Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀଙ୍କ ଅଜବ ପର୍ତୁଶୃତି : ଜିତିଲେ ପ୍ରତି ଘରକୁ ୧୦ ଲିଟର ଲେଖାଏଁ ମଦ

24/03/2019 at 2:12 PM

ପୁଡୁଚେରୀ ୨୪/୩ : ଦେଶରେ ଏବେ ନିର୍ବାଚନୀ ମାହୋଲ | ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ ବେଶୀ ଦିନ ନାହିଁ | ପ୍ରତ୍ୟେକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନାନା ପ୍ରତିଶୃତି ଦେଉଛନ୍ତି | ଏଭଳି ସ୍ଥିତିରେ ତାମିଲନାଡୁରୁ ଆସିଛି ଏକ ଅଜବ ଖବର | ତାମିଲନାଡୁର ବଡ ବଡ ରାଜନୈତିକ ଦଳ ମାହାଳିଆ ନିର୍ବାଚନୀ ପ୍ରଚାର କରିବାରୁ ବଂଚିତ ଥିବାବେଳେ ଜଣେ ନିର୍ଦଳୀୟ ପ୍ରାର୍ଥୀ ଭୋଟରଙ୍କୁ ଏକ ଅଜବ ପ୍ରତିଶୃତି ଦେଇଛନ୍ତି | ନିର୍ବାଚନ ଜିତିଲେ ସେ ମାହାଳିଆ ମଦ ଦେବେ ବୋଲି ପ୍ରତିଶୃତି କରିଛନ୍ତି |

ପ୍ରାର୍ଥୀ ଜଣକ ହେଲେ ୫୫ ବର୍ଷ ବୟସ୍କ ଶେଖ ଦାଉଦ | ପେସାରେ ସେ ଜଣେ ଦର୍ଜୀ | ସେ ଘୋଷଣା କରିଛନ୍ତି ଯେ, ଯଦି ସେ ନିର୍ବାଚନ ଜିତନ୍ତି ତାହେଲେ ପ୍ରତ୍ୟେକ ଘରକୁ ୧୦ ଲିଟର ଲେଖାଏଁ ମଦ ମାହାଳିଆ ଦେବେ | ଶେଖ ତିରିପୁର ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଶେଖ ନିଜ ନାମାଙ୍କନ ପତ୍ରରେ ୧୫ଟି ଘୋଷଣା କରିଛନ୍ତି | ଘୋଷଣା ପତ୍ରରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଜାଗା ରଖିଛନ୍ତି | ମହିଳାଙ୍କୁ ମାସକୁ ୨୫ ହଜାର ଟଙ୍କା ଦିଆଯିବ ବୋଲି ଶେଖ ପ୍ରତିଶୃତି ଦେଇଛନ୍ତି | 

ସେ ନିଜ ନାମାଙ୍କନ ପତ୍ରରେ କହିଛନ୍ତି ଯେ, ତାଙ୍କ ନିର୍ବାଚନୀ ଘୋଷଣା ପତ୍ରରେ ୧୫ଟି ପ୍ରସଙ୍ଗ ଉପରେ ହାଇଲାଇଟ କରିଛନ୍ତି | ଯେଉଁଥିରୁ ଜନତାଙ୍କୁ ସିଧାସଳଖ ଲାଭ ମିଳିବ | ଘରର ମୁଖ୍ୟ ମହିଳାଙ୍କ ପାଇଁ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି | ପୁଡୁଚେରୀରୁ ଶୁଦ୍ଧ ବ୍ରାଣ୍ଡି (ମଦ) ପ୍ରତ୍ୟେକ ପରିବାରକୁ ଯୋଗେଇଦେବେ, ଯାହାର ବ୍ୟବହାର ଔଷଧ ଭଳି କରାଯିବ ଏବଂ ଏହା ପ୍ରତି ମାସରେ ଯୋଗେଇଦେବେ ବୋଲି ଘୋଷଣା ପତ୍ରରେ କହିଛନ୍ତି |   

ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦିଆଯିବ | ପ୍ରତ୍ୟେକ ଝିଅ ବାହାଘର ବେଳେ ୧୦ଟି ସୁନା ମୁଦ୍ରା ଏବଂ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ମଧ୍ୟ ଘୋଷଣା ପତ୍ରରେ ଉଲ୍ଲେଖ ରହିଛି | କୃଷକଙ୍କ ପାଣି ସମସ୍ୟା ପାଇଁ ଜିଲ୍ଲାରେ କେନାଲ ବ୍ୟବସ୍ଥା କରାଯିବ | ଶେଖ କହିଛନ୍ତି ଯେ, ଯେଉଁଭଳି ଭାବେ ଦିବଂଗତ ନେତା ପି.କକ୍କନ ନିଜ ଲୋକସଭା ମଣ୍ଡଳୀର ବିକାଶ କରିଥିଲେ ସେ ମଧ୍ୟ ନିଜ ଲୋକସଭା ମଣ୍ଡଳୀର ବିକାଶ କରିବେ |

   Related Posts