ଓ୍ବେଷ୍ଟ ଇଣ୍ଡିଜ୍ ଆଗରେ ୨୬୯ ରନର ଟାର୍ଗେଟ : ଶେଷ ବଲରେ ଛକ୍କା ମାରିଲେ ଧୋନି
27/06/2019 at 6:28 PM

ମାଞ୍ଚେଷ୍ଟର ୨୭/୬ : ବିଶ୍ବକପ୍ କ୍ରିକେଟ୍ର ଆଜିର ମାଞ୍ଚେଷ୍ଟର ମହାମୁକାବିଲାରେ ଓ୍ବେଷ୍ଟ ଇଣ୍ଡିଜ୍ ଆଗରେ ୨୬୮ ରନ୍ର ଟାର୍ଗେଟ୍ ରଖିଛି ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବିରାଟ୍ ବାହିନୀ ।
ମାଞ୍ଚେଷ୍ଟର ମଇଦାନର ମହାମୁକାବିଲାରେ ଓ୍ବେଷ୍ଟଇଣ୍ଡିଜ୍ ଆଗରେ ରନ୍ର ଟାର୍ଗେଟ୍ ରଖିଛି ଭାରତ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବିରାଟ୍ ବାହିନୀ । ପଡ଼ିଆକୁ ଓହ୍ଲାଇଥିଲେ ଦୁଇ ଓପନର କେ.ଏଲ. ରାହୁଲ ଏବଂ ରୋହିତ୍ ଶର୍ମା । ଗଲା ମ୍ୟାଚ୍ର ପରଫରମାନ୍ସ ଦେଖିବା ପରେ ରୋହିତଙ୍କ ବ୍ୟାଟ୍ ଉପରେ ଥିଲା କ୍ରିକେଟ୍ପ୍ରେମୀଙ୍କ ନଜର । ହେଲେ ଆଜିର ମ୍ୟାଚ୍ରେ ନିରାଶ କରିଥିଲେ ରୋହିତ୍ । ମ୍ୟାଚ୍ର ଷଷ୍ଠ ଓଭରର ଶେଷ ବଲରେ ରୋଚ୍ଙ୍କ ଶିକାର ହୋଇଥିଲେ ରୋହିତ୍ । ମାତ୍ର ୧୮ରନ୍ର ବ୍ୟକ୍ତିଗତ ସ୍କୋର କରି ଫେରିଥିଲେ ପ୍ୟାବିଲିୟନକୁ । ରୋହିତଙ୍କ ଆଉଟ୍ ପରେ କ୍ରିଜ୍କୁ ଓହ୍ଲାଇଥିଲେ ଅଧିନାୟକ ବିରାଟ୍ କୋହଲି । କେ.ଏଲ୍ ରାହୁଲଙ୍କ ସହ ବିରାଟ୍ଙ୍କ ଭାଗିଦାରୀରେ ଟିମ୍ ଇଣ୍ଡିଆର ସ୍କୋର ବଢ଼ିଥିଲା ଆଗକୁ ।
ଉଭୟ ବ୍ୟାଟସ ମ୍ୟାନ୍ଙ୍କ ସାନ୍ଦାର୍ ସଟ୍ କ୍ରିକେଟ୍ପ୍ରେମୀଙ୍କୁ ଖୁବ୍ ଉତ୍ସାହିତ କରୁଥିଲା । ୧୧ଓଭର ପରେ ଭାରତର ସ୍କୋର ୧ ଓ୍ବିକେଟ୍ ବିନିମୟରେ ୫୬ରନ୍ ଥିଲା । ଇଂଲଣ୍ଡର ମାଞ୍ଚେଷ୍ଟରରେ ମୁମ୍ବାଇ ଭଳି ଥିଲା ଷ୍ଟାଡିୟମର ନଜାରା । ଟିମ୍ ଇଣ୍ଡିଆକୁ ଚିୟର ଅପ୍ କରିବାକୁ ବହୁ ସଂଖ୍ୟାରେ ମହଜୁଦ୍ ଥିଲେ ଭାରତୀୟ ସମର୍ଥକ । ଯେଉଁମାନଙ୍କ ଭିତରେ ଥିଲେ ମହେନ୍ଦ୍ର ସିଂ ହ ଧୋନୀଙ୍କ କୁନି ଝିଅ ଜୀବା ।ଯେତେବେଳେ ଭାରତର ସ୍କୋର ୯୮ରେ ପହଞ୍ଚିଥିଲା ସେତେବେଳେ ଓ୍ବେଷ୍ଟଇଣ୍ଡିଜ୍ ବୋଲର ହୋଲ୍ଡରଙ୍କ ବଲର ଶିକାର ହୋଇଥିଲେ କେଏଲ୍ ରାହୁଲ । ବ୍ୟକ୍ତିଗତ ୪୮ରନ୍ କରି ଫେରିଥିଲେ ପ୍ୟାବିଲିୟକୁ । ୨୨ଓଭରରେ ୧୦୦ରନ୍ ପୂରା କରିଥିଲା ଭାରତ । ସାନଦାର ଫର୍ମରେ ଥିବା ବିରାଟ୍ ୫୫ ବଲ୍ରେ ତାଙ୍କର ୫୩ତମ ଅର୍ଦ୍ଧଶତକ ପୂରା କରିଥିଲେ । ଆଉ ଓ୍ବାର୍ଡ଼ଡ୍ କପ୍ରେ ଏହା ଥିଲା ତାଙ୍କର ଚତୁର୍ଥ ହାଫ ସେଞ୍ଚୁରି ।
