Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ରହସ୍ୟ ଘେରରେ ଭାରତର ପ୍ରଥମ ଓମିକ୍ରନ ସଂକ୍ରମିତ: ସରକାରଙ୍କୁ ମିଳୁନି ଏସବୁ ପ୍ରଶ୍ନର ଉତ୍ତର

3/12/2021 at 8:29 PM

ବେଙ୍ଗାଲୁରୁ ୦୩/୧୨ : କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଭାରତରେ ଚିହ୍ନଟ ହେଲା ପରେ ଚିନ୍ତା ବଢ଼ାଇଛି। କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକ ସରକାରଙ୍କ ଅନୁଯାୟୀ, ଓମିକ୍ରନରେ ସଂକ୍ରମିତ ୬୬ ବର୍ଷୀୟ ଆଫ୍ରିକୀୟ ନାଗରିକ ନଭେମ୍ବର ୨୦ ତାରିଖରେ ବେଙ୍ଗାଲୁରୁ ଆସିଥିଲେ ଓ ୨୭ ତାରିଖରେ ଦୁବାଇ ଚାଲି ଯାଇଥିଲେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସେ ଏତେ ଶୀଘ୍ର ଦେଶରୁ ବାହାରକୁ କେମିତି ଗଲେ ଓ ତାଙ୍କୁ କେଉଁମାନେ ସାହାଯ୍ୟ କରିଛନ୍ତି।

କର୍ଣ୍ଣାଟକ ସରକାରଙ୍କ କହିବାନୁଯାୟୀ ସେ ବ୍ୟବସାୟିକ ଯାତ୍ରାରେ ଆସିଥିଲେ। ସରକାର କହିଛନ୍ତି ଯେ ବିମାନରେ ଗଲାବେଳେ ତାଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ ଥିଲା କିନ୍ତୁ ଯେତେବେଳେ ସେ ବେଙ୍ଗାଲୁରୁରେ ଥିଲେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା ଓ ରିପୋର୍ଟ ପଜିଟିଭ ଆସିଥିଲା। ସେଥିପାଇଁ ତାଙ୍କୁ ହୋଟେଲରେ କ୍ୟାରେଣ୍ଟାଇନ କରାଯାଇଥିଲା। ୨୩ ତାରିଖରେ ସେ ଏକ ପ୍ରାଇଭେଟ ଲ୍ୟାବରେ ଟେଷ୍ଟ କରାଇଥିଲେ ଯାହା ନେଗେଟିଭ ଆସିଥିଲା। ତାପରେ ୨୭ ତାରିଖରେ ସେ ଭାରତ ଛାଡି ଦୁବାଇ ଚାଲି ଯାଇଛନ୍ତି।

ରାଜ୍ୟ ରାଜସ୍ବ ମନ୍ତ୍ରୀ ଅଶୋକ କହିଛନ୍ତି ଯେ ବେଙ୍ଗାଲୁରୁ ନାଗରିକ ସଂସ୍ଥାକୁ ଯାଞ୍ଚ କରିବାକୁ କୁହାଯାଇଛି ଯେ ଶାଙ୍ଗରୀ-ଲା ସମସ୍ତ ଆବଶ୍ୟକ ପ୍ରୋଟୋକଲ ପାଳନ କରିଥିଲେ ନା ନାହିଁ।

ଏପଟେ ଓମିକ୍ରନର ପ୍ରଥମ ସଂକ୍ରମିତ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରୀକୁ ନେଇ ପ୍ରଶ୍ନ ଉଠିଛି ତ ଅନ୍ୟପକ୍ଷରେ ବେଙ୍ଗାଲୁରୁରେ ଆଫ୍ରିକାରୁ ଆସିଥିବା ୧୦ ଯାତ୍ରୀ ନିଖୋଜ ଅଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀ ବିଦେଶୀଙ୍କୁ ଖୋଜୁଛନ୍ତି।

   Related Posts