Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

SOA ବିଶ୍ୱବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ, କୋଭିଡ଼ ଯୋଦ୍ଧାଙ୍କ ପାଇଁ ଏକ ମିନିଟ୍‌ ନୀରବ ପ୍ରାର୍ଥନା

15/08/2020 at 1:54 PM

ଭୁବନେଶ୍ୱର ୧୫।୦୮: ସାରାଦେଶରେ ଆଜି ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହିପ୍ରରିପେକ୍ଷୀରେ  ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ୟୁନିଭରସିଟିରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୟୁନିଭରସିଟି କ୍ୟାମ୍ପସ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସୋଆ ୟୁନିଭରସିଟି ଭିସି ପ୍ରୋଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।  କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ ଆତଙ୍କିତ ଅବସ୍ଥାରେ ରହିଛି ।  ଏପରି ସମୟରେ ଦେଶବାସୀ କୋଭିଡ ନିୟମକୁ ପାଳନ କରି କରୋନାକୁ ପରାଜିତ କରିବା ସହ ନୂତନ ସଙ୍କଳ୍ପ ନେବା ଉଚିତ ଶ୍ରୀଯୁକ୍ତ ମହାପାତ୍ର ଏହି ଅବସରରେ ନିଜ ଅଭିଭାଷଣରେ କହିଛନ୍ତି । କୋଭିଡ ଯୋଦ୍ଧାଙ୍କ ପାଇଁ ସୋଆ ବିଶ୍ୱ ବିଶ୍ୱବିଦ୍ୟାଳୟ ସମସ୍ତ ସଦସ୍ୟ ଏକ ମିନିଟର ନିରବ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

   Related Posts