ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ତିରୁପତି ପାଣୀଗ୍ରାହୀଙ୍କ ପ୍ରଚାର

Published By : Prameya-News7 Bureau | April 09, 2019 IST

ପାରଳାଖେମୁଣ୍ଡି ୯|୪ : ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ ଦିନରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ତିରୁପତି ପାଣୀଗ୍ରାହୀ ପାରଳାଖେମୁଣ୍ଡିରେ ନିଜ ପ୍ରଚାର ଅଭିଯାନ ଚଳାଇଛନ୍ତି । ପାରଳାଖେମୁଣ୍ଡିର ୧୬ଟି ୱାର୍ଡ ଏବଂ ଆଖପାଖ କେରାଣ୍ଡି ଓ କତଲକଇଠା ପଞ୍ଚାୟତ ବୁଲି ପ୍ରଚାର କରିଛନ୍ତି । ହଜାର ହଜାର ସମର୍ଥକଙ୍କୁ ନେଇ ସେ ବିଶାଳ ଶୋଭାଯାତ୍ରା କରିଛନ୍ତି । ପାରଳାଖେମୁଣ୍ଡି ପୌରପରିଷଦର ୧ ନଂମ୍ବର  ୱାର୍ଡରୁ ବାହାରିଥିବା ଏହି ଶୋଭାଯାତ୍ରା ଆଜି ସଂନ୍ଧ୍ଯା ଯାଏ ଚାଲିବ  । ଲୋକଙ୍କ ସମର୍ଥନ ତାଙ୍କ ସହ ଅଛି ତେଣୁ ସେ  ଜିତିବା ନେଇ ଆଶାବାଦୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.