କେଏଲ୍ ରାହୁଲ ଆଉଟ୍ ହେବା ପରେ ବ୍ୟାଟିଂ କରିବାକୁ ଆସିଥିଲେ କେଦାର ଯାଦବ । ହେଲେ ମାତ୍ର ୭ରନ୍ କରି ଓ୍ବିକେଟ୍ କିପରକୁ କ୍ୟାଚ୍ ଦେଇ ବସିଲେ । ୩୦ ଓଭର ପରେ ଭାରତର ସ୍କୋର ୪ଓ୍ବିକେଟ୍ ବିନିମୟରେ ଥିଲା ୧୪୮ରନ୍ । ଭାରତର ମିଡିଲ୍ ଅର୍ଡ଼ର ପୁଣି ଫେଲ୍ ମାରିବା ଦେଖିବାକୁ ମିଳୁଥିଲା । ଓ୍ବେଷ୍ଟଇଣ୍ଡିଜ୍ ପାଇଁ ଡିଆରଏସ୍ ଖୁବ୍ ସହାୟତା କରିଥିଲେ । ପ୍ରଥମେ ରୋହିତ୍ ଏବଂ ପରେ କେଦାର ଯାଦବଙ୍କ ଓ୍ବିକେଟ୍ ନେଇଥିବା ଡିଆରଏସ୍ ପ୍ୟାବିଲିୟନର ରାସ୍ତା ଦେଖାଇଥିଲେ । ଇଣ୍ଡିଜ୍ ବୋଲରଙ୍କ ଗୁଡ୍ଲେଙ୍ଗ୍ଥ ବଲ୍ ଇଣ୍ଡିଆନ୍ ବ୍ୟାଟ୍ମ୍ୟାନ୍ଙ୍କୁ ପୂରା ବାନ୍ଧି ଦେଇଥିଲା । ଏମିତିକି ତିନି ଓଭରରେ ମାତ୍ର ୬ରନ୍ ବାହାର କରିବାକୁ ସକ୍ଷମ ହୋଇଥିଲେ ଭାରତୀୟ ବଲେବାଜ୍ ।
୩୪ତମ ଓଭରର ପ୍ରଥମ ବଲରେ ବାଲ ବାଲ ବଚେ ଧୋନୀ । ସଟ୍ ଖେଳିବାକୁ ଅଧା ପିଚ୍ ପର୍ଯ୍ୟନ୍ତ ପହଞ୍ଚିଯାଇଥିବା ଧୋନୀ ଶେଷରେ ବିଟ୍ ହୋଇଥିଲେ । ହେଲେ ଷ୍ଟମ୍ପି କରିପାରିନଥିଲେ ଓ୍ବିକେଟ୍ କିପର ସାଇ ହୋପ୍ । ହେଲେ ଏହାର କିଛି ସମୟ ପରେ ହୋଲ୍ଡରଙ୍କ ଦ୍ବାରା ଆଉଟ୍ ହୋଇଯାଇଥିଲେ ବିରାଟ୍ କୋହଲି । ପୁଣି ଥିରେ ନିଜ ପାରିରେ ସେଞ୍ଚୁରି ଜମାଇବାରେ ବିଫଳ ହୋଇଥିଲେ କୋହଲି । ତେବେ ୭୨ରନ୍ର ସାନଦାର ଇନିଂସ ଖେଳି ପ୍ୟାବିଲିୟନ ଫେରିଥିଲେ ବିରାଟ୍ । ଯେଉଁଥିରେ ସାମିଲଥିଲା ୮ ଦମ୍ଦାର ଚଉକା । ୪୩ ଓଭର ପରେ ୫ଓ୍ବିକେଟ୍ ବିନିମୟରେ ଭାରତର ସ୍କୋର ପହଞ୍ଚିଯାଇଥିଲା ୨୦୪ରେ ।
ସ୍କୋର ବୋର୍ଡ
ବିରାଟ କୋହଲି – ୭୨
ମହେନ୍ଦ୍ର ସିଂ ଧୋନି – ୫୬
କେ.ଏଲ.ରାହୁଲ – ୪୮
ହାର୍ଦ୍ଧିକ ପାଣ୍ଡ୍ୟା – ୪୬
ରୋହିତ ଶର୍ମା – ୧୮
ବିଜୟ ଶଙ୍କର -୧୪
କେଦାର ଯାଯାବ – ୭