ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ : ପ୍ରଥମ ଇନିଂସରେ ପୁଣି ବଡ ସ୍କୋରରେ ବିଫଳ ଭାରତ, ୨୪୨ରନ୍‌ରେ ଅଲ୍ଆଉଟ୍‌, ଜାମିସନଙ୍କୁ ୫ଓ୍ବିକେଟ୍‌

Published By : Prameya-News7 Bureau | February 29, 2020 IST

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ । ତେବେ ପ୍ରଥମ ବ୍ୟାଟିଂ କରିବା ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା କିଓ୍ବି ଟିମ୍‌ । ଭାରତ ପ୍ରଥମ ଇନିଂସରେ ୬୩ଓଭର ଖେଳି ୨୪୨ରନ୍‌ କରିବାକୁ ସାମର୍ଥ ହୋଇଛି । ଭାରତ ପକ୍ଷରୁ ହନୁମା ବିହାରୀ ସର୍ବାଧିକ ୫୫ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଜାମିସନ ସର୍ବାଧିକ ୫ଟି ଓ୍ବିକେଟ୍ ନେଇଛନ୍ତି ।

{"id":230628,"sizeSlug":"large"}

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ରୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଦଳୀୟ ସ୍କୋର ୩୦ରନ ହୋଇଥିବା ବେଳେ ଓପନର ମୟଙ୍କ ଅଗ୍ରଓ୍ବାଲ ୭ରନ୍‌ କରି ଆଉଟ ହୋଇଥିଲେ । ପରେ ଅନ୍ତଜାର୍ତୀୟ ଟେଷ୍ଟ କ୍ୟାରିୟର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି ପୃଥ୍ବୀ ସା । ଦଳୀୟ ସ୍କୋର ୮୦ ରନ୍‌ ହୋଇଥିବା ବେଳେ ପୃଥୀ ୫୪ ରନ କରି ଆଉଟ ହୋଇଥିଲେ । ପରେ ଅଧିନାୟକ ବିରାଟ କୋହଲି ୩ରନ୍ ଓ ଆଜିଙ୍କ ରାହାଣେ ୭ରନ୍‌ କରି ପାଭିଲିୟନ୍ ଫେରିଯାଇଥିଲେ ।

{"id":230634,"sizeSlug":"large"}

ତେବେ ଭାରତ ପକ୍ଷରୁ ୨ଟ ଟେଷ୍ଟର ପ୍ରଥମ ଇନିଂସ ରେ ୩ଜଣ ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି । ଯୁବ ବ୍ୟାଟସମ୍ୟାନ୍‌ ପୃଥୀ ୫୪ ରନ୍‌, ଚେତେଶ୍ବର ପୂଜାର ୫୪ ଓ ହନୁମ ବିହାର ୫୫ରନ୍‌ କରିଛନ୍ତି । ତେବେ ଏହି ୩ଜଣ ବ୍ୟାଟସମ୍ୟାନ୍‌ଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ନ୍ୟୁଜିଲାଣ୍ଡର ବୋଲିଂ ଆଟାକ୍‌କୁ ସାମ୍ନା କରିପାରିନଥିଲେ । ଦଳର ୫ଜଣ ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।  ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଜାମିସନ ସର୍ବାଧିକ ୫ଟି ଓ୍ବିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ସାଉଦୀ ୨-୨ଲେଖାଏଁ ଓ୍ବିକେଟ୍‌ ନେଇଛନ୍ତି । ଏବଂ ଓ୍ବାଗନେର ଗୋଟିଏ ଓ୍ବିକେଟ୍‌ ନେଇଛନ୍ତି ।

{"id":230635,"sizeSlug":"large"}

ଭାରତ ପକ୍ଷରୁ ଦିଆଯାଇଥିବା ୨୪୨ରନ୍‌ର ପିଛା କାରିବାକୁ ଯାଇ ପଡିଆକୁ ଓହ୍ଲାଇଛି କିଓ୍ବି ଟିମ୍‌ । ୬ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା କୌଣସି ଓ୍ବିକେଟ୍‌ ହରାଇ ୧୮ରନ ସଂଗ୍ରହ କରିଛି । ନ୍ୟୁଜିଲାଣ୍ଡ ଏବେବି ଭାରତର ଠାରୁ ୨୨୪ରନ୍‌ ପଛରେ ରହିଛି ।

{"id":230636,"sizeSlug":"large"}

ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ବେଳେ ୨ୟ ଟେଷ୍ଟ ଭାରତ ପାଇଁ କର ବା ମର ସ୍ଥିତି ପାଲଟିଛି । କାରଣ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟକୁ ୧୦ ୱିକେଟରେ ଜିତି ୧-୦ରେ ଆଗୁଆ ରହିଛି । ୨ୟ ଟେଷ୍ଟ ମ୍ୟାଚ ଜିତି କିମ୍ବା ଡ୍ର ରଖି ସିରିଜ୍ ହାତେଇବାକୁ ଘରୋଇ ଦଳ ପ୍ରୟାସ କରିବ । ଅନ୍ୟପକ୍ଷରେ ସିରିଜ୍ ପରାଜୟରୁ ବଞ୍ଚିବା ଲାଗି ଭାରତ ପାଇଁ ୨ୟ ଟେଷ୍ଟ ମ୍ୟାଚ ଜିତିବା ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.