ୟାପଟେନ୍ ଭାବେ ୮ଥର ୧୫୦ ରନ୍‌ରୁ ଅଧିକ ସ୍କୋର କରିଥିଲେ । କେବଳ ସେତିକି ନୁହେଁ କୋହଲି ଆଜି ୭ ହଜାର ଟେଷ୍ଟ ରନ୍‌ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ଏହି ମାମଲାରେ ସେ ଭାରତର ପୂର୍ବତନ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇଛନ୍ତି କୋହଲି ।

ଉଭୟ ସଚିନ ଓ ସେହୱାଗ୍‌ ଟେଷ୍ଟରେ ୬ଟି ଲେଖାଏ ଡବଲ ସେଞ୍ଚୁରୀ ହାସଲ କରିଛନ୍ତି । ତେବେ ଦ୍ବିଶତକ ମାରିବାରେ ସବୁଠାରୁ ଆଗରେ ଅଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନ୍। ବ୍ରାଡମ୍ୟାନ୍ ମାତ୍ର ୫୨ ଟେଷ୍ଟରେ ୧୨ଟି ଦ୍ବିଶତକ ମାରିଛନ୍ତି ।କୋହଲି ବି କ୍ୟାପଟେନ୍ ହିସାବରେ ସର୍ବାଧିକ ଦ୍ବିଶତକ ମାରି ରେକର୍ଡ ବିଶ୍ବ ରେକର୍ଡ କରିଛନ୍ତି । ସେ ବ୍ରାଏନ୍‌ ଲାରାଙ୍କ ୫ ଦ୍ବିଶତକକୁ ଟପିଛନ୍ତି ।  

ସେପଟେ ଭାରତ ଏହି ଟେଷ୍ଟର ପ୍ରଥମ ଇନିଂସ୍‌ରେ ବିଶାଳ ସ୍କୋର ଛିଡା କରିଛି । ୫ ୱିକେଟ୍‌ ହରାଇ ଭାରତ ୬୦୧ ରନ୍‌ କରିଥିବା ବେଳେ ଇନିଂସ୍‌ ଘୋଷଣା କରିଛି । ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ୍‌ ୧୦୮ ରନ୍ କରିଥିବା ବେଳେ  ରବୀନ୍ଦ୍ର ଜାଡେଜା ୯୧, ରାହାଣେ ୫୯ ଓ ଚେତେଶ୍ବର ପୂଜାରା ୫୮ ରନ୍ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.