Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

ପରିଣତ ବୟସରେ ବି ଆତ୍ମନିର୍ଭରଶୀଳ: ସାଇକେଲ ମରାମତି କରି ମେଣ୍ଟାଉଛନ୍ତି ଗୁଜୁରାଣ, ସମାଜକୁ ଦେଉଛନ୍ତି ସୁସ୍ଥ ରହିବାର ବାର୍ତ୍ତା

18/07/2021 at 1:46 PM

ଭୁବନେଶ୍ୱର ୧୮/୭ : ବୟସ ୮୦, ତଥାପି କମିନି ଯୋଶ । ମନରେ ଅଦମ୍ୟ ସାହସ । କରୋନା କାଳରେ ଯେଉଁଠି ଲୋକ ଘରୁ ବାହାରିବାକୁ ଉଚିତ ମନେ କରୁନାହିଁନ୍ତି ସେଠି ବୃଦ୍ଧ ବ୍ୟକ୍ତି ଜଣଙ୍କ ସମସ୍ତଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ତାଙ୍କର ବାର୍ତ୍ତା ଯେ, ସାଇକେଲ ଚଲାନ୍ତୁ ସୁସ୍ଥ ରୁହନ୍ତୁ । ସେ ହେଉଛନ୍ତି ୮୦ ବର୍ଷୀୟ ପ୍ରଫୁଲ୍ଲ ଜେନା । ଘର ଭୁବନେଶ୍ୱରରେ । ନିଜର ହାତ ଖର୍ଚ୍ଚ ଉଠାଇବାକୁ କାହା ପାଖରେ ହାତ ପନ୍ତାନିନି ।

ନିଜେ ସିନା ସିଧା ଛିଡା ହୋଇପାରୁନାହାଁନ୍ତି କିନ୍ତୁ ଦୋକାନ ଟିଏ କରି ବାହାର କରୁଛନ୍ତି ନିଜର ଦୈନିଦିନ ଖର୍ଚ୍ଚ । ବନ୍ଧୁ ବାନ୍ଧବ ପରିଜନ ଥାଇ ବି ସେ ସ୍ୱାବଲମ୍ୱୀ ଭାବେ ବଞ୍ଚିବାକୁ ପସନ୍ଦ କରନ୍ତି । କେବଳ ସାଇକେଲ ଦୋକାନରେ ମରାମତି କରନ୍ତିନି । ବରଂ ସାରା ସମାଜକୁ ସେ ଫିଟ୍ ରହିବାକୁ କରୁଛନ୍ତି ସଚେତନ । ତାଙ୍କ ମତରେ ସବୁଦିନ ସାଇକେଲ ଚଲାଅ ସୁସ୍ଥ ରୁହ । ଯାହାକି ଆଗାମୀ ପୀଢି ପାଇଁ ନିଶ୍ଚୟ ରୂପେ ପ୍ରେରଣାଦାୟୀ । ଏମିକି ବଞ୍ଚିଥିବା ଯାଏଁ ସେ ଏପରି ନିଜ କାମ କରୁଥିବେ, ଅନ୍ୟ ଉପରେ ନିର୍ଭର ନକରି ।

   Related Posts